ପ୍ରଧାନମନ୍ତ୍ରୀ ହେବା ପରେ ଜୁନରେ ପ୍ରଥମ ବିଦେଶ ଗସ୍ତ କରିବେ ମୋଦି

ନୁଆଦିଲ୍ଲୀ ୨୪/୫: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ସେ ଜୁନରେ ନିଜ ପ୍ରଥମ ବିଦେଶ ଗସ୍ତ କରିବେ । ସୂଚନା ଅନୁସାରେ ଏହି ଯାତ୍ରା ତାଙ୍କର ଅଫିସିଆଲ ଗସ୍ତ ରହିବ ଏବଂ ଏହା ତାଙ୍କର କାର୍ଯ୍ଯସୂଚୀ । କହିରଖୁଛୁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ବିଦେଶ ଯାତ୍ରାରେ ଭୁଟାନ୍ ଯାଇଥିଲେ ।
୧୩ ଜୁନରେ ଯିବେ କିର୍ଗିସ୍ଥାନ
ମୋଦିଙ୍କ ପ୍ରଥମ ଅଫିିସିଆଲ ବିଦେଶ ଯାତ୍ରାର ଘୋଷଣା କରାଯାଇନି ତେବେ ପୂର୍ବରୁ ହିଁ ତାଙ୍କ ଟାଇମ୍ ଟେବଲରେ ଏକ ବିଦେଶ ଗସ୍ତର କାର୍ଯ୍ୟସୂଚୀ ରହିଛି । ଏହା ଅନୁସାରେ ମୋଦି ୨ ଦିନ ପାଇଁ କିର୍ଗିସ୍ଥାନରେ ଶାଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନର ବୈଠକରେ ଭାଗ ନେବେ । ଏହି ବୈଠକ ୧୩ ଜୁନରେ ଆରମ୍ଭ ହେବ ।
ଇମ୍ରାନଙ୍କ ସହିତ ହେବ ଚର୍ଚ୍ଚା
ସୂନଚା ଅନୁସାରେ ଏସସିଓ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକ୍ ପିଏମ୍ ଇମ୍ରାନ୍ ଖାନଙ୍କ ସହିତ ଚର୍ଚ୍ଚା କରିପାରନ୍ତି । କହିରଖୁଛୁ ଇମ୍ରାନ୍ ଖାନ୍ ବିଜେପିର ବିଜୟ ପରେ ପିଏମ୍ ମୋଦିଙ୍କୁ ଟ୍ୱିଟରରେ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ । ଏହାର ୨ ସପ୍ତାହ ପରେ ୨୮ ଜୁନରେ ମୋଦି ଏକ ମିଟିଂରେ ଭାଗ ନେବା ପାଇଁ ଜାପାନର ଅସୋକା ଗସ୍ତ କରିବେ ।