ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ମହାକାଶରୁ ସମ୍ବୋଧିତ କରିଲେ ସୁନୀତା ୱିଲିୟମ୍ସ; କହିଲେ,ପରବର୍ତ୍ତୀ ସୁଯୋଗକୁ ଅପେକ୍ଷା

ନୂଆଦିଲ୍ଲୀ୧୪/୦୯:  ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ  ଗତ ଜୁନ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର । ସେମାନେ ୩ ମାସରୁ ଅଧିକ ସମୟ ଧରି ମହାକାଶରେ ଅଟକି ରହିଥିବା ବେଳେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଇଥିବା ମହାକାଶଯାନ ଷ୍ଟାରଲିନର୍ ବର୍ତ୍ତମାନ ଉଭୟଙ୍କ ବିନା ଫେରି ଆସିଛି। ଏହି ସମୟରେ ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋରଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି ।

ମହାକାଶଯାନର ପ୍ରତ୍ୟାବର୍ତ୍ତନ ପରେ ପ୍ରଥମ ଥର ପାଇଁ ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋର ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରି ସମସ୍ତଙ୍କ ସାମ୍ନାରେ ନିଜର ମତ ଉପସ୍ଥାପନ କରିଛନ୍ତି। ଉଭୟ ମହାକାଶଚାରୀ କହିଛନ୍ତି, ବୋଇଙ୍ଗର ଷ୍ଟାରଲିନର୍ ଆମ ବିନା ପୃଥିବୀକୁ ଫେରିବା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ୱିଲମୋର କହିଛନ୍ତି, ଏହା ଆମ ବିନା ଗଲା ଏହା ଆମକୁ ବହୁତ କଷ୍ଟ ଦେଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ  ଏହା ଆମ ବିନା ଯିବାକୁ ପଡିଲା । ଏହି ଅବସରରେ ସୁନୀତା ୱିଲିୟମ୍ସ କହିଛନ୍ତି ଯେ, ବର୍ତ୍ତମାନ ଏହି ବିଷୟରେ ଦୁଃଖ ନକରି ଆମେ ପରବର୍ତ୍ତୀ ସୁଯୋଗ ଆଡକୁ ଦୃଷ୍ଟି ଦେବା ଉଚିତ୍।

ସେହିପରି ଯେତେବେଳେ ଉଭୟ ମହାକାଶଚାରୀଙ୍କୁ ପଚରାଯାଇଥିଲା ଯେ ମିଶନରେ ଘଟିଥିବା ବୈଷୟିକ ତ୍ରୁଟି କାରଣରୁ ସେମାନେ ବୋଇଙ୍ଗ ଏବଂ ନାସା ଉପରେ ରାଗିଛନ୍ତି କି ନାହିଁ, ସେମାନେ ସ୍ପଷ୍ଟ ଭାବରେ ଏହାକୁ ଅସ୍ୱୀକାର କରିଛନ୍ତି , ଉଭୟ ମହାକାଶଚାରୀ ନିଜ ଟି-ସାର୍ଟ ଉପରେ ନାସାର ଲୋଗୋକୁ ଦେଖାଇ କହିଛନ୍ତି ଯେ  ଆଜି ଆମେ ଯୋଉଠି ଅଛୁ ଏବଂ ଯାହା ପାଇଁ ଆଗକୁ ବଢିଛୁ ଏହା କେବଳେ ଏହାରି ପାଇଁ । ଏହି ମିଶନ ୮ଦିନରୁ ୮ମାସ ହେଇଯିବ ଆହୁରି ୫ମାସ ମହାକାଶରେ ଆମକୁ ରହିବାକୁ ପଡିବ ଆମେ ଏଥିପାଇଁ ପ୍ରସ୍ତୁତ  । ବଚ୍ ୱିଲମୋର କହିଛନ୍ତି, ୮ ଦିନରୁ ୮ ମାସ ପର୍ଯ୍ୟନ୍ତ, ଆମେ ଆମର ସର୍ବୋତ୍ତମ ଦେବୁ । ଏଥିସହ ନଭେମ୍ବର ୨ରେ ହେଉଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ସୁନୀତା ଏବଂ ବଚ୍ ୱିଲମୋର କହିଛନ୍ତି, ଆମେ ମହାକାଶରୁ ଭୋଟ୍ ଦେବାକୁ ଯୋଜନା କରୁଛୁ ବୋଲି କହିଛନ୍ତି । ପ୍ରକାଶ ଥାଉକି, ଫେବୃଆରୀ ୨୦୨୫ରେ ସ୍ପେସ୍ଏକ୍ସର କେ ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ଦୁହେଁ ଫେରିଆସିବେ ବୋଲି ସୂଚନା ରହିଛି ।





















 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.