ନୂଆଦିଲ୍ଲୀ,୨୬।୩ : ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ପ୍ରମୁଖ ରାଜନୈତିକ ଦଳର ଚାନ୍ଦାରେ ଆୟ ହୋଇଥିବା ସଂଖ୍ୟା ସାମନାକୁ ଆସି ସାରିଛି। ବିଜେପି ପୁଣିଥରେ ଦେଶରେ ସବୁଠାରୁ ଅଧିକ ଚାନ୍ଦା ପାଇଥିବା ଦଳ ଭାବରେ ପ୍ରଥମ ସ୍ଥାନରେ ରହିଛି। ସେଭଳି ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ। ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ,ଭାରତ ଏକ ନମ୍ବରର ରାଜନୈତିକ ଦଳ ଏବଂ ଦ୍ବୀତିୟ ନମ୍ବରର ରାଜନୈତି ଦଳକୁ ମିଳିଥିବା ଚାନ୍ଦାରେ ଖୁବ୍ ପ୍ରାର୍ଥକ୍ୟ ରହିଛି। କଂଗ୍ରେସଠାରୁ ବିଜେପି ପ୍ରାୟ ୧୨ ଗୁଣା ଅଧିକ ଚାନ୍ଦା ପାଇଛି।  କଂଗ୍ରେସ ତୁଳନାରେ ବିଜେପିର ଦାନକର୍ତ୍ତାଙ୍କ ସଂଖ୍ୟା ମାତ୍ର ଦୁଇଗୁଣ ଅଧିକ। ଏଥିରୁ ସ୍ପଷ୍ଟ ଯେ, ବିଜେପିକୁ ମିଳୁଥିବା ଚାନ୍ଦା ବହୁତ ଅଧିକ।

ବିଜେପି ଏବଂ କଂଗ୍ରେସ ବ୍ୟତୀତ, ଅନ୍ୟ ଅନେକ ଦଳ ମଧ୍ୟ ୨୦୨୪-୨୫ ରେ ପ୍ରାପ୍ତ ଚାନ୍ଦା ପରିମାଣ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ, ଜାତୀୟ ଦଳଗୁଡ଼ିକୁ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ୨୦ ହଜାର ଟଙ୍କାରୁ ଅଧିକ ଦାନର ରେକର୍ଡ ଦାଖଲ କରିବାକୁ ପଡିଥାଏ। ଏହି ପୁରା ରେକର୍ଡ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିଲା।

ଏପରି ପରିସ୍ଥିତିରେ, ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ୨୦୨୪-୨୫ ରେ ବିଭିନ୍ନ ଦଳ କେତେ ଚାନ୍ଦା ପାଇଥିଲେ? ଏହି ଦଳଗୁଡ଼ିକ କେତେ ଡୋନର ସଂଗ୍ରହ କରିଥିଲେ? କେଉଁ ଦଳ ଘୋଷଣା କରିଥିଲା ଯେ ସେମାନେ ୨୦ ହଜାର ଟଙ୍କାରୁ ଅଧିକ ଦାନ ପାଇ ନାହାଁନ୍ତି? ଏହା ବ୍ୟତୀତ, ରାଜ୍ୟ ସ୍ତରରେ ଜାତୀୟ ଦଳଗୁଡ଼ିକ କେଉଁଠାରେ ଦାନ ପାଇଥିଲେ? ଏହି ଦଳଗୁଡ଼ିକୁ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ସ୍ତରରେ ଦାନର ସଂଖ୍ୟା କ’ଣ? ଏହା ବ୍ୟତୀତ, ୨୦ ହଜାରରୁ କମ୍ ଏବଂ ୨୦ ହଜାରରୁ ଅଧିକ ଦାନର ସଂଖ୍ୟା କ’ଣ ଆସନ୍ତୁ ଜାଣିବା।

୨୦୨୪-୨୫ ରେ ଅଲଗା ଅଲଗା ଦଳକୁ କେତେ ଚାନ୍ଦା ମିଳିଛି ?

ସମସ୍ତ ଜାତୀୟ ରାଜନୈତିକ ଦଳ ମୋଟ ଭାବରେ ୧୧,୩୪୩ ଦାନକର୍ତ୍ତାଙ୍କଠାରୁ ୬୬୪୮.୫୬୩ କୋଟି ଟଙ୍କା ଚାନ୍ଦାରେ ପାଇଛନ୍ତି।

ବିଜେପି : ସାରା ଦେଶରେ ରାଜନୈତିକକ ଦଳକୁ ଯେତିକି ଚାନ୍ଦା ମିଳିଛି, ତା’ର ମୋଟ ରାଶି ୯୨ ପ୍ରତିଶତରୁ ଅଧିକ ବିଜେପିକୁ ମିଳିଛି। ବିଜେପି ୨୦୨୪-୨୫ ପାଇଁ ୬୦୭୪.୧୫ କୋଟି ଟଙ୍କା ଦାନ ପାଇଛି। ଏହି ଦାନ ୫୫୨୨ ଦାନଦାତାଙ୍କ ଜରିଆରେ ମିଳିଛି। ଯଦି ଏହି ରାଶି ବିଜେପି ପରେ ଚାନ୍ଦା ଏକାଠି କରିଥିବା ୪ ଜାତୀୟ ଦଳକୁ ମିଳିଥିବା ମୋଟ ଚାନ୍ଦାରୁ ୧୦ ଗୁଣାରୁ ଅଧିକ ରହିଛି।

କଂଗ୍ରେସ: କଂଗ୍ରେସ ନିଜର ଦାନ ୫୧୭.୩୯୪ କୋଟି ଟଙ୍କା ଦେଖାଇଛି। ଯାହାକି ତାକୁ ୨୫୦୧ ଦାତାଙ୍କଠାରୁ ମିଳିଛି। କଂଗ୍ରେସକୁ ମିଳିଥିବା ଏହି ରାଶି ବିଜେପି ତୁଳନାରେ ୧୦୦୦ ପ୍ରତିଶତ କମ୍।

ଆମ ଆଦମୀ ପାର୍ଟି: ଆପ୍ ୨୦୨୪-୨୫ରେ ୩୮.୧୦୬ କୋଟି ଟଙ୍କା ଦାନ ମିଳିଛି,ଯାହାକି ୭୪୧ ଦାତାଙ୍କ ନିକଟରୁ ମିଳିଛି।

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି: ମାକପାକୁ ୨୦୨୪-୨୫ ରେ ୧୬.୯୫୭ କୋଟି ଟଙ୍କାର ଦାନ ମିଳିଛି,ଯାହାକି ୭୪୧ ଦାତାଙ୍କଠାରୁ ଏକାଠି କରାଯାଇଛି।

ନ୍ୟାସନାଲ ପିପୁଲ୍ସ ପାର୍ଟି: ଏନସିପି ପୂର୍ବୋତ୍ତରର ଏହି ପ୍ରମୁଖ ଦଳ ନିଜର ଦାନ ୨.୦୯୧ କୋଟି ଟଙ୍କା ଦେଖାଇଛି,ଯାହାକି ତାକୁ ୨୫ ଦାନକର୍ତ୍ତାଙ୍କ ନିକଟରୁ ମିଳିଛି।

ବହୁଜନ ସମାଜ ପାର୍ଟି: ବିଏସ୍‌ପି ଯେଉଁ ଦଳରୁ ଚାନ୍ଦା ମିଳିଛି, ସେଥିରେ ଚକିତ କଲା ଭଳି ସଂଖ୍ୟା ରହିଛି। ବିଏସ୍‌ପି ଗତ ୧୯ ବର୍ଷ ଭଳି ଏଥର ମଧ୍ୟ ନିଜର ଚାନ୍ଦାରେ ଦର୍ଶାଇଛି ଯେ, ତାକୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ମିଳିନି। ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ସଂଖ୍ୟାରେ ପାର୍ଟି ୨୦ ହଜାର ଟଙ୍କାରୁ ଅଧିକ ଦାନକୁ ଶୂନ୍ୟ ଦେଖାଇଛି।

ପୂର୍ବ ତୁଳନାରେ କେଉଁ ଦଳର କେତେ ବଢିଛି ?

ବିଜେପିର ଚାନ୍ଦାରେ ୧୭୧% ବୃଦ୍ଧି ଘଟିଛି। ୨୦୨୪-୨୫ ବେଳେ ରାଷ୍ଟ୍ରୀୟ ଦଳର ମୋଟ ଚାନ୍ଦାରେ ପ୍ରାୟ ୪୧୦୪.୨୮୫ କୋଟି ଟଙ୍କା(୧୬୧%)ର ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩-୨୪ ରେ ଦଳକୁ ୨୨୪୩.୯୪୭ କୋଟି ଟଙ୍କା ମିଳିଥିଲା। ଯାହାକି ୨୦୨୪-୨୫ ରେ ବଢିକି ୬୦୭୪.୦୧୫ କୋଟି ହୋଇଯାଇଛି। ତା ପରେ ରହିଛି ଆପ୍। ଦଳୀୟ ଚାନ୍ଦାରେ ୨୭.୦୪୪ କୋଟି ଟଙ୍କା ବୃଦ୍ଧି ହୋଇଛି। ଯାହାକି ୨୦୨୩-୨୪ ତୁଳନାରେ ୨୪୪% ଅଧିକ। ଏହା ପୂର୍ବରୁ ଆର୍ଥିକ ବର୍ଷରେ ଦଳକୁ ୧୧.୦୬୨ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଏନ୍‌ପିପିରେ ସର୍ବାଧିକ ୧୩୧୩% ବୃଦ୍ଧି ଘଟିଛି। ଗତ ବର୍ଷ, ଏନ୍ପିପି ୧୪ ଲକ୍ଷ ୮୦ କୋଟି ଟଙ୍କା ମିଳିଥିଲା, ଯାହାକି ୨୦୨୪-୨୫ ରେ ବୃଦ୍ଧି ପାଇ ୧.୯୪୩ କୋଟି ହୋଇଛି। ଦେଶର ମୁଖ୍ୟ ବିରୋଧୀ କଂଗ୍ରେସ ଦଳ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି। ଦାନରେ ୮୪% ବୃଦ୍ଧି ପାଇଛି। ଦଳ ୨୦୨୩-୨୪ ରେ ୨୮୧.୪୮୦ କୋଟି ପାଇଥିଲା, ଯାହା ୨୦୨୪-୨୫କୁ ୫୧୭.୩୯୪ କୋଟିକୁ ବୃଦ୍ଧି ପାଇଛି। ମାକପା ଗତ ବର୍ଷ ୭, ୬୪୧ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଚାନ୍ଦା ବଢି ୧୬,୯୫୭ କୋଟି ଟଙ୍କା ହୋଇଛି। ଏହି ଚାନ୍ଦାରେ ୧୦୦% ଅଧିକ ବୃଦ୍ଧି ହୋଇଛି।

ଚାନ୍ଦା ଦେବାରେ ଆଗରେ କେଉଁ ରାଜ୍ୟ ?

ଜାତୀୟ ଦଳକୁ ସବୁଠାରୁ ଅଧିକ ଚାନ୍ଦା ଦେବା ମାମଲାରେ ଦିଲ୍ଲୀ ଆଗରେ ରହିଛି। ସେଠାରୁ ଦଳକୁ ୨୬୩୯.୪୮ କୋଟି ଟଙ୍କା ଚାନ୍ଦା ମିଳିଛି। ସେଭଳି ଦ୍ବିତୀୟ ନମ୍ବରରେ ମହାରାଷ୍ଟ୍ର ରହିଛି, ଯେଉଁଠାରୁ ରାଜନୈତିକ ଦଳକୁ ୨୪୩୮.୮୬ କୋଟି ଟଙ୍କା ଚାନ୍ଦା ମିଳିଛି। ତୃତୀୟ ନମ୍ବରରେ ଗୁଜରାଟ ରହିଛି, ଯେଉଁଠୁ ପାର୍ଟିଙ୍କୁ ୩୦୯.୧୭ କୋଟି ଟଙ୍କା ମିଳିଛି।

କେଉଁ ଦଳକୁ କେତେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ?

ଜାତୀୟ ଦଳକୁ ଚାନ୍ଦାର ଏକ ବଡ଼ ଅଂଶ କର୍ପୋରେଟ୍ ଡୋନେସନ୍‌ରୁ ଆସିଥାଏ। ୨୦୨୪-୨୫ ରେ କର୍ପୋରେଟ୍ ଡୋନେସନ୍ ୯୨.୧୮ % ଥିଲା। ଜାତୀୟ ଦଳକୁ ୩,୨୨୪୪ କର୍ପୋରେଟ୍‌ରୁ ମୋଟ ୬୧୨୮.୭୮୭ କୋଟି ଟଙ୍କା ଦାନ ମିଳିଛି। ୭,୯୦୦ ବ୍ୟକ୍ତିଗତ ଡୋନେସନ୍ ଜାତୀୟ ଦଳକୁ ମୋଟ ୫୦୫.୬୬ କୋଟି ଟଙ୍କାର ଦାନ ଦେଇଛି। ବିଜେପିକୁ ୨୭୯୪ କର୍ପୋରେଟ୍ ଡୋନରଙ୍କଠାରୁ ସର୍ବାଧିକ ୫୭୧୭.୧୬୭ କୋଟି ଟଙ୍କା ପାଇଛି। ସେଭଳି କଂଗ୍ରେସ ୧୧୨ କର୍ପୋରେଟ୍ ଡୋନୋରଙ୍କଠାରୁ ୩୮୩.୮୬୦୫ କୋଟି ଟଙ୍କା ଓ ୨,୩୫୭ ବ୍ୟକ୍ତିଗତ ଡୋନରଙ୍କଠାରୁ ୧୩୨.୩୮୮୫ କୋଟି ଟଙ୍କ ଚାନ୍ଦାରେ ପାଇଛି। ଶ୍ରେଷ୍ଠ ଡୋନରଙ୍କ ମଧ୍ୟରେ, ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ ବିଜେପି, କଂଗ୍ରେସ ଏବଂ ଆପକୁ ମିଳିତ ଭାବରେ ମୋଟ ୨୪୧୩.୪୬୫ କୋଟି ଦାନ କରିଛି। ଏଥିମଧ୍ୟରୁ,୨୧୮୦.୭୧୧୯ କୋଟି ବିଜେପିକୁ, କଂଗ୍ରେସକୁ ୨୧୬.୩୩୫ କୋଟି ଏବଂ ଆପକୁ ୧୬.୪୧୭୮ କୋଟି ମିଳିଛି।