ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖରାଦିନେ ବ୍ରଣ ସମସ୍ୟା ଦେଖାଯାଉଥିଲେ ଲଗାନ୍ତୁ ନିମ୍ୱ ତେଲ...

ଭୁବନେଶ୍ୱର, ୬।୫: ଖରାଦିନେ ବ୍ରଣ ସମସ୍ୟା ଅଧିକ ଦେଖାଯାଏ । ତେଣୁ ଠିକ୍ ଭାବେ ତ୍ୱଚାର ଯତ୍ନ ନ ନେଲେ ବ୍ରଣ ଦାଗ ମୁହଁରେ ରହିଯାଏ । ଏପରିସ୍ଥଳେ ନିମ୍ନ ତେଲ ଲଗାଇ ତ୍ୱଚାଜନିତ ସମସ୍ୟା ଦୂର କରାଯାଇପାରିବ । ସେହିପରି ନିମ୍ୱ ତେଲରେ ବହୁ ଔଷଧୀୟ ଗୁଣ ଯଥା- ଫ୍ୟାଟି ଏସିଡ୍, ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହା ତ୍ୱଚାରୁ ବ୍ରଣ ଦୂର କରିବା ସହ ତ୍ୱଚା ଶୁଷ୍କତା, କୁଞ୍ଚନ, ଓ ଆଲର୍ଜିଜନିତ ସମସ୍ୟାରୁ ସୁରକ୍ଷା ଦେଇଥାଏ । 

- ତେଲ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲଭାବେ ଧୋଇ ନିଅନ୍ତୁ । ଏହା ପରେ ଗୋଟିଏ ପାତ୍ରରେ ୨-୩ ଚାମଚ ତେଲ ନେଇ କଟନ୍‌ରେ ବ୍ରଣ ଥିବା ସ୍ଥାନରେ ଲଗାଇ ରାତିସାରା ରଖନ୍ତୁ । ସକାଳୁ ଉଠି ମୁହଁ ଧୋଇଦିଅନ୍ତୁ । ଏହାଦ୍ୱାରା ମୁହଁରୁ ବ୍ରଣ ସମସ୍ୟା ଦୂର ହୋଇଥାଏ । 

- ନିମ୍ୱ ତେଲକୁ ତ୍ୱଚାରେ ଲଗାଇ କିଛି ସମୟ ମସାଜ୍ କରନ୍ତୁ । ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଏଥିସହିତ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଏ । 

- ସେହିପରି ଅଧା ଚାମଚ ନିମ୍ୱ ତେଲରେ ଭିଟାମିନ୍-ଇ କ୍ୟାପସୁଲ୍ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହାପରେ ତ୍ୱଚାରେ କୌଣସି ପ୍ରକାର ଫେସୱାସ୍ କିମ୍ୱା ସାବୁନ ଲଗାନ୍ତୁ ନାହିଁ ।

    

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.