ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିରେ ମିଶିଲେ ଦୁଇ ଚର୍ଚ୍ଚିତ ଯା' ନେହା ଓ ରଶ୍ମିତା ପାଣିଗ୍ରାହୀ

ଭୁବନେଶ୍ୱର ୧୫/୦୪: ବିଜେପିରେ ମିଶିଲେ କାର୍‌ ଖାନାର ଚର୍ଚ୍ଚିତ ଦୁଇ ଯା' ନେହା ପାଣିଗ୍ରାହୀ ଓ ରଶ୍ମିତା ପାଣିଗ୍ରାହୀ। ବିଜେପି ମିଶ୍ରଣ ପର୍ବରେ ପଦ୍ମ ଧରି ପ୍ରାଥମିକ ସଦସ୍ୟତା ଭାବେ ଯୋଗ ଦେଇଛନ୍ତି।  ମିଶ୍ରଣ ପର୍ବରେ ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ମହାନ୍ତି, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


ସୂଚନା ମୁତାବକ, କାରରେ ଘରୁ ପ୍ରସ୍ତୁତ ଖାଦ୍ୟ ଆଣି ବିକ୍ରି କରୁଥିଲେ। ତାଙ୍କ ସୁଆଦିଆ ଖାଦ୍ୟ ଯୋଗୁ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ଦୁଇ ଯାଆଙ୍କ ଆମିଷ ନିରାମିଷ ଖାଦ୍ୟ ଖାଇବାକୁ ଦୋକାନ ଖୋଲିବା ଆଗରୁ ଭିଡ ଦେଖିବାକୁ ମିଳିଥିଲା। ସେ କମ୍ ମୂଲ୍ୟ ପେଟ ପୂରା ଖାଦ୍ୟ ଯୋଗାଉ ଥିଲେ। ପ୍ରଥମେ ସୋସିଆଲ୍ ମିଡିଆ ପରେ ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ପରେ ଏଜି ପାର୍କ ନିକଟରେ ଖାଦ୍ୟ ବିକ୍ରି ସମୟ ଅଧିକ ଭିଡି ହେଉଥିବାରୁ ଟ୍ରାଫିକ୍ ସମସ୍ୟା ହୋଇଥିଲା ଯାହକୁ ନେଇ ବିଏମ୍‌ସି ତଦନ୍ତ ଆରମ୍ଭ କରିଥିଲା। କିଛି ଆବଶ୍ୟକ କାଗଜପତ୍ର ନଥିବାରୁ କଟକଣା ଜାରି କରିଥିଲା ।ସେଠାରୁ ଅନ୍ୟ ଜାଗାରେ ଦୋକାନ କରିଥିଲେ। ସେଠାରେ ବି ପଛ ଛାଡ଼ିନଥିଲା ବିବାଦ। ପୁଣି ଥିରେ ବିଏମ୍‌ସି ଉଭୟଙ୍କୁ ତାଗିଦ୍ କରିବା ସହ ଦୋକାନ ବନ୍ଦ କରିବାକୁ ଚାପ ପକାଇଥିଲା। ଏହାସତ୍ତ୍ୱେ ଏହି ୨ ଯା’ ହାର ନ ମାନି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି।

  • prameyanews
  • PrameyaOdia
  • prameya
  • BJP
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.