ବିଜୁ ଜନତା ଆଇନଜୀବୀ ସାମ୍ମୁଖ୍ୟର ନେତାଜୀ ଜୟନ୍ତୀ

ଭୁବନେଶ୍ୱର,୨୭ ।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ଜନତା ଆଇନଜୀବୀ ସାମ୍ମୁଖ୍ୟ ଆନୁକୂଲ୍ୟରେ ୧୨୨ ତମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସାମ୍ମୁଖ୍ୟର ଆବାହକ ତଥା ଆଇନଜୀବୀ ସୁରେଶ କୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ ଓକିଲ ରସୁଲଗଡ଼ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିକୃତି ନିକଟରେ ପହଞ୍ଚିଥିଲେ । ସେଠାରେ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଭାରତକୁ ସ୍ୱାଧୀନ କରିବା ଲାଗି ନେତାଜୀଙ୍କ ମହାନ ତ୍ୟାଗ ଉପରେ ସ୍ମୃତିଚାରଣ ସହିତ ଆଲୋଚନା କରା ଯାଇଥିଲା । ଏଥିରେ ସାମ୍ମୁଖ୍ୟର ଆଞ୍ଚଳିକ ଆବାହକ ପ୍ରବୀର ପଟ୍ଟନାୟକ, ଆଇନଜୀବୀ ଭିକାରୀ ମହାନ୍ତି, ସୁଦର୍ଶନ ପ୍ରଧାନ, ସମରେନ୍ଦ୍ର ସାହୁ, ବଳରାମ ଦେଓ, ନିରଞ୍ଜନ ବେହେରା, ବିଜୟ ବାରିକ, ବ୍ରଜ ପ୍ରଧାନ, ରତ୍ନାକର ନାୟକ, ସରୋଜ ସ୍ୱାଇଁ, ଏସ୍ କେ ଜାବିର, ନିର୍ମଳେନ୍ଦୁ ବିଧାର, ପ୍ରଶାନ୍ତ ପତି, ପ୍ରଭାତ ଦାଶ, ପ୍ରଦୀପ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।