PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶ୍ରାବଣ ମାସରେ ଶିବଲିଙ୍ଗରେ ଭୁଲରେ ଚଢାନ୍ତୁ ନାହିଁ ଏହି ୭ଟି ଜିନିଷ,ଅସନ୍ତୁଷ୍ଟ ହେବେ ବାବା ଭୋଳାନାଥ

ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଭଗବାନ ଭୋଳାନାଥଙ୍କ ଭକ୍ତ ତାଙ୍କୁ ପ୍ରସନ୍ନ କରିବାକୁ ଲାଗିଯାଇଥାନ୍ତି। ଶିବଙ୍କ ପୂଜା କରିବା ବେଳେ କେବେ କେବେ ଶିବଲିଙ୍ଗ ଉପରେ ଭାଙ୍ଗ, ଦୁଦୁରା ଫୁଲ, କ୍ଷୀର, ଚନ୍ଦନ ଓ ଭସ୍ମ ଅର୍ପଣ କରାଯାଇଥାଏ। କାରଣ ଭଗବାନ ଶିବଙ୍କୁ ବୈରାଗୀ କୁହାଯାଏ। ଏହି କାରଣରୁ ତାଙ୍କ ଶିବଲିଙ୍ଗ ଉପରେ କେବେ ବି ସାଧାରଣ ଜୀବନରେ ବ୍ୟବହାର କରାଯାଉଥିବା ଜିନିଷ ଅର୍ପଣ କରାଯାଏ ନାହିଁ। ଯଦି ଆପଣ ଏହି ଶ୍ରାବଣ ମାସରେ ଭୋଳାବାବାଙ୍କ ବ୍ରତ କିମ୍ବା ତାଙ୍କର ପୂଜା କରନ୍ତି ତେବେ ଭୁଲରେ ମଧ୍ୟ ଶିବଲିଙ୍ଗରେ ଏହି ୭ଟି ଜିନିଷ ଚଢାନ୍ତୁ ନାହିଁ।

ଶଙ୍ଖରେ ଜଳ : ଭଗବାନ ଶିବ ଶଙ୍ଖଚୁଡ ନାମକ ଅସୁରକୁ ମାରିଥିଲେ। ଶଙ୍ଖକୁ ସେହି ଅସୁରର ପ୍ରତୀକ ବୋଲି କୁହାଯାଏ,ଯିଏକି ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା। ତେଣୁ ବିଷ୍ଣୁଙ୍କୁ ପୂଜା ଶଙ୍ଖରେ କରାଯାଏ, ଶିବଙ୍କୁ କରାଯାଏ ନାହିଁ।

ତୁଳସୀ ପତ୍ର : ତୁଳସୀକୁ ଭଗବାନ ବିଷ୍ଣୁ  ପତ୍ନୀ ଭାବରେ ସ୍ବୀକାର କରିଥିଲେ। ତେଣୁ ତୁଳସୀ ପତ୍ରରେ ଶିବଙ୍କର ପୂଜା ହୋଇନଥାଏ।

ରାଶି କିମ୍ବା ରାଶିରେ ପ୍ରସ୍ତୁତ ଜିନିଷ: ଏହା ଭଗବାନ ବିଷ୍ଣୁଙ୍କ ମେଳରେ ଉତ୍ପନ ହୋଇଥିବା କୁହାଯାଏ। ତେଣୁ ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ନାହିଁ।

ଭଙ୍ଗା ଚାଉଳ: ଭଗବାନ ଶିବଙ୍କୁ ଅକ୍ଷତ ତଥା ଗୋଟା ଚାଉଳ ଅର୍ପଣ କରାଯିବାର କଥା ଶାସ୍ତ୍ରରେ ରହିଛି। କିନ୍ତୁ ଭାଙ୍ଗି ଯାଇଥିବା ଚାଉଳ ଅପୂର୍ଣ୍ଣ ଓ ଅସୁଦ୍ଧ ହୋଇଥାଏ, ତେଣୁ ଭଗବାନ ଶିବଙ୍କୁ ଏହା ଚଢାନ୍ତୁ ନାହିଁ।

କୁଙ୍କୁମ: କୁଙ୍କମ ହେଉଛି ସୌଭାଗ୍ୟର ପ୍ରତୀକ,ତେବେ ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କୁ କେବେକି କୁଙ୍କୁମ ଅର୍ପଣ କରାନ୍ତୁ ନାହିଁ।

ପଇଡ ପାଣି: ଭଗବାନ ଶିବଙ୍କ ପୂଜା ନଡିଆରେ ହୋଇଥାଏ, କିନ୍ତୁ ପଇଡ ପାଣିରେ ହୋଇଥାଏ। କାରଣ ଶିବଲିଙ୍ଗ ଉପରେ ଚଢା ଯାଉଥିବା ସବୁ ଜିନିଷ ନିର୍ମଳ ହେବା ଦରକାର। ଯାହାର ସେବନ କରାଯାଉନଥାଏ। ପଇଡ ପାଣି ଦେବତାଙ୍କୁ ଅର୍ପଣ କରାଯିବା ପରେ ଗ୍ରହଣ କରାଯାଇଥାଏ,ତେଶୁ ଶିବଲିଙ୍ଗରେ ପଇଡ ପାଣି ଚଢାଯାଏ ନାହିଁ।

ହଳଦୀ: ବାବା ଭୋଳାନାଥଙ୍କ ଶିବଲିଙ୍ଗରେ ଭୁଲରେ କେବେ ବି ହଳଦୀ ଲଗାନ୍ତୁ ନାହିଁ। ତାଙ୍କର କୋପର ସମ୍ମୁଖୀନ ହେବେ।