ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟର ଆୟକର ସହିତ ଜଡିତ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂତନ ଆୟକର ଆଇନ ୨୦୨୫ ଏପ୍ରିଲ୍ ୧, ୨୦୨୬ରୁ କାର୍ଯ୍ୟକାରୀ ହେବ । ଏହା ୬୦ ବର୍ଷ ଧରି ପ୍ରଚଳିତ ପୁରୁଣା ୧୯୬୧ ଆଇନକୁ ବଦଳାଇବ । କହିରଖୁଛୁ ଯେ, ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ନୂତନ ଆୟକର ଆଇନର ପ୍ରମୁଖ ଲାଭ:
- 'ପୂର୍ବ ବର୍ଷ' ଏବଂ 'ମୂଲ୍ୟାୟନ ବର୍ଷ'ର ପୁରୁଣା ଧାରଣାକୁ ଉଚ୍ଛେଦ କରାଯାଇଛି, ଏବେ କେବଳ ଗୋଟିଏ 'କର ବର୍ଷ' ରହିବ ।
- ଆପଣ କୌଣସି ଜରିମାନା ବିନା ବିଳମ୍ବରେ ITR ଫାଇଲ କଲେ ମଧ୍ୟ TDS ରିଫଣ୍ଡ ଦାବି କରିପାରିବେ ।
- ସାଧାରଣ ଲୋକଙ୍କ ପାଇଁ ଫର୍ମ ଏବଂ ନିୟମଗୁଡ଼ିକୁ ସହଜ କରାଯାଇଛି, ପାଳନ କରିବା କଷ୍ଟକର ହେବ ନାହିଁ ।
- ମକଦ୍ଦମା ହ୍ରାସ ଉପରେ ଗୁରୁତ୍ୱ, ପୁରୁଣା ଜଟିଳତା ଶେଷ ହେବ ।
- ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI ।
- ଜୁଲାଇ ୩୧ ତାରଖ ଯାଏ ରିର୍ଟର୍ଣ୍ଣ ଦାଖଲ କରିପାରିବେ ।
- ଆୟକର ଲୁଚାଇଲେ ଆଉ ମିଳିବନି ଦଣ୍ଡ ।
- ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ ।
- ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ
କ୍ଷୁଦ୍ର କରଦାତାଙ୍କ ପାଇଁ ଆଶ୍ୱସ୍ତି:
ଛାତ୍ର, ବୈଷୟିକ ବୃତ୍ତିଗତ ଏବଂ ସ୍ଥାନାନ୍ତରିତ ପ୍ରବାସୀ ଭାରତୀୟଙ୍କ ଭଳି କ୍ଷୁଦ୍ର କରଦାତାଙ୍କ ପାଇଁ ଏକ ୬ ମାସିଆ ବିଦେଶୀ ସମ୍ପତ୍ତି ପ୍ରକାଶ ଯୋଜନା ପ୍ରଚଳନ କରାଯାଇଛି । ଏହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦଣ୍ଡ ବିନା ସ୍ୱେଚ୍ଛାକୃତ ଭାବରେ ବିଦେଶୀ ସମ୍ପତ୍ତି କିମ୍ବା ଆୟ ପ୍ରକାଶ ଏବଂ ନିୟମିତ କରିବାକୁ ଅନୁମତି ଦିଏ ।
ଆହୁରି ପଢ଼ନ୍ତୁ... ଲକ୍ଷପତି ଦିଦି ଯୋଜନାକୁ ପ୍ରୋତ୍ସାହନ, ମହିଳା ଉଦ୍ୟୋଗୀଙ୍କ ପାଇଁ 'ଶି-ମାର୍କ' ବ୍ୟାଜ୍ ଘୋଷଣା