ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆଫଗାନିସ୍ତାନ, ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ: ଟିମ ସାଉଦି ସମ୍ଭାଳିବେ ମଙ୍ଗ

ଅକଲାଣ୍ଡ, ୧୩/୦୮: ଶ୍ରୀଲଙ୍କା ଓ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା  କରାଯାଇଛି । ଟିମ ସାଉଦି ଅଧବନାୟକ ରହିଥିଲେ ହେଁ ଉଭୟ ସିରିଜରେ ଖେଳିବା ନେଇ ଆଶଙ୍କା ରହିଛି । ଆସନ୍ତା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ନ୍ୟୁଜିଲାଣ୍ଡ୯ଟି ଟେଷ୍ଟ  ଖେଳିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ଓ ଶ୍ରୀଲଙ୍କା  ବ୍ୟତୀତ ଭାରତ ବିପକ୍ଷ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରହିଛି । ଏହାପରେ ଦଳ ଇଂଲଣ୍ଡ ବିପକ୍ଷରେ ୩ମ୍ୟାଚ୍‌  ବିଶିଷ୍ଠ ଘରୋଇ ଟେଷ୍ଟ ସିରିଜ ଖେଳିବ । ସାଉଦିଙ୍କୁ ଉଭୟ  ସିରିଜ ପାଇଁ ଫିଟ୍‌ ରଖିବାକୁ ଯୋଜନା କରାଯାଉଛି । ତେଣୁ  ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ସେ  ଦଳ ସହ ରହିଲେ ମଦ୍‌ୟ ଖେଳିବେ ନାହିଁ ।

ସେପ୍ଟେମ୍ବର ୯ରୁ ୧୩ ତାରିଖ ମଧ୍ୟରେ ଆଫଗାନିସ୍ତାନ  ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଖେଳାଯିବ ।  ଭାରତର ଗ୍ରେଟର ନୋଏଡାରେ ଏହି ମ୍ୟାଚ ଅନୁଷ୍ଠିତ  ହେବ । ସୂଚନାଯୋଗ୍ୟ, ମ୍ୟାଚ୍‌ଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌  ଅନ୍ତର୍ଗତ ନୁହେଁ । ଏହାପରେ ନ୍ୟୁଜିଲାଣ୍ଡ ଦଳ ଶ୍ରୀଲଙ୍କା  ଗସ୍ତ କରି ସେପ୍ଟେମ୍ବର ୧୮ରୁ ୨୨ ମଧ୍ୟରେ ପ୍ରଥମ ଟେଷ୍ଟ  ଓ ୨୬ରୁ ୩୦ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳିବ । 

ଦଳ: ଟିମ ସାଉଦି(ଅଧିନାୟକ), ଟବ ବ୍ଲଣ୍ଡେଲ, ମାଇକେଲ ବ୍ରେସୱେଲ୍‌, ଡେଭନ କନୱେ, ମାଟ  ହେନରୀ, ଟମ ଲାଥମ, ଡାରିଲ ମିଚେଲ, ୱିଲ୍‌ ଓ’ରୁର୍କି,  ଅଜାଜ ପଟେଲ, ଗ୍ଲେନ ଫିଲିପ୍ସ, ରଚିନ ରବିନ୍ଦ୍ର, ମିଚେଲ  ସାଣ୍ଟନର, ବେନ ସିୟର୍ସ, କେନ ୱିଲିୟମସନ, ୱିଲ ୟଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.