ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁସ୍ଥ ହୋଇ ଘରକୁ ଫେରିଲେ ନବନିର୍ବାଚିତ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି, ୦୬/୦୬: ଚିତ୍ରକୋଣ୍ଡାର ନବନିର୍ବାଚିତ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ସାପ ସୁସ୍ଥ ହୋଇ ଘରକୁ ଫେରିଲେ।  ସେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି  ଓ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଡାକ୍ତର କହିଛନ୍ତି । 

ସୂଚନାଯୋଗ୍ୟ  ଯେ, ବୁଧବାର ସନ୍ଧ୍ୟାରେ ଶ୍ରୀ ଖିଲ ତାଙ୍କ ଘର ବାଡ଼ି ପଛକୁ ଯାଇଥିବା  ବେଳେ ତାଙ୍କ ଗୋଡ଼କୁ ଏକ ସାପ କାମୁଡ଼ି ଦେଇଥିଲା । ଏହା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ  ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ସେଠାରେ ଶ୍ରୀ ମଙ୍ଗୁ ଖିଲ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି। ବିପଦ ମୁକ୍ତ  ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

ସୂଚନା ମୁତାବିକ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲାଙ୍କ ମୋଟ୍ ୫୫୫୫୦ଖଣ୍ଡ ଭୋଟ୍‌ ବିଜୟୀ ହୋଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଡମ୍ବରୁଧର ଶିଶା ୪୬୩୯୧ଖଣ୍ଡ ଭୋଟ ପାଇଛନ୍ତି ।  ସେହିଭଳି  ବିଜେଡି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ମୋଟ ୩୫୧୪୩ଖଣ୍ଡ ଭୋଟ୍ ପାଇଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.