ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏନ୍‌ଏଚ୍‌ଏଆଇର ନୂଆ ନିୟମ, ସାମ୍ନା କାଚରେ ଫାଷ୍ଟ୍ୟାଗ୍‌ ନ ଲଗାଇଲେ କାର୍ଯ୍ୟାନୁଷ୍ଠାନ

Published By : Krishna Priya | July 13, 2025 12:14 PM

ନୂଆଦିଲ୍ଲୀ ୧୩/୦୭: ଲୁଜ୍‌ ଫାଷ୍ଟ୍ୟାଗ୍‌ ରଖୁଥିବା ୟୁଜରଙ୍କୁ ଏବେ କଳା ତାଲିକାଭୁକ୍ତ କରାଯିବ । ଜାଣିଶୁଣି ଫାଷ୍ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ସ୍କ୍ରିନ୍‌ ଉପରେ ନ ଲଗାଉଥିବା ହାଇୱେ ୟୁଜର୍‌ଙ୍କୁ ‘ଲୁଜ୍‌ ଫାଷ୍ଟ୍ୟାଗ୍‌’ ବା ‘ଟ୍ୟାଗ୍‌-ଇନ୍‌ହ୍ୟାଣ୍ଡ୍‌’ ୟୁଜର କୁହାଯାଇଥାଏ । ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍‌ଏଚ୍‌ଏଆଇ) ଅନୁସାରେ, ଏମାନଙ୍କ ଯୋଗୁ ଇ-ଟୋଲ୍‌ କଲେକ୍ସନ ସିଷ୍ଟମ୍‌ରେ ଗଡ଼ବଡ଼ି ଆସିଥାଏ ଏବଂ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ହୋଇଥାଏ । ଏନ୍‌ଏଚ୍‌ଏଆଇ ଫାଷ୍ଟ୍ୟାଗର ଦୁରୂପଯୋଗକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଛି । ଏବେ ଯଦି ଜଣେ ଗାଡ଼ି ଚାଳକ ଫାଷ୍ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ସିଲ୍‌ଡ ଉପରେ ନ ଚିପ୍‌କାଇ ଏହାକୁ ହାତରେ ରଖି ଟୋଲ୍‌ ପ୍ଲାଜାରେ ଦେଖାନ୍ତି ତେବେ ସେମାନଙ୍କୁ ବ୍ଲାକ୍‌ଲିଷ୍ଟ କରାଯିବ । 

ସୂଚନାଯୋଗ୍ୟ, କିଛି ଚାଳକ ଜାଣିଶୁଣି ଫାଷ୍ଟ୍ୟାଗ୍‌କୁ ୱିଣ୍ଡ୍‌ସ୍କ୍ରିନ୍‌ରେ ଚିପ୍‌କାଇ ନ ଥାନ୍ତ । ସେମାନେ ଏହାକୁ ହାତରେ ଦେଖାଇ ସ୍କାନ୍‌ କରିଥାନ୍ତି । ଏହାଦ୍ୱାରା ଅଧିକ ସମୟ ଲାଗିଥାଏ ଏବଂ ଟୋଲ୍‌ ପ୍ଲାଜାରେ ଭିଡ଼ ଲାଗିଥାଏ । ଫଳରେ ଅନ୍ୟ ଯାତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହାବ୍ୟତୀତ କିଛି ଚାଳକ ଫାଷ୍ଟ୍ୟାଗ୍‌କୁ ଏକାଧିକ ଗାଡ଼ି ପାଇଁ ବ୍ୟବହାର କରିବାର ଉଦ୍ୟମ କରନ୍ତି । ଏହାଦ୍ୱାରା ଟୋଲ୍‌ ଦେଇ ଯାଉଥିବା ଗାଡ଼ିଗୁଡ଼ିକର ଡାଟା ଖାପ ଖାଏନାହିଁ । ଏହା ବେଆଇନ । ଜୁଲାଇ ୧୧ରେ ଏନ୍‌ଏଚ୍‌ଏଆଇ ନୂଆ ନିୟମର ଘୋଷଣା କରିଛି । ଟୋଲ୍‌ ଆଦାୟ ଏଜେନ୍ସିଗୁଡ଼ିକୁ ତୁରନ୍ତ ଏଭଳି ଫାଷ୍ଟ୍ୟାଗର ରିପୋର୍ଟ କରିବା ପାଇଁ କୁହାଯାଇଛି, ଯେଉଁ ଆଧାରରେ ଏନ୍‌ଏଚ୍‌ଏଆଇ ଫାଷ୍ଟ୍ୟାଗ୍‌କୁ ବ୍ଲାକ୍‌ଲିଷ୍ଟ କରିବ ।

ଖୁବ୍‌ଶୀଘ୍ର ଏନ୍‌ଏଚ୍‌ଏଆଇ ‘ଆନୁଆଲ ପାସ୍‌ ସିଷ୍ଟମ୍‌’ ଏବଂ ‘ମଲ୍ଟି ଲେନ୍‌ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌)’ ଟୋଲିଂକୁ ଆରମ୍ଭ କରିବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥାରେ ଫାଷ୍ଟ୍ୟାଗ୍‌ର ସଠିକ୍‌ ସ୍ଥିତି ଅତି ଜରୁରୀ, ଯାହାଦ୍ୱାରା ଟୋଲ୍‌ ସଂଗ୍ରହ ବିନା ବାଧାରେ ହେବ ଏବଂ ସିଷ୍ଟମ୍‌ର ବିଶ୍ୱସନୀୟତା ବଢ଼ିବ । ଏନ୍‌ଏଚ୍‌ଏଆଇ ଟୋଲ୍‌ ସଂଗ୍ରହ ଏଜେନ୍ସିଗୁଡ଼ିକୁ ଏକ ସ୍ୱତନ୍ତ୍ର ଇ-ମେଲ୍‌ ଆଇଡି ଦେଇଛି, ଯାହା ଜରିଆରେ ତୁରନ୍ତ ଏଭଳି ଫାଷ୍ଟ୍ୟାଗ୍‌ର ସୂଚନା ଦିଆଯାଇପାରିବ । ଏହାପରେ ଏନ୍‌ଏଚ୍‌ଏଆଇ ଉକ୍ତ ଫାଷ୍ଟ୍ୟାଗ୍‌କୁ ବ୍ଲାକ୍‌ଲିଷ୍ଟ କରିଦେବ । ଫଳରେ ତାହା ଆଉ କାମ କରିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.