ଭୁବନେଶ୍ବର, ୯।୪ : ଆଜାଦ ନଗର ବୋମା ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କଲା ଏନଆଇଏ ଟିମ । ଏନଆଇଏର ତିନିଜଣିଆ ଟିମ ଏୟାରଫିଲ୍ଡ ଥାନାରେ ପହଁଚି ପୋଲିସ ତଦନ୍ତର ସମସ୍ତ ଦସ୍ତାବିଜ ସଂଗ୍ରହ କରିଥିଲେ ।
ଏନଆଇଏର ତିନିଜଣିଆ ଟିମ ଏୟାରରଫିଲ୍ଡ ଥାନାରେ ପହଞ୍ଚି ବୋମାବିସ୍ପୋରଣ ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ନିକଟରୁ ସମସ୍ତ ତଥ୍ଯ ହାସଲ କରିଛି । ଆଜି ପର୍ଯ୍ୟନ୍ତ ବୋମା ବିସ୍ପୋରଣ ଘଟଣାରେ ମିଳିଥିବା ସୁରାକ , ଫୋରେନସିକ ରିପୋର୍ଟ , ଘଟଣା ସ୍ଥଳରୁ ମିଳିଥିବା ବିସ୍ଫୋରଣ ସମୟର ସିସିଟିଭିର ହାର୍ଡଡିସ୍କ କୁ ନିଜ ହେପାଜତକୁ ନେଇଛି । ଏହା ସହିତ ତଦନ୍ତକାରୀ ଅଧିକାରୀ ରେକର୍ଡ କରିଥିବା ଦୁଇ ଭିଯୁକ୍ତଙ୍କ ମ଼ତ୍ୟୁକାଳିନ ଜମାନବନ୍ଦି , ଅଭିଯୁକ୍ତ ମାନଙ୍କ ବଯାନକୁ ମଧ୍ଯ ନିଜ ହେପାଜତକୁ ନେଇଛି । ଏହା ପୁର୍ବରୁ ଏନ ଆଇ ଏ ଟିମ ବୋମା ବିସ୍ପୋରଣ ସ୍ଥଳକୁ ଦୁଇ ଦୁଇଥର ଯାଇ ତଦନ୍ତ କରି ଫେରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୬ ଜାନୁୟାରୀ ୨୭ ତାରିଖରେ ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ପୋରଣ I ଅଭିଯୁକ୍ତ ସେହନୱାଜ ମଲ୍ଲିକ, ତାଙ୍କ ମାଆ ଲିଜାତୁନ ବିବି , ସେହେନାଜର ପ୍ରେମିକା ତୃପ୍ତିମୟୀ ଓ ସହଯୋଗି ଅମୀୟ ମଲ୍ଲିକ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ I ଅଭିଯୁକ୍ତ ସେହେନୱାଜ ଓ ତାଙ୍କ ମା’ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।