ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସହିଦ ଭଗତ ସିଂଙ୍କ ବଳିଦାନ ଦିବସ ଅବସରରେ ଆଲୋଚନା ଚକ୍ର

ନୀଳଗିରି, ୨୩/୩ : ଭାରତର ଗଣତାନ୍ତ୍ରିକ ଯୁବ ସଙ୍ଗଠନ ଓ ଭାରତର ଛାତ୍ର ସଙ୍ଗଠନ ତରଫରୁ ନୀଳଗିରି ଏନଏସି କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଣତାନ୍ତ୍ରିକ ଯୁବ ସଙ୍ଗଠନର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଏକ। ଏକତା ହେଉଛି ଆମର ମୂଳ ମନ୍ତ୍ର। ଏକଥା କହିଥିଲେ ଭଗତ ସିଂ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବେ ଚାଲିବାର ସମୟ ଆସିଛି। ନତୁବା ଏବେ ଆଉ ଦେଶ ବଞ୍ଚାଇବା ହେବନି। ପୂର୍ବପରି ସେହି ବ୍ରିଟିଶ ଶାସନ ଅବସ୍ଥା ହେବ। ଜଣେ ଶ୍ରମିକ ମାତ୍ର କେଇ ଟଙ୍କା ମଜୁରୀ ପାଉଥିବା ବେଳେ ଆଦାନୀ ଓ ଅମ୍ବାନୀଙ୍କର ଟଙ୍କା କ୍ଷିପ୍ର ବେଗରେ ବଢି ଚାଲିଛି। ଏଭଳି ବକ୍ତବ୍ୟ ରଖି ଯୁବ ସମାଜଙ୍କୁ ଦେଶ ସେବାରେ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା।

ଗଣତାନ୍ତ୍ରିକ ଯୁବ ସଙ୍ଗଠନର ପୂର୍ବତନ ଜିଲ୍ଲା ସଭାପତି ସୀତାନସୁ ସେନାପତି, ପୂର୍ବତନ ଜିଲ୍ଲା ସମ୍ପାଦକ ଅଜୟ ପଟ୍ଟନାୟକ ଓ ବିଜୟ ପାତ୍ର, ବରିଷ୍ଠ ସାମ୍ବାଦିକ ରବି ରାଉତ ପ୍ରମୁଖ ମଞ୍ଚାସୀନ ରହି ସହିଦ ଭଗତ ସିଂଙ୍କ ଜୀବନୀ ଉପରେ ଗଭୀର ଆଲୋକପାତ କରିଥିଲେ। ଯୋଗାନନ୍ଦ ଦାଶ, ଜ୍ୟୋତିର୍ମୟୀ ରାଉତ, ଭଗବାନ ମହାନ୍ତି, ଗଙ୍ଗାଧର ମହାନ୍ତି ଓ ବହୁ ସିପିଆଇଏମର କର୍ମୀ ଓ ନେତୃ ମଣ୍ଡଳୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.