ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ତିହାର ଜେଲରେ ସରେଣ୍ଡର କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଜେଲ୍ ଯିବା ପରେ ଏବେ ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ଆତିଶୀ ଆଉ ଏକ ବଡ଼ ଅଭିଯୋଗ ବିଜେପି ଉପରେ ଲଗେଇଛନ୍ତି। ଆତିଶୀ ଦାବି କରିଛନ୍ତି କି, ଜେଲ୍ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁଲର ଦିଆ ଯାଇ ନାହିଁ। ଆତିଶୀ କହିଛନ୍ତି , ବିଜେପି ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଫେକ୍ କେସ୍ରେ ଗିରଫ କରାଇଛି। ରବିବାର ଅରବିନ୍ଦ କେଜ୍ରିୱାଲ ସରେଣ୍ଡର କରିଛନ୍ତି ଏବଂ ସେ ଜେଲ୍ ଯାଇଛନ୍ତି। କିନ୍ତୁ ବିଜେପି ଶାସିତ କେନ୍ଦ୍ର ସରକାରକୁ ପୁଣି ଶାନ୍ତି ମିଳିଲା ନାହିଁ। ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଏମିତି ସେଲ୍ରେ ରଖା ଯାଇଛି , ଯେଉଁଠି କୁଲର ବି ନାହିଁ।
ଏହି ସମୟରେ ଯେବେ ଦିଲ୍ଲୀର ତାପମାତ୍ରା ୪୮ ଡିଗ୍ରୀ ଓ ୫୦ ଡିଗ୍ରୀ ସେଲସିୟସ୍ ଯାଏ ପହଞ୍ଚି ଯାଇଛି ତ ,ତିହାରରେ ବିପଜ୍ଜନକ ଅପରାଧିଙ୍କୁ ମଧ୍ୟ କୁଲର ଦିଆଯାଉଛି , କିନ୍ତୁ ଦିଲ୍ଲୀର ଚର୍ଚ୍ଚିତ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଏତେ ଗରମରେ କୁଲର ବି ଦିଆଯାଉ ନାହିଁ। ମୁଁ ବିଜେପିକୁ ଓ ଦିଲ୍ଲୀର ଏଲଜି ସାହେବଙ୍କୁ ଏହା ପଚାରିବାକୁ ଚାହୁଁଛି କି ସେ କେତେ ତଳକୁ ଖସି ଯିବେ?
ଆତିଶୀ କହିଛନ୍ତି କି ତାଙ୍କୁ (ଅରବିନ୍ଦ କେଜ୍ରିୱାଲ) ୪୮ ଡିଗ୍ରୀ ତାପମାତ୍ରାରେ ଏକ ଛୋଟିଆ କାଳ କୋଠରୀରେ ରଖା ଯାଇଛି, ଯେଉଠି କୁଲର ବି ନାହିଁ, ଯାହା କଏଦୀଙ୍କୁ ଉପଲବ୍ଧ ରହିଛି। ମୋଦି –ବିଜେପି ଓ ଏଲଜି ସାହେବଙ୍କ ନିଷ୍ଠୁରତାର କୌଣସି ସୀମା ନାହିଁ।