PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଫିଫା ବିଶ୍ୱକପରେ ଡ୍ୟାନ୍ସର ଜଲୱା ଦେଖାଇବେ ନୋରା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ ୦୬/୧୦: ଫିଫା ବିଶ୍ୱକପ ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ କତାରରେ ଫିଫା ବିଶ୍ୱକପ୍ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଅନେକ ଟିମ୍ ପ୍ରସ୍ତୁତ ହୋଇସାରିଲେଣି। ଏଥି ସହିତ ଭାରତ ମଧ୍ୟ ଏଥର ଫିଫା ବିଶ୍ୱକପରେ ଏକ ବିଶେଷ ଯୋଗଦାନ ଦେବାକୁ ଯାଉଛି। ଏଥର ଫିଫା ବିଶ୍ୱକପ ୨୦୨୨ ରେ ବଲିଉଡର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା ଫତେହି ପରଫର୍ମାନ୍ସ ଦେବାକୁ ଯାଉଛନ୍ତି। ନୋରା ତାଙ୍କର ଏହି ପରଫର୍ମାନ୍ସକୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ଏହା ସହ ନୋରା ବିଶ୍ୱର ସବୁଠୁ ବଡ ସେଲିବ୍ରିଟିଙ୍କ ତାଲିକାରେ ସାମିଲ ହୋଇଛନ୍ତି, ଯେଉଁମାନେ ଫିଫା ବିଶ୍ୱକପରେ ନିଜର ପ୍ରଦର୍ଶନ ଦେଇଛନ୍ତି। ଏପର୍ଯ୍ୟନ୍ତ ଶକିରା ଏବଂ ଜେନିଫର ଲୋପେଜଙ୍କ ପରି ପ୍ରସିଦ୍ଧ ଗାୟିକାମାନେ ଫିଫା ବିଶ୍ୱକପରେ ନିଜର ଦମ୍ ଦେଖାଇସାରିଛନ୍ତି। ଖବର ଅନୁଯାୟୀ, ନୋରା ଖୁବ୍ ଶୀଘ୍ର ଫିଫା ବିଶ୍ୱକପ୍ ର ମ୍ୟୁଜିକ୍ ଭିଡିଓ ସୁଟିଂ କରିବେ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆଜିକାଲି ନୋରା ଡ୍ୟାନ୍ସ ରିଆଲିଟି ଶୋ’ ଝଲକ ଦିଖଲା ଜା’ର ସିଜନ ୧୦ କୁ କରଣ ଜୋହର ଏବଂ ମାଧୁରୀ ଦୀକ୍ଷିତଙ୍କ ସହ ଜଜ୍ କରୁଛନ୍ତି। ଏହା ବ୍ୟତୀତ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଥ୍ୟାଙ୍କ୍ ଗଡ୍‌ର ଗୀତ ମାଣିକରେ ଅଭିନୟ କରିଛନ୍ତି।