ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସିନେମା "କୁଳାଙ୍ଗାର-୨'ର ଅଡିଓ ରିଲିଜ, ରବିବାର ସନ୍ଧ୍ୟା ସାଢ଼େ ୬ରେ ଟେଲିଭିଜନ ପ୍ରିମିୟର

ଭୁବନେଶ୍ୱର,୧୪/୦୯: ଜୀସାର୍ଥକରେ ଆସୁଛି ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ସିନେମା "କୁଳାଙ୍ଗାର-୨' । ଏହାର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତା ୧୭ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ହେବ । ତା’ପୂର୍ବରୁ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ହୋଟେଲ ପରିସରରେ ଅଡିଓ ରିଲିଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରିମିୟର ତାରିଖ ଘୋଷଣା ହୋଇଛି । ସିନେମାର ମୁଖ୍ୟ ଚରିତ୍ରରେ ଶାଶ୍ୱତ ଓ ତାଙ୍କ ସାଥୀରେ ଅଛନ୍ତି ଚୁଲବୁଲି ନାୟିକା ନିଲାଖୀ । ବରିଷ୍ଠ କଳାକାର କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ସିନେମାର କାହାଣୀ ମ୍ୟାନେଜମେଣ୍ଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶକୁ ନେଇ ତିଆରି ହୋଇଛି । ବିକାଶ ପାଠ ପଢ଼ା ସାରିଲା ପରେ ମୋବାଇଲ ଆପ୍‌ ତିଆରି କରିବାକୁ ଚାହିଁଚି । ହେଲେ ବିକାଶର ବାପା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ କେଦାର ମିଶ୍ର ଚାହୁଁଛନ୍ତି, ପୁଅ ଏକ ସୁରକ୍ଷିତ ଚାକିରି କରୁ । ବିକାଶ କିନ୍ତୁ ଜିଦ୍‌ରେ ଅଟଳ । ଷ୍ଟାର୍ଟଅପ୍‌ ପାଇଁ ମା'ଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରିଛି । ଶେଷରେ ଟଙ୍କା ନେଇ ଏକ ଚିଟ୍‌ଫଣ୍ଡ୍‌ କମ୍ପାନିରେ ବିନିଯୋଗ କରି ସବୁ ହରାଇ ବସିଛି । ଏମିତିକି ଜଣେ ଝିଅକୁ କିଡ୍‌ନାପ କରି ଘରର ବିରୋଧ ସତ୍ତେ୍ୱ ବିବାହ କରିଛି ଏବଂ ଘରୁ ଅଲଗା ହୋଇ ଭାଗ ମାଗିଛି । ଯେଉଁଥିପାଇଁ ବହୁତ ଚିନ୍ତାରେ ରହିଛି ପରିବାର । ଏମିତି ଏକ ବିଷୟକୁ ଆଧାର କରି କାହାଣୀ ଆଗେଇଛି । ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ଓ ପ୍ରିୟବ୍ରତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ସିନେମାର ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମିହିର ମହାନ୍ତି । 

ଗୀତ ଲେଖିଛନ୍ତି ପଞ୍ଚାନନ ନାୟକ ଏବଂ ଗାଇଛନ୍ତି ପରିଚିତ କଣ୍ଠଶିଳ୍ପୀ ସତ୍ୟଜିତ୍‌, ଗୌରବ ଆନନ୍ଦ, ଏସ୍‌. ଜିତୁ ଓ ଦେବାଂଶୀ । ଦର୍ଶକମାନଙ୍କ ଦ୍ୱାରା ସିନେମାଟି ଆଦୃତି ଲାଭ କରିବ ବୋଲି ଚ୍ୟାନେଲ ପକ୍ଷରୁ ଆଶା କରାଯାଇଛି । ଅଡିଓ ରିଲିଜ୍‌ କାର୍ଯ୍ୟକ୍ରମରେ ଚିଫ୍‌ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍‌, ବରିଷ୍ଠ ଅଭିନେତା ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ସିନେମାର ନିର୍ଦ୍ଦେଶକ, ନାୟକ, ନାୟିକା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.