ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଫ୍ରାଇଡେ ରିଲିଜ୍‌: ଓଡ଼ିଆ ସିନେମା ‘ଆଭା’ ଓ ‘ଆଶ୍ରମ’ ମୁକ୍ତିଲାଭ, ବଲିଉଡ୍‌ରେ ୨ କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମ

ଭୁବନେଶ୍ୱର,୧୩/୦୮: ଓଲିଉଡ୍‌ ପାଇଁ  ପ୍ରେକ୍ଷାଳୟରେ ଶୁଭୁଛି ‘ଆ... ଆ...’ କାହିଁକି ନା’  ଫ୍ରାଇଡେ ରିଲିଜ୍‌ ଅବସରରେ ମୁକ୍ତିଲାଭ କରୁଛି ୨  ନୂଆ ଓଡ଼ିଆ ସିନେମା । ଗୋଟିଏ ‘ଆଭା’ ଓ ଅନ୍ୟଟି  ‘ଆଶ୍ରମ’ । ଉଭୟ ସିନେମା ଶୀର୍ଷକର ଆରମ୍ଭ ଅକ୍ଷର  ‘ଆ’ ଥିବାରୁ ଦର୍ଶକ ଏହାକୁ ଛୋଟ କରି କହୁଛନ୍ତି  ‘ଆ... ଆ...’ । ଏଥିସହିତ ବଲିଉଡ୍‌ରେ ୨ଟି କ୍ରାଇମ୍‌  ଥ୍ରିଲର୍‌ ଆସିଛି । ଗୋଟିଏ କରୀନା କପୁର୍‌ଙ୍କ ‘ଦ  ବକିଙ୍ଗ୍‌ହାମ୍‌ ମଡର୍ସ’ ଓ ଅନ୍ୟ ସିନେମାଟି ହେଲା  ‘ସେକ୍ଟର୍‌-୩୬’ । ଦୀର୍ଘ ଦିନର ବ୍ୟବଧାନ ପରେ  କରୀନା ମୁଖ୍ୟ ଚରିତ୍ରରେ ଆସୁଥିବାରୁ ତାଙ୍କୁ ନେଇ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚା ଲାଗି ରହିଛି ।   

ଶୁକ୍ରବାର ଶୁଭମୁକ୍ତି କରୁଥିବା ଦୁଇ ଓଡ଼ିଆ  ସିନେମା ଭିତରେ ରହିଛି ଓମ୍‌ ବାବା ପ୍ରଡକସନ୍ସର  ଚଳଚ୍ଚିତ୍ର "ଆଭା’ । ଆଭା ଏକ ନିପଟ ମଫସଲ ଗାଁର  ଗରିବ ପରିବାରର ଦିବ୍ୟାଙ୍ଗ ଝିଅ । ଦିବ୍ୟାଙ୍ଗ ହେଲେ  ମଧ୍ୟ କେମିତି ବଞ୍ଚିବାକୁ ହେବ, ଯାହାଦ୍ୱାରା ସମାଜକୁ  ଏକ ପ୍ରକାର ଶିକ୍ଷା ମିଳିବ ତାହାରି ଉପରେ ଆଧାରିତ  ସିନେମାର କାହାଣୀ । ଏହାର ସୁଟିଂ ପଶ୍ଚିମବଙ୍ଗ  ମେଦିନିପୁରର ଏକ ଗ୍ରାମୀଣ ପରିବେଶରେ ହୋଇଛି ।  ଏହି ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଛନ୍ତି ସୋନା  ମଲ୍ଲିକ । ଅନ୍ୟାନ୍ୟ ଭୂମିକାରେ ଅନୁ ଚୌଧୁରୀ,  କେଦାର ମିଶ୍ର, ଶ୍ୱେତା ଆଚାର୍ଯ୍ୟ, ବିଶାଲ ସାହୁ ଓ  ଅନ୍ୟମାନେ ଅଛନ୍ତି । ପ୍ରଯୋଜନା ପ୍ରବୀର ମହାପାତ୍ର  କରିଥିଲାବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପଲ୍ଲବ ରୟ । ସଂଳାପ ଲେଖିଛନ୍ତି ମୋହିତ  ଚକ୍ରବର୍ତ୍ତୀ, କ୍ୟାମେରାରେ ଦକ୍ଷତା ଦେଖାଇଛନ୍ତି  ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ଅଭିଜିତ୍‌  ମଜୁମ୍‌ଦାର୍‌ ଓ କାର୍ଯ୍ୟକାରୀ ପ୍ରଯୋଜକ ରହିଛନ୍ତି ସତ୍ୟ  ପ୍ରକାଶ ସାହୁ ବୋଲି କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ  ସୂଚନା ଦେଇଛନ୍ତି । ରାଜ୍ୟର ୧୮ଟି ହଲ୍‌ରେ ରିଲିଜ୍‌  ହେଉଥିଲାବେଳେ ଭୁବନେଶ୍ୱରରେ ୨ଟି ମଲ୍ଲିପ୍ଲେକ୍ସ  ଓ ଗୋଟିଏ ସିଙ୍ଗଲ୍‌ ସ୍କ୍ରିନ୍‌ରେ ଦର୍ଶକ ଦେଖିବାର  ସୁଯୋଗ ପାଇବେ । ଅପରାହ୍ଣରେ ଭୁବନେଶ୍ୱରରେ  ଏହାର ପ୍ରିମିୟର ଅନୁଷ୍ଠିତ ହେବ । 

 ସେହିପରି ଅନିଶ୍‌ ଏଣ୍ଟରଟେନ୍‌ମେଣ୍ଟ ପ୍ରସ୍ତୁତ  "ଆଶ୍ରମ-ଏକ ଆଶାର ଆଶ୍ରୟ’ । କାହାଣୀଟି ଜଣେ  ମହିଳା ଆଇଏଏସ୍‌ଙ୍କ ଉପରେ ପର୍ଯ୍ୟବେସିତ ।  ଚାକିରି ଜୀବନ ଦୃଢ଼ତାର ସହିତ କଟାଇବା ପରେ  ନିଜର ଏକମାତ୍ର ଘରକୁ ସମାଜରେ ଅବହେଳିତଙ୍କ  ପାଇଁ ସମର୍ପି ଦେଇଛନ୍ତି । ପ୍ରମୁଖ ଭୂମିକାରେ ବିଶିଷ୍ଟ  ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ସହ ଅଭିଷେକ  ଗିରି, ସୂର୍ଯ୍ୟମୟୀ, ତନୁଶ୍ରୀ, ସୌମ୍ୟ, ବିଜୟିନୀ ମିଶ୍ର,  ତୁଷାର, ଶଙ୍କର ଓ ଅନ୍ୟମାନେ ଅଛନ୍ତି । ପ୍ରଯୋଜନା  ତପନ ଦାଶ କରିଥିଲାବେଳେ ନିର୍ଦ୍ଦେଶନା ସୁଧାଂଶୁ  ମୋହନ ସାହୁ ଦେଇଛନ୍ତି । ଏହାର ସୁଟିଂ ପୁରୀ ଓ  ଅନ୍ୟାନ୍ୟ ସ୍ଥାନରେ ହୋଇଛି । ୪ଟି ଖୁବ୍‌ ସୁନ୍ଦର ଗୀତ  ଥିବାବେଳେ ଗୀତ ଲେଖିଛନ୍ତି ବାପୁ ଗୋସ୍ୱାମୀ ଓ  ସଙ୍ଗୀତ ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ । ସିନେମାର  କାହାଣୀ ନିତ୍ୟାନନ୍ଦ ନନ୍ଦୀ ଲେଖିଥିଲାବେଳେ ଚିତ୍ରନାଟ୍ୟ  ଓ ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ ।ଡିଓପିରେ  ଦୀପକ କୁମାର ଏବଂ ସମ୍ପାଦନାରେ ଚନ୍ଦ୍ର ଶେଖର  ମିଶ୍ର ଦାୟିତ୍ୱ ତୁଲାଇଛନ୍ତି । ପୂର୍ବରୁ ପ୍ରଯୋଜକ "ଚକ୍ଷୁ  ବନ୍ଧନ’ ଓ "ମାୟାବୀ’ ସିନେମା ଦର୍ଶକଙ୍କୁ ଭେଟି  ଦେଇଥିଲେ ଏବଂ "ମାୟାବୀ’ର ନିର୍ଦ୍ଦେଶକ ଥିଲେ  ସୁଧାଂଶୁ ମୋହନ ସାହୁ । ତେଣୁ ଉଭୟ ଯୋଡ଼ିଙ୍କ ଆଶା  ଏ ସିନେମା ବି ଆଶାଠୁ ଭଲ ହେବ । କାରଣ ବିଭିନ୍ନ  ସ୍ତରରୁ ସିନେମାଟିର ନିର୍ମାଣ ଶେଷ୍ଠ କରିବାର ପ୍ରୟାସ  କରାଯାଇଛି । ସିନେମାଟି ରାଜ୍ୟର ୧୬ଟି ହଲ୍‌ରେ  ମୁକ୍ତିଲାଭ କରୁଥିବାବେଳେ ଭୁବନେଶ୍ୱରରେ ପ୍ରିମିୟର  ହେଉଛି । ବଡ଼ କଥା ହେଲା³ ‘ଆଭା’ ଓ ‘ଆଶ୍ରମ’ର  ପୂର୍ବରୁ ସ୍ୱତନ୍ତ୍ର ସ୍କ୍ରିନିଂ ସରିଛି । ଉଭୟ ସିନେମା ବି  ସିନେ ସମୀକ୍ଷକ ଓ କଳାକାରଙ୍କ ମହଲରେ ବେଶ୍‌  ପ୍ରଶଂସା ସାଉଁଟିଛି । ତେଣୁ ଆଶା ସିନେମା ଘରେ  ମଧ୍ୟ ସଫଳ ହେବ । କାରଣ ଗତ ସପ୍ତାହରେ ୩ଟି  ଓଡ଼ିଆ ସିନେମା ଆସିଥିଲା, ଯାହା ଏବେ ବି ଚାଲିଛି ।  ସେହିଭିତରେ ଏ ଦୁଇ ଟିମ୍‌ ମଧ୍ୟ ନିଜ ସଫଳତା  ନେଇ ଆଶାବାଦୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.