ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ ରିଲିଜ୍, ସନ୍ଧ୍ୟାରେ ଭୁବନେଶ୍ୱରର ଏକ ପ୍ରେକ୍ଷାଳୟରେ ହେବ ପ୍ରିମିୟର

ଭୁବନେଶ୍ୱର,୦୭/୦୬: ଫ୍ରାଇଡେ ରିଲିଜ୍‌ ଅବସରରେ ପ୍ରେକ୍ଷାଳୟକୁ ଆସୁଛି ନୂଆ ଓଡ଼ିଆ ସିନେମା  ‘ଟିକେ ଟିକେ ଅଚିହ୍ନା ତୁ’। ରାଜ୍ୟର ୩୪ଟି ହଲ୍‌ରେ ଏହା  ରିଲିଜ୍‌ ହେଉଥିବାବେଳେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱରର ଏକ ପ୍ରେକ୍ଷାଳୟରେ କଳାକାରଙ୍କ ସହ ପ୍ରିମିୟର ଅନୁଷ୍ଠିତ ହେବ । ଆମର ଷ୍ଟୁଡିଓଜ୍‌ ଏବଂ ଡିକେ ମୁଭିଜ୍‌ ବ୍ୟାନରରେ ପ୍ରସ୍ତୁତ  ହୋଇଥିବା ଏହି ସିନେମାରେ ପୁଣି ଥରେ ଏକାଠି ହୋଇଛନ୍ତି  ଓଲିଉଡ୍‌ର ଚର୍ଚ୍ଚିତ ପୁରୁଣା ଯୋଡ଼ି ସ୍ୱରାଜ-ଭୂମିକା । ‘ତୁ  ମୋ ଲଭ୍‌ଷ୍ଟୋରୀ’ ଓ ‘ତୁ ମୋ ଲଭ୍‌ଷ୍ଟୋରୀ-୨’ ମ୍ୟୁଜିକାଲ୍‌  ହିଟ୍‌ ହୋଇଥିଲାବେଳେ ଏହି ସିନେମା ସେହିପରି ସଫଳତା  ଆଣିଦେବ ବୋଲି ଦୁହିଁଙ୍କ ସହ ପୂରା ୟୁନିଟ୍‌ ଆଶାବାଦୀ  ରହିଛି । କିନ୍ତୁ ଦର୍ଶକ ଓ ସମର୍ଥକ କେତେ ଭଲପାଇବା  ଦେଉଛନ୍ତି ତାହା ରିଲିଜ୍‌ ପରେ ଜଣାପଡ଼ିବ । 

ନବୀନ ଭଣ୍ଡାରି  ଓ ଦୀପକ ମିଶ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସ୍ୱରାଜ,  ଭୂମିକାଙ୍କ ସହ ଶୁଭମ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ  କରିଛନ୍ତି । ତାପସ ସରଘରିଆ ନିର୍ଦ୍ଦେଶନା ଦେଇଥିବାବେଳେ  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ । ଭରଦ୍ୱାଜ  ପଣ୍ଡା କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଛନ୍ତି । ଏଥିରେ  ବି ଗୀତକୁ ନେଇ ବହୁତ କିଛି ପରୀକ୍ଷା ନିରୀକ୍ଷା କରିଛନ୍ତି  ପ୍ରେମ୍‌ ଆନନ୍ଦ । ତେଣୁ ଆଶା, ଗୀତକୁ ନେଇ ଏହି ସିନେମା  ଆଗକୁ ମୁକ୍ତିଲାଭ ଅପେକ୍ଷାରେ ଥିବା ୩ ଓଡ଼ିଆ ସିନେମା  ‘ପାବାର୍‌’, ‘କୁହୁଡ଼ି’ ଓ ‘ଚନ୍ଦ୍ରବଂଶୀ’ ସହ ରଜ ବଜାରରେ  ଲଢ଼େଇ କରିବ । ସିନେମାର ଡିଓପିରେ ସୁବ୍ରତ ଖଟେଇ,  ଏଡିଟିଂ ରାଜେଶ ଦାଶ, କୋରିଓଗ୍ରାଫିରେ ଗିରିଶ ମହାନ୍ତି  ଓ ଅମିତ ନାୟକ ପ୍ରମୁଖ ଭାର ସମ୍ଭାଳିଛନ୍ତି ।

ଚଳିତ ରଜ  ବଜାରରେ ଏହା ପ୍ରଥମ ସିନେମା ହୋଇଥିବାବେଳେ ଏଥର  ସ୍ୱରାଜ-ଭୂମିକା ଯୋଡ଼ି ଓପନିଂ କରିଛନ୍ତି । ଏହାଛଡ଼ା ବକ୍ସ  ଅଫିସ୍‌ରେ ବଲିଉଡ ସିନେମା ‘ହମାରେ ବାରହ’, ‘ମହ୍ଲାର’,  ‘ବଜରଙ୍ଗ ଔର ଅଲ୍ଲୀ’, ‘ମୁଞ୍ଜ୍ୟା’, ‘ଫୁଲି’ ମୁକ୍ତିଲାଭ କରୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.