ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଓଡିଶା ଆଦର୍ଶ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ନାମଲେଖା ପ୍ରକ୍ରିୟା ଆରମ୍ଭ: ଜୁଲାଇ ୧୨ ଯାଏ ଆବେଦନ, ୧୫ରେ ଚୟନ ତାଲିକା

ଭୁବନେଶ୍ୱର,୨୯/୦୬: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ  ଏକାଦଶ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୧୨ ଯାଏ  ଆବେଦନ ସୁଯୋଗ ରହିଛି । ୧୫ ତାରିଖରେ ଚୟନ ତାଲିକା ବିଜ୍ଞପ୍ତି ପ୍ରକାଶ  ପାଇବ । ୧୬ରୁ ୨୧ ତାରିଖ ଯାଏ ନାମଲେଖା ହେବ । ୨୨ ତାରିଖରେ ୱେଟିଂ ଲିଷ୍ଟ  ପ୍ରକାଶ ପାଇବ । ୨୩ରୁ ୩୦ ତାରିଖ ମଧ୍ୟ ୱେଟିଂ ଲିଷ୍ଟରେ ଥିବା ପିଲାଙ୍କୁ ସିଟ୍‌  ଆଧାରରେ ନାମଲେଖା ଯିବ । ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରାଯିବ ।  ଏନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ନାମଲେଖା ହେବ । 

ବିଜ୍ଞାନରେ ନାମଲେଖା  ପାଇଁ ସାଧାରଣ, ଓବିସି, ଏସ୍‌ଇବିସି ବର୍ଗର ଶିକ୍ଷାର୍ଥୀଙ୍କ ଯୋଗ୍ୟତା ଦଶମ ଶ୍ରେଣୀର  ସର୍ବନିମ୍ନ ମାର୍କ ୫୫ ପ୍ରତିଶତ ସହ ବିଜ୍ଞାନ ଓ ଗଣିତରେ ୫୦ ପ୍ରତିଶତ ମାର୍କ  ରହିଥିବା ଆବଶ୍ୟକ । ଏସ୍‌ସିଏସ୍‌ଟି ବର୍ଗର ଶିକ୍ଷାର୍ଥୀଙ୍କ ଯୋଗ୍ୟତା ଦଶମ ଶ୍ରେଣୀର  ସର୍ବନିମ୍ନ ମାର୍କ ୫୦ ପ୍ରତିଶତ ସହ ବିଜ୍ଞାନ ଓ ଗଣିତରେ ୪୫ ପ୍ରତିଶତ ମାର୍କ  ରହିଥିବା ଆବଶ୍ୟକ । ସେହିପରି ବାଣିଜ୍ୟରେ ନାମଲେଖା ପାଇଁ ଦଶମ ଶ୍ରେଣୀ  ପାସ୍‌ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଶିକ୍ଷାର୍ଥୀମାନେ ସିବିଏସ୍‌ଇ  କିମ୍ବା ଅନ୍ୟ ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ସୂଚନାଯୋଗ୍ୟ, ୨୧୪ଟି  ଓଏଭିରେ ନାମଲେଖା ହେବ । ବିଜ୍ଞାନ ଓ ବାଣିଜ୍ୟରେ ୮୦ଟି ଲେଖାଏଁ ସିଟ୍‌  ରହିଛି । ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଯିବ । ସମସ୍ତ ପ୍ରକାରର  ଲାବୋରେଟୋରୀ ରହିଛି । ୧୩୧ଟି ଛାତ୍ରୀ ନିବାସ ରହିଛି । ଇଚ୍ଛୁକ ଶିକ୍ଷାର୍ଥୀ ନିକଟସ୍ଥ ଓଏଭିରେ ନାମଲେଖା ସଂପର୍କରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିପାରିବେ ।  ଏଥିସହ ଓଏଭି ୱେବ୍‌ସାଇଟ୍‌ www.oav.edu.in ରେ ସମସ୍ତ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.