ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର,୦୨/୦୭: ଚଳିତ ବର୍ଷର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଗୃହ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ସାମିଲ ହୋଇଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଦିବଂଗତ ନେତା ପାଇଁ ଶୋକ ପ୍ରସ୍ତାବ ପାରିତ ହୋଇଛି। ଦିବଂଗତ ନେତା ସୁରେନ୍ଦ୍ର ନାଥ କହଁରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଏହି ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ।କୋଭିଡ୍ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ୨୪ ଦିନ ଚାଲିବ ବିଧାନସଭା । ପ୍ରଥମ ପର୍ଯ୍ୟାୟରେ ୨ରୁ ୬ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ୧୩ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ।
ବଜେଟ ଉପରେ ଜୁଲାଇ ୫ ଓ ୬ ତାରିଖରେ ଆଲୋଚନା ହେବ । ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ ଗୃହରେ । ୧୪ରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଗତ ସହ ଆଲୋଚନା ହେବ। ଜୁଲାଇ ୩୦ରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ । ଅଗଷ୍ଟ ୨ ଓ ୪ରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଆଗତ କରାଯିବ ।ଦିନକୁ ୬ ଘଣ୍ଟା ଧରି ଚାଲିବ ଗୃହକାର୍ଯ୍ୟ ।