ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀରବତା ଭାଙ୍ଗିଲେ ନବୀନ, କହିଲେ ଓଡିଶାବାସୀ ବାଛିବେ ଉତ୍ତରାଧିକାରୀ

ନୂଆଦିଲ୍ଲୀ, ୩୦/୫:  ରାଜ୍ୟରେ ଜାରି ରହିଛି ନିର୍ବାଚନ । ଏହାରି ମଧ୍ୟରେ ବିଜେପି ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଓ  ପାଣ୍ଡିଆନଙ୍କ ଭୂମିକା ନେଇ ଟାର୍ଗେଟ କରୁଥିବା ବେଳେ ନୀରବତା ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଏନଆଇକୁ  ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ରାଜ୍ୟର ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବହୁ ଦ୍ୱନ୍ଦ୍ୱର ସମାଧାନ କରିଛନ୍ତି । ବିଶେଷ କରି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭାରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ। ଯାହା  ଏକ ବଡ ପ୍ରସଙ୍ଗ ପାଲଟିଯାଇଥିଲା । ଏହା ସହିତ ନିର୍ବାଚନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସମାଲୋଚନା କରାଯାଉଥିଲା । ତେବେ ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ନବୀନ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ପ୍ରଥମେ ନବୀନ ପଟ୍ଟନାୟକ କହିଛନ୍ତି ଯେ,  ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟ ଲାଗି ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରି ମୋର ସ୍ୱାସ୍ଥ୍ୟ ଅବସ୍ଥା ବୁଝିପାରିଥାନ୍ତେ । କିନ୍ତୁ ସେ ଏପରି ନ କରି ଜନସଭାରେ ମୋ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆଲୋଚନା କଲେ । ଏହା ସହିତ ସେ କହିଛନ୍ତି ଯେ, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ।  ମୁଁ ମୋ ଲୋକଙ୍କ ସେବା କରିଚାଲିବି । ହେଲେ ବିଜେପି ହତାଶ ହୋଇ ଏପରି ମିଛ କହୁଛି ।

ସେହିପରି  ଉତ୍ତରାଧିକାରୀ ପାଣ୍ଡିଆନ୍ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ସେନେଇ ସେ କହିଛନ୍ତି  ମୋର ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି । ପାଣ୍ଡିଆନ୍ ନିର୍ବାଚନରେ ମଧ୍ୟ ଛିଡା ହୋଇନାହାନ୍ତି । ମୋର ଉତ୍ତରାଧିକାରୀ କିଏ ହେବ ତାହା  ଓଡିଶାବାସୀ ନିର୍ଣ୍ଣୟ କରିବେ ।  ମୁଁ ରାଜନୀତିରେ କାହା ପ୍ରତି ଶତ୍ରୁତା ରଖେ ନାହିଁ । ଲୋକେ ଏପରି ବଢେଇଚୁଡେଇ କାହିଂକି କହୁଛନ୍ତି ବୁଝାପଡୁନି। ସେହିପରି ଚଳିତ ନିର୍ବାଚନରେ ବିଜେଡିର ଫଳାଫଳ କ’ଣ ହେବ ସେନେଇ ନବୀନ କହିଛନ୍ତି ଆମେ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ।  ଆମେ ପୁଣି ଏଥର ରାଜ୍ୟରେ ସରକାର ଗଢିବୁ। ମୁଁ ୨୭ ବର୍ଷ ହେବ ଦଳର ସଭାପତି ଅଛି ରହିବି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.