PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଧାନସଭାରେ ମନ୍ତ୍ରୀ ମରୁଡି; ବିରୋଧୀ ସଭ୍ୟଙ୍କ ହଙ୍ଗାମା

ଭୁବନେଶ୍ୱର,୧୭ ।୭(ବ୍ୟୁରୋ): ସଂସଦୀୟ ଗଣତାନ୍ତ୍ରିକ ପରମ୍ପରାର ଉଲ୍ଲଂଘନ ହେଉଛି । ବିଧାନସଭାର ବିଧି ବ୍ୟବସ୍ଥା ପ୍ରତି ସରକାରୀ ଦଳର ସମ୍ମାନ ନାହିଁ । ମୁଖ୍ୟମନ୍ତ୍ରୀ ପାଟକୁରା ପ୍ରଚାରରେ ଯାଇଛନ୍ତି । ମନ୍ତ୍ରୀମାନେ ଯାଇ ଡେରା ପକାଇଛନ୍ତି । ଗୃହରେ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ‘କା’ ମନ୍ତ୍ରୀମାନେ ଦେଉଛନ୍ତି । ଏହା ଆଦୌ ବିଧି ନୁହେଁ । ମନ୍ତ୍ରୀମାନେ ଓ ଶାସକ ଦଳର ବିଧାୟକମାନେ ପୂର୍ବ ଲିଖିତ ଲେଖାକୁ ଗୃହରେ ପଢ଼ୁଛନ୍ତି । ମନ୍ତ୍ରୀମାନେ ସଭ୍ୟମାନଙ୍କ ଅତିରିକ୍ତ ପ୍ରଶ୍ନର ଠିକ୍‌ ଉତ୍ତର ରଖୁନାହାନ୍ତି । ଏମିତି ଗୃହ ଚଳାଇବା ଅପେକ୍ଷା ପାଟକୁରା ଭୋଟ ସରିବା ଯାଏ ବିଧାନସଭାକୁ ବାଚସ୍ପତି ବନ୍ଦ ରଖନ୍ତୁ । ବିଧାନସଭାରେ କଂଗ୍ରେସ ଓ ବିଜେପି ଏମିତି ଦାବି କରିଥିଲେ । କଂଗ୍ରେସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା ।

ବିଜେପି ପିଏମ୍‌ କିଷାନରେ ଆବଶ୍ୟକ ଚାଷୀଙ୍କ ତାଲିକା ରାଜ୍ୟ ସରକାର ନ ପଠାଇ କାହିଁକି କେନ୍ଦ୍ର ସହ ଭିଡ଼ାଓଟରା ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲା । ଚାଷୀଙ୍କ ଧାନ ସରକାର କିଣୁ ନଥିବାରୁ ସମ୍ବଲପୁର ଓ କଳାହାଣ୍ଡିରେ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ବାଚସ୍ପତି ଏ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି ରଖିଥିଲା । ଉଭୟ ଦଳ ନିଜ ନିଜର ଦାବି ନେଇ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ହୋହଲ୍ଲା ସହ ସ୍ଲୋଗାନବାଜି ଛାଡ଼ିଥିଲେ । ବାଚସ୍ପତି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଗୃହ ପରିଚାଳନା କରୁନାହାନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉପରକୁ ପ୍ରଶ୍ନପତ୍ର ଫିଙ୍ଗିଥିଲେ । ହୋହଲ୍ଲା ଓ ହଙ୍ଗାମା କାରଣର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବି ରଖିଥିଲେ ।

ଆଜି ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନକର୍ତ୍ତାଙ୍କ ଉତ୍ତର ଦେବାକୁ ମନ୍ତ୍ରୀ ଗୃହରେ ନଥିଲେ । ତାଙ୍କ ବଦଳରେ ଅନ୍ୟ ମନ୍ତ୍ରୀ ଉତ୍ତର ରଖିଥିଲେ । ଏହାକୁ ନେଇ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ । ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଲେ, ପାଟକୁରା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯାଇଛନ୍ତି ।

ପରଠୁ ଆଉ ନିର୍ବାଚନ ଜିଣି ପାରିନାହାନ୍ତି । ପ୍ରଥମଥର ସମର୍ଥନ ଜଣାଇ ଓ ପରବର୍ତ୍ତୀ ଥର ନିଜସ୍ୱ ଦମ୍‌ରେ ଦଳ ଗଢ଼ି, ନିଜ ମନୋମତ ପ୍ରାର୍ଥୀଙ୍କୁ ଜିତାଇ ଆଣି ପାରିଛନ୍ତି ସତ ।ସାମରିକ ଅଦାଲତ ଏକତରଫା ଭାବେ କୁଳଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ଏହା ବିରୋଧରେ ଭାରତ ୨୦୧୭ ମେ ୮ରେ ଆଇସିଜେରେ ଅପିଲ କରିବା ପରେ ତାଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲାଗିଥିଲା । ତେବେ ଆନ୍ତର୍ଜାତିକ ଚାପ ଯୋଗୁ ପାକିସ୍ତାନ ୨୦୧୭ ଡିସେମ୍ବର ୨୫ରେ କୁଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବା ଲାଗି ସୁଯୋଗ ଦେଇଥିଲେ । ମାତ୍ର ସେମାନଙ୍କୁ ପାକିସ୍ତାନ ଅସୌଜନ୍ୟ ବ୍ୟବହାର କରିଥିଲା ।