PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଲା-ଉବେର ଓ ରାପିଡୋ ଏହି ରାଜ୍ୟରେ ବେଆଇନ୍‌ ଘୋଷିତ, ତିନି ଦିନ ଭିତରେ ସର୍ଭିସ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଙ୍ଗାଲୁର,୭।୧୦: ଆପ୍ ଆଧାରିତ କ୍ୟାବ୍ କମ୍ପାନୀ ଓଲା, ଉବେର ଓ ରାପିଡୋକୁ ବଡ ଝଟକା। ତିନି ଦିନ ଭିତରେ କର୍ଣ୍ଣାଟକରେ ଏହି କମ୍ପାନୀକୁ ନିଜର ଅଟୋ ସେବା ବନ୍ଦ କରିବାକୁ ହେବ। ରାଜ୍ୟ ସରକାର ଏହି କ୍ୟାବ୍ କମ୍ପାନୀକୁ ବେଆଇନ୍ ବୋଲି ଘୋଷଣା କରିବା ସହ ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ବିଭାଗ ପକ୍ଷରୁ ଏହି ତିନୋଟି କ୍ୟାବ୍ ସର୍ଭିସ ଦେଉଥିବା କମ୍ପାନୀକୁ ନୋଟିସ୍ ପଠାଯାଇଛି। ଏଥିରେ ବିଭାଗ ଦ୍ବାରା ତାଙ୍କୁ ଆଗାମୀ ତିନିଦିନ ଭିତରେ କର୍ଣ୍ଣାଟକରେ ନିଜର ଅଟୋ ସେବା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।

ଏହି ସବୁ କ୍ୟାବ୍ କମ୍ପାନୀ ବିରୋଧରେ ଲଗାତାର ମିଳୁଥିବା ଅଭିଯୋଗକୁ ଧ୍ୟାନରେ ରଖି ସରକାର ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋରେ ଯାତ୍ରା କରୁଥିବା ଯାତ୍ରୀ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଦୁଇ କିଲୋମିଟରରୁ କମ୍ ଦୂରକୁ ମଧ୍ୟ କମ୍ପାନୀ ଅତି କମ୍‌ରେ ୧୦୦ ଟଙ୍କା ଭଡା ଆଦାୟ କରୁଛି। ସେଭଳି ସରକାରଙ୍କ ନିୟମ ଅନୁସାରେ, ଅଟୋ ଚାଳକ ପ୍ରଥମ ଦୁଇ କିଲୋମିଟର ପାଇଁ ୩୦ ଟଙ୍କା ଓ ଏହାପରେ ୧୫ ଟଙ୍କା କିଳୋମିଟର ଅନସାରେ ଚାର୍ଜ କରିପାରିବେ।

ବହୁ ଯାତ୍ରୀ ଏହି ପ୍ଲାଟଫର୍ମ ଦ୍ବାରା ଚାଲୁଥିବା ଅଟୋରିକ୍ସା ଦ୍ବାରା ସର୍ଜ ପ୍ରାଇସିଂର ଅଭିଯୋଗ କରି କହିଥିଲେ ଯେ, ଏହି କ୍ୟାବ୍ କମ୍ପାନୀର ଆପ୍ କାରଣରୁ ଅଟୋରିକ୍ସାର ଭଡା ବଢି ଯାଇଛି। ଏହି ସବୁ ଅଭିଯୋଗ ପରେ ଗୁରୁବାର କର୍ଣ୍ଣାଟକ ସରକାର ଏହି କ୍ୟାବ୍ର ଏଗ୍ରିଗେଟରକୁ ନୋଟିସ୍ ଜାରି କରିଥିଲେ। ପରିବହନ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କହିଛି ଯେ, ଯଦି କ୍ୟାବ୍ ଏଗ୍ରିଗେଟର୍ସ ଓ ବାହନ ମାଲିକ ସରକାରୀ ନିର୍ଦେଶର ଉଲଂଘନ କରନ୍ତି ତେବେ ମାମଲା ରୁଜୁ କରାଯିବ।

ସମ୍ବନ୍ଧିତ ଖବର