ନୂଆଦିଲ୍ଲୀ,୯।୬: ମଧ୍ୟ ଏସିଆରେ ଉତ୍ତେଜନା ଭିତରେ ସୃଷ୍ଟି ହୋଇଛି ଶକ୍ତି ସଙ୍କଟ। ବିଶେଷ ଭାବରେ ଭାରତ ଭଳି ଦେଶ, ଯାହାକି ମିଡିଲ ଇଷ୍ଟରୁ ସପ୍ଲାଇ ବନ୍ଦ ହେବାପରେ ସର୍ବାଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭାରତ ଦୃତ ଗତିରେ ନିଜର ଏନର୍ଜି ସପ୍ଲାଇକୁ  ବଢାଇବା ଆରମ୍ଭ କରିଛି। ଭାରତ ଏବେ ଓମାନରୁ ଗୁଜରାଟ ଭିତର ଦେଇ ଲମ୍ବା ପାଇପଲାଇନ୍ ବିଛାଇବାର ପ୍ରୋଜେକ୍ଟ ଘୋଷଣା କରିଛି। ଏହା ଆରବ ସାଗର ପାର କରି ପ୍ରାୟ ୨୦୦୦ କିଲୋମିଟର ଲମ୍ବା ଏକ ଗଭୀର ସମୁଦ୍ରରେ ବିଛା ଯାଉଥିବା ଗ୍ୟାସ ପାଇପଲାଇନ୍। ଏହା ଓମାନ ଓ ଗୁଜରାଟକୁ ଯୋଡୁଥିବା ଲମ୍ବା ସମୟର ଚର୍ଚ୍ଚିତ ଯୋଜନା, କାରଣ ଭାରତ ଦ୍ରୁତ ଗତିରେ ଅନିଶ୍ଚିତ ଭୂ-ରାଜନୈତିକ ବିବାଦ ଭିତରେ ଅଧିକ ବିଶ୍ବାସନୀୟ ଶକ୍ତି ଯୋଗାଣକୁ ସୁନିଶ୍ଚିତ କରିବାର ଚେଷ୍ଟା କରୁଛି।

ଗତ ତିନି ଦଶକ ହେବ ଏହି ପ୍ରୋଜେକ୍ଟର ବହୁବାର ସମୀକ୍ଷା କରାଯାଇଛି, କିନ୍ତୁ ଅଧିକ ଖର୍ଚ୍ଚ, ଯାନ୍ତ୍ରିକ ସମସ୍ୟା ଓ ବ୍ୟବସାୟିକ ଅସୁବିଧା କାରଣରୁ ଏହି ଯୋଜନା ଆଗକୁ ବଢିପାରିନି। ଏବେ ଏହି ପ୍ରସ୍ତାବକୁ ସପୋର୍ଟ କରୁଥିବା ପ୍ରାଇଭେଟ୍ ଗ୍ରୁପ୍ SAGE ଦ୍ବାରା ମାର୍ଗ ଓ ଏହାର ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଭାଲ୍ୟୁଏସନ୍ କରିବା ପାଇଁ ସମୁଦ୍ର ତଳେ ସର୍ଭେ ସହ ଟେକ୍ନୋଜି ଓ ଆର୍ଥିକ ଅଧ୍ୟୟନ ପୁରା କରିବା ପରେ ଏହି ପ୍ରକଳ୍ପକୁ ନୂଆ ଗତି ମିଳିଛି।

ଅନୁମାନ କରାଯାଉଛି ଯେ, ଏହି ପ୍ରୋଜେକ୍ଟ ଅନୁସାରେ ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଓମାନ-ଗୁଜରାଟ ଡିପ୍‌-ସି ଗ୍ୟାସ୍ ପାଇପଲାଇନ୍, ଏପର୍ଯ୍ୟନ୍ତ ସବୁଠାରୁ ଗଭୀର ସମୁଦ୍ର ମାର୍ଗ ଭିତରୁ ଗୋଟିଏ ହେବ। ଏହା ନାଚୁରାଲ ଗ୍ୟାସ ସପ୍ଳାଇ ଲଗାତାର ଜାରି ରଖି। ଯଦି ଏହି ପାଇପଲାଇନ୍ ତିଆରି ହୁଏ, ତେବେ ଏହାଦ୍ବାରା ଉପସାଗରୀୟ ଦେଶ ଓ ଭାରତ ଭିତରେ ଏକ ସିଧା ପାଓ୍ବାର କରିଡର ସ୍ଥାପିତ ହୋଇପାରିବ। ଯାହାଦ୍ବାରା ଦେଶକୁ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମୁଦ୍ର ମାର୍ଗ ଉପରେ ନିର୍ଭରତା କମ୍ ହୋଇଯିବ।

ଭାରତ ଆମଦାନୀ କରୁଥିବା ଶକ୍ତି ସଙ୍କଟ ବହୁଦୂର ପର୍ଯ୍ୟନ୍ତ ହ୍ରାସ ପାିବ। ଦେଶ ନିଜର ଅଧିକାଂଶ ଅଶୋଧିତ ତୈଳର ଆବଶ୍ୟକତାକୁ ଆମଦାନୀ କରିଥାଏ। ପ୍ରାକୃତିକ ଗ୍ୟାସ, ବିଶେଷ ଭାବରେ ଏଲଏନ୍‌ଜିର ବିଦେଶୀ ଯୋଗାଣ ଉପରେ ବହୁ ଦୂର ପର୍ଯ୍ୟନ୍ତ ନିର୍ଭର କରିବାକୁ ପହିଥାଏ। ଏହି ଆମଦାନୀର ଏକ ବଡ ଅଂଶ ଉପସାଗରୀୟ ଦେଶରୁ ଆସିଥାଏ। ଆରବ ଦେଶକୁ ଯୋଡୁଥିବା ହର୍ମୁଜ ମାଧ୍ୟମରେ ଭାରତରେ ପହଁଞ୍ଚିଥାଏ। ଏହି ମାର୍ଗରେ କୌଣସି ପ୍ରକାର ବାଧା ଗ୍ଲୋବାଲ ମାର୍କେଟ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ବାରା ସିପିଂ ଖର୍ଚ୍ଚ, ଇନ୍ଧନର ଦାମ୍ ଓ ଯୋଗାଣ ଚେନ୍‌ ପ୍ରଭାବିତ ହୋଇପାରେ।

ପ୍ରସ୍ତାବିତ ପ୍ରୋଜେକ୍ଟ, ଆରବ ସାଗରରେ ବ୍ୟାପିଥିବା ପାଣି ତଳେ ଥିବା ନେଟଓ୍ବର୍କ ମାଧ୍ୟମରେ ଓମାନରୁ ସିଧା ଗୁଜରାଟ ସହ ଯୋଡିବ। ଏହାର ସବୁଠାରୁ ଖାସ୍ କଥା ଏହା ଯେ, ଏହାର ଗଭୀରତା। ମାର୍ଗର କିଛି ଅଂଶ ସମୁଦ୍ର ତଳୁ ୩୦୦୦ ମିଟରରୁ ଅଧିକ ତଳେ ହେବାର ସମ୍ଭାବନା ରହିଛି, ଯାହାଦ୍ବାରା ଏହା ଏପର୍ଯ୍ୟନ୍ତୂର ପ୍ରସ୍ତାବିତ ସବୁଠାରୁ ଗଭୀର ସମୁଦ୍ର ପାଇପଲାଇନ୍‌ ଭିତରୁ ଅନ୍ୟତମ ପାଲଟିଯିବ।

ଏହି ପାଇପଲାଇନ୍ ଦ୍ବାରା ଦୀର୍ଘକାଳୀନ ଯୋଗାଣ ଅନୁସାରେ, ପ୍ରାକୃତିକ ଗ୍ୟାସର ପରିବହନ ହେବାର ଆଶା ରହିଛି। ଯାହାଦ୍ବାରା ସମ୍ଭାବିତ ରୂପରେ ଭାରତକୁ ନିଜର ଶକ୍ତି ସମ୍ଭଳରେ ବିବିଧତା ଆଣିବାରେ ସାହାଯ୍ୟ ମିଳିବ। ଏହା ସହ ଓମାନକୁ ଏକ ସ୍ଥିର ରପ୍ତାନୀ ବଜାର ମିଳିବ। ଏହି ପ୍ରକଳ୍ପ ଅନୁସାରେ, ପରିବାର ଖର୍ଚ୍ଚ ୨-୨.୨ଡଲାର ପ୍ରତି ଏମ୍‌ଏମ୍‌ବିଟିୟୁ ଭିତରେ ହୋଇପା​‌ରେ। ତେବେ ଅନ୍ତିମ ଖର୍ଚ୍ଚ ଫଣ୍ଡିଂ ବ୍ୟବସ୍ଥା, ନିର୍ମାଣ ବ୍ୟୟ ଓ ଭବିଷ୍ୟତରେ ଗ୍ୟାସ୍‌ର ଦାମ୍ ଉପରେ ନିର୍ଭର କରିବ।