ଅନୁଗୁଳ, ୧୪।୧ : ଅନୁଗୋଳ ପୁରୁଣାଗଡ଼ ରୁ ମକର ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା। ପୁରୁଣାଗଡ କରମଙ୍ଗା ସାହି ଠାରେ ବାଇକ୍ ଦୁର୍ଘଟଣା । ଏଥିରେ ଜଣେ ମୃତ, ଦୁଇ ଗୁରୁତର । ମୃତକ ଜଣଙ୍କ ହେଲେ ସୁଶ୍ରୀପାଳ ଗ୍ରାମର ବସନ୍ତ ନାଏକ (୨୪)। ଆହତ ଅନ୍ୟ ଦୁଇ ଜଣକୁ ପ୍ରଥମେ ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପରେ ଅନୁଗୋଳ ମୁଖ୍ୟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।
ସୁଶ୍ରୀପାଳ ଗ୍ରାମର ତିନି ଜଣ ସାଙ୍ଗ ହୋଇ ମନ୍ଦିର ଦର୍ଶନ କରି ମକର ମେଳା ଦେଖି ଫେରୁଥିଲେ। ରାସ୍ତା କଡରେ ଏକ ବିଦ୍ୟୁତ ଖୁଣ୍ଟରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।