ବୋରିଗୁମ୍ମା, ୨୪।୬ : ବୋରିଗୁମ୍ମା ଥାନା ଅନ୍ତର୍ଗତ ଝିଲିମିଲି ଗାଁ ରେ ଘିଟିଛି ଅଭାବନୀୟ ଘଟଣା।ଜଣେ ବୃଦ୍ଧ ଙ୍କୁ କୋଦାଳ ରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ମୃତ ବୃଦ୍ଧ ଜଣକ ହେଲେ ଝିଲିମିଲି ଗାଁ ର ବୃଦ୍ଧ ସୋମନାଥ ଭତ୍ରା।
ଝିଲିମିଲି ଗାଁ ର ବୃଦ୍ଧ ସୋମନାଥ ଭତ୍ରା ଛେଳି ଚରାଇବା ପାଇଁ ଯାଇଥିଲେ। ଏହି ସମୟରେ ସେହି ଗାଁ ର ହରିହର ଭୂମିଆ କୋଦାଳ ନେଇ ଜମିକୁ ଯିବି କହି ଘରୁ ବାହାରିଥିଲା।ଠିକ ସୋମନାଥ ଙ୍କ ପାଖରେ ପହଂଚି ପଛ ପଟୁ କୋଦାଳ ସାହାଯ୍ୟରେ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ ବୃଦ୍ଧ ଜଣକ ତଳେ ପଡି ପ୍ରାଣବାୟୁ ଉଡ଼ି ଯାଇଥିଲା।ଗାଁ ଲୋକେ ପହଁଚିବା ବେଳକୁ ହତ୍ୟାକାରୀ ସେଠାରୁ ଦୌଡ଼ି ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଗାଁ ଲୋକେ କାବୁ କରି ପୋଲିସ କୁ ହସ୍ତାନ୍ତର କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।କେଉଁ କାରଣରୁ ହତ୍ୟା କଲା ତାହା ଅସ୍ପଷ୍ଟ ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ।
ଆହୁରି ପଢନ୍ତୁ : ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ, ବିଜେଡି ଛାଡି ବିଜେପିରେ ମିଶିଥିଲେ