ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ସ୍କୁଲରୁ ଫେରୁଥିଲେ ଛାତ୍ରୀ, ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ

Image Courtesy: indiatoday

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗଣଦୁଷ୍କର୍ମ ନେଇ ଖବର ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଛାନଭିନ ଚଳାଇଛି । ମିଳିଥିବା ସୂଚନା ଅନୁସାରେ, ସ୍କୁଲରୁ ଫେରୁଥିବା‌ ବେଳେ ଜଣେ ୧୪ ବର୍ଷୀୟା ଛାତ୍ରୀଙ୍କୁ ଦାନିସ ଏବଂ ଆମୀନ ନାମକ ଦୁଇ ଯୁବକ ଏକ କାରରେ ଜୋର ଜବରଦସ୍ତି ଉଠାଇ ନେଇଥିଲେ । ଲକ୍ଷ୍ନୌର କ୍ରିଷ୍ଣା ନଗରରେ ଥିବା ଏକ ହୋଟେଲକୁ ନେଇ ଛାତ୍ରୀଙ୍କୁ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

 ଅଭିଯୁକ୍ତମାନେ ପୀଡ଼ିତାଙ୍କ ନଗ୍ନ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ।  ଏନେଇ କାହାକୁ କହିଲେ ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡ଼ିତାଙ୍କୁ ସେହି କାରରେ ଆଣି ତାଙ୍କ ଘର ପାଖରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ପୀଡ଼ିତାଜଣଙ୍କ ଘରେ ପହଞ୍ଚି ଘଟଣା ସଂପର୍କରେ ତାଙ୍କ ବାପାଙ୍କୁ କହିଥିଲେ । ପରେ ପୀଡ଼ିତାଙ୍କ ବାପା ସରୋଜିନୀ ନଗର ଥାନରେ ଲିଖିତ ଅଭିଯୋଗ କରିଥିଲେ । 

ସେପଟେ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଦକ୍ଷିଣ ଲକ୍ଷ୍ନୌର ଡିସିପି କେଶବ କୁମାରଙ୍କ ଅନୁସାରେ, ପୀଡ଼ିତାଙ୍କ ବାପାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ମାମଲାର ଛାନଭିନ ଚଳାଇଛି । ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ହୋଟେଲର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଥିବା ବେଳେ ମାମଲାରେ ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.