PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

କାହାକୁ ନେଇ ଲଢ଼ିବେ ନିରଞ୍ଜନ?

ଭୁବନେଶ୍ବର,13।1(ବୁୟରୋ): ବିଧାୟକ ତଥା ପିସିସି ଉପାଧ୍ୟକ୍ଷ ନବ ଦାସ ବିଜେଡ଼ିକୁ ଯିବେ। ତାଙ୍କ ସହିତ ପଞ୍ଝାଏ କଂଗ୍ରେସ ବିଧାୟକ ବି ଦଳ ଛାଡ଼ି ଶଙ୍ଖ ଫୁଙ୍କିବେ। ଏମିତି ଚର୍ଚ୍ଚ। କିଛି ଦିନ ହେଲା ଜୋର ଧରିଥିଲା। ନବ ଏକଥା ଫାଙ୍କୁଥିଲେ। ଆଜି ନିଜ ତୁଣ୍ଡରେ ସ୍ପଷ୍ଟ କରିଦେଲେ। କହିଲେ, ‘ମୋର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସହ ଭଲ ଯେ ହେଲେ ଲୋକେ ଚାହୁଁଛନ୍ତି ମୁଁ ବିଜେଡ଼ିକୁ ଯାଏ।
ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ନବଙ୍କ ଏ ଘୋଷଣା ରାଜ୍ୟ କଂଗ୍ରେସରେ ବେଶ୍ ହଲଚଲ ଆଣିଛି। କେବଳ ନବ ନୁହଁନ୍ତି, କଂଗ୍ରେସର ଆହୁରି କିଛି ବିଧାୟକ ମଧ୍ୟ ବିଜେଡ଼ି ଆଡ଼କୁ ମୁହଁଇଥିବା ପକ୍କା ଖବର ଅଛି। ସେମାନଙ୍କ କାର୍ଯ୍ୟକଳାପ ବି ସେମିତି ବିଶ୍ବାସ ଜନ୍ମାଇଛି ଲୋକଙ୍କ ମନରେ। ବିଜେଡିର ଭିତିରି ସୂତ୍ରକୁ ଯଦି ବିଶ୍ବାସ କରାଯାଏ, ତେବେ ପ୍ରାୟ 8ରୁ 10 ଜଣ ବିଧାୟକ ବିଜେଡି ସହ ଯୋଗସୂତ୍ରରେ ଅଛନ୍ତି।
ଏକଥା ସତ ହେଲେ, କଂଗ୍ରେସ ଭାଗ୍ୟକୁ ଉଠାଇବା ଲାଗି ପଣ ନେଇଥିବା ପ୍ରଦେଶ କଂଗ୍ରେସ କମିଟି ମୁଖିଆ ନିରଞ୍ଜନ କାହାକୁ ନେଇ ନିର୍ବ।ଚନ ମଇଦାନକୁ ଓହ୍ଲାଇବେ, ତାହା ବୁଝାପଡୁ ନାହିଁ।
ଭୋଟ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ତତଲା ଧରୁଛି। ବିଜେପି ଓ କଂଗ୍ରେସ ନିଜ ବଳ ବଢ଼ାଇ ବିଜେଡିକୁ କଡ଼ା ଟକ୍କର ଦେବାକୁ ଫୁଲ ଦମରେ ଅଣ୍ଟା ଭଡ଼ିଥିଲା ବେଳେ ବିଜେଡି ବି ପଛରେ ପଡ଼ିବାକୁ ଚାହୁଁନି। ଶାସକ ବିଜେଡି ନିଜ ବଳ ବଢ଼ାଇବା ସହ ବିରୋଧୀ କ୍ୟାମ୍ପର ବଳ ହ୍ରାସ କରିବାକୁ ଆରମ୍ଭ କରିଛି ଅପରେସନ। ଦଳ ‘ବିଜେପୁର’ ଫର୍ମୁଲାକୁ ଧରି ଭୋଟ ମଇଦାନକୁ ଡେଇଁବ ବୋଲି ବିଚାର କରୁଛି। ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତାଙ୍କୁ ବିଜେଡି ନିଜ ଆଡକୁ ଟାଣି ବିଜେପୁରରେ ବାଜିମାତ କରିଥିଲା। ସମାନ ଫର୍ମୁଲାରେ ଦଳ ଉଭୟ କଂଗ୍ରେସ ଓ ବିଜେପି କ୍ୟାମ୍ପର ବହୁ ବିଧାୟକଙ୍କୁ ବିଜେଡିକୁ ଆଣିବା ଚକ୍କରରେ ଅଛନ୍ତି। ଏପରିକି କିଛି ବିଧାୟକ ନିଜ ଆଡୁ ମଧ୍ୟ ବିଜେଡି ଆଡ଼କୁ ଢ଼ଳିବାକୁ ଆଗ୍ରହ ଦେଖାଇଛନ୍ତି। ତେବେ ନିଶ୍ଚିତ ଟିକେଟର ପ୍ରତିଶ୍ରୁତି ସହ ଅନ୍ୟ କିଛି ଦାବିକୁ ବିଜେଡି ସୁପ୍ରିମୋ ଅନୁମୋଦନ କଲେ ଏ ବିଧାୟକ ଦଳ ଡେଇଁ ଆସିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଜେପି ଓ କଂଗ୍ରେସର ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର ବିଧାୟକ ଦଳ ଡେଇଁବା ଚକ୍କରରେ ଥିବା ବିଜେଡି ଭିତିରି ସୂତ୍ର କହୁଛି। ଗତ ସାଧାରଣ ନିର୍ବ।ଚନ ପୂର୍ବରୁ କଂଗ୍ରେସର ବିଧାୟକ ଦଳ ନେତା ତଥା ବିରୋଧୀଦଳ ନେତା ଭୂପିନ୍ଦର ସିଂହଙ୍କ ସମେତ ପଶ୍ଚିମ ଓଡ଼ିଶାର ଟାଣୁଆ ବିଧାୟକ ଅନୁପ ସାଏ ବିଜେଡ଼ିକୁ ଡେଇଁ ଦଳକୁ କ୍ଷତି ପହଞ୍ଚାଇଥିଲେ। ପଛକୁ ପଛ କଂଗ୍ରେସ ଉପନେତା ଚକ୍ରଧର ପାଇକ ପ୍ରମୁଖ ଡଜନେ ପୂର୍ବତନ ବିଧାୟକ ମଧ୍ୟ ବିଜେଡ଼ି ଡଙ୍ଗାରେ ବସିସାରିଲେଣି। ଅବଶ୍ୟ ସେମାନେ କେତେ ଲାଭ ପାଇଲେ ତାହା ସେମାନଙ୍କୁ ଜଣା। ଏଥର ମଧ୍ୟ ବିଜେଡ଼ି କଂଗ୍ରେସକୁ ସେମତି ଝଟ୍କା ଦେବ ବୋଲି ଚର୍ଚ୍ଚ। ଜୋର ଧରିଛି। ଏହି ଦଳ ଡିଆଁରେ ଚର୍ଚ୍ଚ।କୁ ଆସୁଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ସାଲେପୁର ବିଧାୟକ ପ୍ରକାଶ ବେହେରା, ତଳସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ, କେନ୍ଦ୍ରାପଡ଼ା ଜିଲ୍ଲାର 2 ବିଧାୟକ ଓ ଜଣେ ପୂର୍ବତନ ମନ୍ତ୍ରୀ। ଏ ନେଇ ଖାଲି କଥା ଉଡ଼ୁନି, ସେମାନେ ମଧ୍ୟ ସେଇଭଳି କାର୍ଯ୍ୟ କରୁଥିବା ଦେଖାଯାଉଛି। ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ସହ ସରକାରଙ୍କୁ ବିରୋଧ କରିବାକୁ ଆଗେଇ ଆସୁନାହାନ୍ତି।

ସମ୍ବନ୍ଧିତ ଖବର