PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

ବିଜେଡିରେ ମିଶିଲେ ବହୁ ନେତା

ଭୁବନେଶ୍ୱର,୧୯ା୧ (ବ୍ୟୁରୋ): କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକର ବହୁ ସଂଖ୍ୟକ ନେତା ଓ କର୍ମୀ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ବୋରିଗୁମ୍ମା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ପ୍ରଧାନ, କଣାଗାଁ ପଞ୍ଚାୟତ ବିଜେପି ସଭାପତି କାଶୀନାଥ ବିଶୋୟୀ, ଶଶାହାଣ୍ଡି ପଞ୍ଚାୟତ ବିଜେପି ପ୍ରଭାରୀ ରବୀନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ଲକ୍ଷ୍ମୀନାରାୟଣ ବିଶୋୟୀ, କାହ୍ନୁ ଚୌଧୁରୀ, ରାମଚନ୍ଦ୍ର ନାୟକ, ଆଉଳି ପଞ୍ଚାୟତ ବରିଷ୍ଠ ବିଜେପି ନେତା ସୁଦର୍ଶନ ଭତ୍ରା, ଟଙ୍କଧର ନାୟକ, ଡେଙ୍ଗପଦର ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା କେମରାଜ ମାଝୀ ଓ ସନ୍‌ସାଇ ଭତ୍ରା, ଶଶାହାଣ୍ଡି ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା ତିରୁପତି ପୂଜାରୀ ପ୍ରମୁଖ ଆସି ନବୀନ ନିବାସରେ ପହଞ୍ଚିବା ସହ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ନବୀନ ସ୍ୱାଗତ କରିବା ସହ କହିଥିଲେ, ବିଜେପି ଓ କଂଗ୍ରେସର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ କୋଟପାଡ଼ ନିର୍ବାଚନ ମଣ୍ଡଳୀ ସହ କୋରାପୁଟ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧିରେ ସହାୟକ ହେବ ।

ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା, କୋଟପାଡ଼ ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ନାରାୟଣ ପାତ୍ର, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସହପର୍ଯ୍ୟବେକ୍ଷକ ଶିବ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ବରିଷ୍ଠ ବିଜେଡି ନେତା କେଶବ ପଣ୍ଡା, ନରେନ୍ଦ୍ର ବିଶୋୟୀ ଓ ଅଜୟ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।