ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ, ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୫୦୦ରୁ ଉର୍ଦ୍ଧ୍ୱ ମହିଳା

ଭୁବନେଶ୍ୱର, ୧୯।୮: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ରାସମଣୀ ମାଝୀ । ସୋମବାର ରାଜ୍ୟ ଅତିଥି ଭବନରେ ଶହ ଶହ ଭଉଣୀଙ୍କ ଗହଣରେ ରାକ୍ଷୀ ବାନ୍ଧିଛନ୍ତି । ଏଥିସହ ରକ୍ଷାବନ୍ଧନ ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ପାଇଁ ଥିଲେ ଆଦରର 'ମୋହନ ଭାଇ' । ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ ।

ରାଜ୍ୟର ସବୁ ଭଉଣୀମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି ସୁରକ୍ଷାର ସହିତ ରହିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ପରିବର୍ତ୍ତନର ଏ ସମୟରେ ସମସ୍ତେ ଯେପରି ଭଲରେ ରହିବେ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ପବିତ୍ର ରକ୍ଷା ବନ୍ଧନ ଅବସରରେ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏକ ଶାନ୍ତ, ସ୍ନିଗ୍ଧ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମ୍ପାଦିତ ହୋଇଥିଲା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ । ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସଂସ୍ଥାର ୫୦୦ରୁ ଅଧିକ ଝିଅ ଓ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିଜ ଭଉଣୀ ରାସମଣୀ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦାପନା କରି ମିଠା ଖୁଆଇଥିଲେ । ଏହାପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେରକେଟା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଶ୍ରୀ ବାବୁ ସିଂହ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ(BMC), ବ୍ରହ୍ମପୁରର ଦିବ୍ୟାଙ୍ଗ ଅନୁଷ୍ଠାନ, ମାନସିକ ଅନଗ୍ରସର ପିଲାମାନେ, ଭୁବନେଶ୍ୱର ଏସ. ଓ. ଏସ୍ ଭିଲେଜର ପିଲାମାନେ, ପ୍ରଜାପିତା ବ୍ରହ୍ମକୁମାରୀ, ମହିଳା କର୍ମଜୀବୀ ସାମ୍ବାଦିକ, ମହିଳା ସାମାଜିକ ଅନୁଷ୍ଠାନ, ମହିଳା ଚଳଚ୍ଚିତ୍ର ତାରକା, ଓକିଲ, ବିଜେପି ମହିଳା ମୋର୍ଚ୍ଚା, ସେବିକା ସମିତି, ଦୁର୍ଗା ବାହିନୀ, ମହିଳା କର୍ପୋରେଟର ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଯୋଗ ଦେଇଥିଲେ ।

ଏହା ସହିତ ତମାଣ୍ଡ, ଧର୍ମ ବିହାର, ପଞ୍ଚସଖା ନଗର, ୟୁନିଟ-୮, ବରମୁଣ୍ଡା, କଳିଙ୍ଗ ବିହାର, ନିଳାଦ୍ରୀ ବିହାର, ଜୟଦେବ ବିହାର, ଭୀମଟାଙ୍ଗି, ଆଦିମାତା କଲୋନୀ, ନିମାପଡ଼ା ଓ ୟୁନିଟ-୩ ପ୍ରଭୃତି ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଗଣ, କ୍ୟାପିଟାଲ ଗାର୍ଲସ ହାଇସ୍କୁଲ, ଶିରିପୁର ଆଶ୍ରମ ସ୍କୁଲ, ସାଇ ଇଣ୍ଟରନେସନାଲ ସ୍କୁଲ, ତକ୍ଷଶିଳା, ମଦରସ  ସ୍କୁଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ଆଦିର ଛାତ୍ରୀମାନେ ଯୋଗ ଦେଇଥିଲେ ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.