ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପେଟ୍ରୋଲ ପମ୍ପରେ ଗ୍ରାହକ ସେବା ପ୍ରତି ଅଣଦେଖା, ଉପଲବ୍ଧ ନାହିଁ ଲୋକଙ୍କ ପାଇଁ ଆବଶ୍ୟକୀୟ ସୁବିଧା

Published By : Prameya | April 18, 2025 9:23 PM

କାଶୀପୁର : ତେଲ ଭରିବାକୁ ପେଟ୍ରୋଲ ପମ୍ପକୁ ଯାଉଥିବା ଗ୍ରାହକଙ୍କୁ ମାଗଣାରେ ପିଇବା ପାଣି, ଶୌଚାଳୟ ଏବଂ ଗାଡ଼ିରେ ହାୱା ଭରିବା ପାଇଁ ସୁବିଧା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ କରି ରଖିବାର ନିୟମ ରହିଛି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ କାଶୀପୁର ବ୍ଲକର ଜଣେ,ଦୁଇ ଜଣ ପେଟ୍ରୋଲ ମାଲିକଙ୍କ ବ୍ୟତୀତ ଅନ୍ୟମାନେ ପାଳନ କରୁ ନଥିବାରୁ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। 

ବ୍ଲକ ସଦର ନିକଟରେ ଏବଂ ଟିକିରି ଅଞ୍ଚଳରେ ହିନ୍ଦୁସ୍ତାନ, ଇଣ୍ଡିଆନ ଏବଂ ଭାରତ ପେଟ୍ରୋଲିୟମ ଅଧୀନରେ ଥିବା ଛଅ ଗୋଟି ପେଟ୍ରୋଲ ପମ୍ପ ରହିଛି। କିନ୍ତୁ ଅଭିଯୋଗ ନେଇ ପେଟ୍ରୋଲ ପମ୍ପରେ ଥିବା ସୂଚନା ଫଳକରେ ସଂପୃକ୍ତ ତେଲ କମ୍ପାନୀର ଫିଲ୍ମଡ଼ ଅଫିସର ଠିକଣା, ଫୋନ ନମ୍ବର ରହି ଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟରେ ଲାଗୁ ନଥିବାର ଜଣା ଯାଇଛି।

ଅଭିଯୋଗ ପ୍ରତି କମ୍ପାନୀର ଫିଲଡ଼ ଅଫିସର କିମ୍ବା ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନଥିବାରୁ ଗ୍ରାହକ ସେବା ପ୍ରତି ପେଟ୍ରୋଲ ପମ୍ପ ମାଲିକମାନେ ଅଣଦେଖା କରୁ ଥିବାର ଜଣା ଯାଇଛି। ଏଠାରେ ଥିବା ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ଗାଡ଼ିରେ ପମ୍ପ ଭରିବାର ମେସିନ ମଧ୍ୟ ଉପଲବ୍ଧ ହେଉ ନଥିବାର ଅଭିଯୋଗ। ବିଭାଗୀୟ ସରକାରୀ ଅଧିକାରୀଙ୍କ ସହିତ ତେଲ କମ୍ପାନୀର କ୍ଷେତ୍ର ଅଧିକାରୀ ଅଭିଯୋଗର ତଦନ୍ତ କରି ନିୟମ ଅନୁସାରେ ଗ୍ରାହକକୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ସହ , ସେବା ଉପଲବ୍ଧ ନେଇ ଫଳକ ମାଧ୍ୟମରେ ସୂଚନା ଦେବାକୁ ଗ୍ରାହକଙ୍କ ଦାବି ହେଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.