ନୂଆଦିଲ୍ଲୀ – ପାକିସ୍ତାନୀ ସେନା ଆଫଗାନିସ୍ତାନର ତାଲିବାନ ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇଛି। ସେନା କହିଛି ଯେ, ତାଲିବାନ ଦେଶରେ ଆତଙ୍କବାଦୀ ଗତିବିଧି ଗୁଡିକୁ ସଫଳ କରାଇବା ପାଇଁ ଆତଙ୍କୀଙ୍କ ସୀମାରେ ଅନୁପ୍ରବେଶ କରାଇବାରେ ସାହାଯ୍ୟ କରୁଛି। ସେନାର ମିଡ଼ିଆ ଶାଖା ଇଣ୍ଟର-ସର୍ଭିସେଜ୍ ପବ୍ଲିକ୍ ରିସେସନ୍ସର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ ଏହି ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇ ଥିଲା।

ପ୍ରବକ୍ତାଙ୍କ ଅନୁସାରେ, ଆଫଗାନ ତାଲିବାନ ସେନା ପାକିସ୍ତାନୀ ସୀମା ପୋଷ୍ଟ ଗୁଡ଼ିକରେ ଫାୟାରିଂ କରିଥାଏ, ଯେଉଁଥିରେ ଆତଙ୍କବାଦୀ ଓ ଏମିତି କି ତସ୍କରଙ୍କୁ ପାକିସ୍ତାନରେ ଅନୁପ୍ରବେଶର ସୁଯୋଗ ମିଳିଥାଏ। ଲେଫ୍ଟେନାଣ୍ଟ ଜେନେରାଲ ଚୌଧୁରୀ କହିଛନ୍ତି , ସୀମା ଗୁଡ଼ିକର ସୁରକ୍ଷା ସର୍ବଦା ପାରସ୍ପରିକ ଭାବେ ହୋଇଥାଏ। ଦୁଇ ଦେଶ ଏଗୁଡ଼ିକୁ ସୁରକ୍ଷା ଦେଇଥାନ୍ତି। ଏବେ ଅନ୍ୟପଟେ ଏକ ଏମିତି ଦେଶ ଅଛି , ଯାହାର ପୋଷ୍ଟ ଗୁଡ଼ିକ ପ୍ରଥମେ ଆପଣଙ୍କର ପୋଷ୍ଟ ଗୁଡ଼ିକ ଉପରେ ଫାୟାରିଂ କରିଥାଏ ଏବଂ ପୁଣି ଉଭୟ ପଟୁ ଗୁଳି କରିବା ଆରମ୍ଭ ହୋଇଯାଏ। ଏହି ମଧ୍ୟରେ ସୁଯୋଗ ପାଇଁ ସେହି ଆତଙ୍କବାଦୀ ସରହଦ ଅତିକ୍ରମ କରନ୍ତି।

ସେନା ମୁଖପାତ୍ରଙ୍କ କହିବାନୁସାରେ, ଏହା ଖୁବ୍ ମିଶ୍ରିତ ହମଲା । ସେମାନେ ପୋଷ୍ଟ ଗୁଡ଼ିକ ଉପରେ ହମଲା କରିଥାନ୍ତି ଏବଂ ତସ୍କରଙ୍କ ଗାଡ଼ି ସୁଯୋଗ ପାଇଁ ସୀମା ପାରି ହୁଅନ୍ତୁ। ଅନ୍ୟପଟେ, ପାକିସ୍ତାନର ଅଶାନ୍ତ ଖୈବର ପଖତୁନଖ୍ୱା ପ୍ରାନ୍ତରେ ସୁରକ୍ଷା ବାହିନୀ ଗୁଡ଼ିକ ତେହରିକ-ଏ-ତାଲିବାନ ପାକିସ୍ତାନର ୨୨ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ଦେଶର ସେନାର ମିଡ଼ିଆ ୟୁନିଟ୍ ଏହି ସୂଚନା ଦେଇଛି।