ପାକିସ୍ତାନ କାଙ୍ଗାଳ ହେବାର ପ୍ରକୃତ କାରଣ … ଭାରତକୁ ଧ୍ୱଂସ କରିବାକୁ ରଚୁଥିଲା ପ୍ଲାନ

ନୂଆଦିଲ୍ଲୀ – ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ବିକାଶରେ ନିଜ କ୍ଷମତାର ବ୍ଯବହାର କରିନାହିଁ। ରିପୋର୍ଟ ମୁତାବିକ , ପାକିସ୍ତାନରେ ପାଖାପାଖି ୧୫୦୦-୧୬୦୦ ମେଗାୱାଟ ବିଦ୍ୟୁତ୍ ସୌର ଶକ୍ତିରୁ ହୋଇଥାଏ, ହେଲେ ତା ପାଖରେ କ୍ଷମତା ୩୦ ଲକ୍ଷ ମେଗାୱାଟର ରହିଛି। ପବନ ଶକ୍ତିର ବି ଏହି ସ୍ଥିତି। ପାକିସ୍ତାନ ପାଖରେ କ୍ଷମତା ପାଖାପାଖି ସାଢ଼େ ତିନି ଲକ୍ଷ ମେଗାୱାଟର। କିନ୍ତୁ ଏବେ ସେ ଉତ୍ପାଦନ କେବଳ ୧୪୦୦ମେଗାୱାଟର ପାଖାପାଖି କରୁଛି।
ପାକିସ୍ତାନ ଯଦି ଠିକ୍ ଭାବେ ନିଜର ଉତ୍ସ ଗୁଡ଼ିକର ବ୍ୟବହାର କରନ୍ତା ତ ଏହି ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତା। ଲୋକେ ଅଟା ପଛରେ ଧାଉଁଥିବା ବେଳେ ସରକାର ସାରା ବିଶ୍ୱରେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ପାକିସ୍ତାନରେ ଅଟା ପାଇଁ ହାହାକାରକୁ ଦେଖି ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଛି। ଦେଖିବାକୁ ମିଳୁଛି କି କେମିତି ଏକ ଅଟା ବସ୍ତା ପାଇଁ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି ।
ପାକିସ୍ତାନରେ ରୁଟି ଠାରୁ ନେଇ ଗ୍ୟାସ ଓ ବିଦ୍ୟୁତ୍ ଯାଏ ଲୋକେ ଖୁବ୍ ଦୟନୀୟ ସ୍ଥିତିରେ ଅଛନ୍ତି। ତାଜା ସ୍ଥିତି ଅନୁସାରେ, ଗହମର ଅଭାବ ଯୋଗୁଁ ଅଟା ଦାମ୍ କିଲୋପ୍ରତି ୧୫୦ ଟଙ୍କା ଅତିକ୍ରମ କରିଛି। ପାକିସ୍ତାନରେ ଚିକେନ ପ୍ରତି କିଲୋ ୬୫୦ ଟଙ୍କା ଏବଂ ଦୁଗ୍ଧ ୧୫୦ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି। ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୧୦,୦୦୦ ପାକିସ୍ତାନୀ ଟଙ୍କା ଯାଏ ପହଞ୍ଚି ସାରିଛି।
କହି ରଖୁଛୁ କି , ଆତଙ୍କବାଦ ପ୍ରେମରେ ନିଜେ ବର୍ବାଦ ହୋଇ ଯାଇଛି ପାକିସ୍ତାନ। ଯେଉଁ କାଶ୍ମୀର ପାଇଁ ପାକିସ୍ତାନର ସ୍ଥିତି ସାଙ୍ଘାତିକ ହୋଇ ଯାଇଛି , ସେଇଠିକୁ ଆତଙ୍କବାଦୀ ପଠାଇ ନିଜ ଉପରେ ଆତଙ୍କିସ୍ତାନର ମୋହର ଲଗେଇଛି। ସେହି କାଶ୍ମୀରର ସୁଦୂର ଅଞ୍ଚଳରେ ଯେଉଁଠି ବିଦ୍ୟୁତ୍ ପହଞ୍ଚିବାରେ ଲୋକ ଖୁସି ତ ଏହାକୁ ବର୍ବାଦ କରିବାରେ ହିଁ ପାକିସ୍ତାନର ବତୀ ଲିଭି ଯାଇଛି । ଅନନ୍ତନାଗର କିଛି ଅଞ୍ଚଳରେ ୭୫ ବର୍ଷ ପରେ ବିଦ୍ୟୁତ୍ ପହଞ୍ଚିଛି, ଯେଉଁଥିରୁ ସେଠାର ଲୋକ ଖୁବ୍ ଖୁସି । ସେଠାରେ ପାକିସ୍ତାନରେ ଲୋକେ ବିଦ୍ୟୁତ୍ କଟିବାକୁ ନେଇ ଚିନ୍ତିତ।
ଆତଙ୍କର ନିଆଁରେ ଅନ୍ଧ ହେବାର ପାଗଳାମୀ ଏବେ ଭୋଗୁଛନ୍ତି ପାକିସ୍ତାନ ଜନତା। ସରକାରଙ୍କ ଉପରେ ଲୋକେ ବିରକ୍ତ ହେଉଛନ୍ତି। ପଚାରୁଛନ୍ତି ଯେଉଁ ଅର୍ଥ ଦେଶର ବିକାଶ ପାଇଁ ଖର୍ଚ୍ଚ ହେବାର ଥିଲା , ଏହାକୁ ସେ ସୀମା ସେପଟେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେବାରେ କାହିଁକି ଖର୍ଚ୍ଚ କରି ଦେଲେ ?