ପାଲଲହଡ଼ା, ୨୧/୦୭ : ଓଲଟିଲା OSRTC ବସ୍। ଅନୁଗୋଳ ଜିଲ୍ଲା ସମଲ ଥାନା ବୁରୁକୁନା ଛକ ନିକଟରେ ଏହି ଦୁର୍ଘଟଣା। ଘଟିଛି । OSRTC ବସ୍ ଓଲଟି ୩୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଅହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି। ଘଟଣାସ୍ଥଳରେ ସମଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଏକ OSRTC ବସ୍ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ହେଲେ ଅନୁଗୋଳ ଜିଲ୍ଲା ସମଲ ଥାନା ବୁରୁକୁନା ଛକ ନିକଟରେ ବସ୍ ଟି ଓଲଟି ପଡ଼ିଛି। ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି। କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ ଖମାର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସମଲ ପୁଲିସ କହିଛି।
ଆହୁରି ପଢନ୍ତୁ- Low Pressure Alert: ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ଋଷିଥିଲେ କି ମହାପ୍ରଭୁ, କାହିଁକି ଗଡ଼ିଲାନି ନନ୍ଦିଘୋଷ ?