ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଉଦଘାଟିତ ହେଲା ପଞ୍ଚଲିଙ୍ଗେଶ୍ଵର ମହୋତ୍ସବ, ଦେବଗିରି ପାହାଡ଼ ପ୍ରକୃତିରାଣୀ ପାଖରେ ଝୁମିଲେ ଅଞ୍ଚଳବାସୀ

ନୀଳଗିରି ୨୧/୩: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ ଏକ ଭିନ୍ନ ଓ ନିଆରା ଢଙ୍ଗରେ ପାଳନ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ବଣମଲ୍ଲି ଵଣରେ ଫୁଟି ମଉଳି ଯାଇଥିବାବେଳେ ଏହାର ମହକ ବାହାରକୁ ଆସି ପାରେନା। ସେହିଭଳି ଗ୍ରାମାଞ୍ଚଳ ସମେତ ଦେବଗିରି ପାହାଡ଼ ପାଦ ଦେଶରେ ଅନେକ ପ୍ରତିଭା ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ପାଇଁ ଯେଉଁ ମହୋତ୍ସବ ଜରିଆରେ ଯେଉଁ ଉଦ୍ୟମ ନିଆଯାଇଛି ସେଥିପାଇଁ ଆୟୋଜକ ପ୍ରଶଂସାର ପାତ୍ର।ବନ୍ଧୁତ୍ୱ ଭଳି ବନ୍ଧନ ଲକ୍ଷ୍ୟ ରଖି ଆୟୋଜିତ ହୋଇଥିବା ପଞ୍ଚଲିଙ୍ଗେଶ୍ୱର ମହୋତ୍ସବର ଉଦଘାଟନ ଉତ୍ସବରେ ଯୋଗଦେଇଥିବା ଅତିଥି ଏଭଳି ମତବ୍ୟକ୍ତ କରିଛନ୍ତି।

ଆଜି ଦେବଗିରି ପାହାଡ଼ ତଳେ ଆୟୋଜନ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ, ସ୍ୱତନ୍ତ୍ର ଅତିଥି ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ସମ୍ମାନ୍ନିତ ଅତିଥିଭାବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ ଯୋଗଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରହିଥିଲେ। ମୁଖ୍ୟ ଅତିଥି ସାମଲ ଵଣ ମଲ୍ଲିକୁ ଚିହ୍ନଟ କରି ଲୋକ ଲୋଚନକୁ ମହୋତ୍ସବ ଜରିଆରେ ବାତ୍ସା ଆଣିପାରିଥିବା କମିଟିର ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଅତିଥି ମଧ୍ୟ ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରତିଭା ଚିହ୍ନଟ ଓ ଭାଇଚାରା ସୃଷ୍ଟିକରିବା ନେଇ ପ୍ରଶଂସା କରିଥିଲେ। ଯୁବ ସାମ୍ବାଦିକ ବ୍ରଜକିଶୋର ପାଣି ଓ ପ୍ରଶାନ୍ତ ବିଶ୍ୱାଳଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦେବଗିରି ପାହାଡ଼ ତଳେ ପ୍ରକୃତିରାଣୀ ନିକଟରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଭୁପାଦ ଓ ଅନ୍ୟ କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠର ଗୀତକୁ ଅଞ୍ଚଳବାସୀ ବେଶ ଝୁମିଥିଲେ।

ଉଦଘାଟନ ଉତ୍ସବରେ ଏଥିରେ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କମିଟିର ଉପଦେଷ୍ଟା ଅକ୍ଷୟ କୁମାର ପାଣିଗ୍ରାହୀ, ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, ବିଶ୍ଵନାଥ ଜେନା,ସୋମନାଥ ନାୟକ, ବଳରାମ ବିଶ୍ଵାଳ, ପୂର୍ଣ୍ଣ ଚନ୍ଦ୍ର ବେହେରା, ମଧୁ ମାଧବ ଜେନା, ପ୍ରଭାତ କୁମାର ପାଢ଼ୀ, ଜୟନ୍ତ କୁମାର ବେହେରା, କମଳା କାନ୍ତ ମହାନ୍ତି, ବସନ୍ତ କୁମାର ରାଉଳ, ବ୍ରଜ କିଶୋର ପାଣିଙ୍କ ସମେତ ସଭାପତି ଦୀପକ ରଂଜନ ଦାସ, ଉପସଭାପତି ଯୋତ୍ରିମୟ ରାଉତ ସମ୍ପାଦକ ଭାବେ ବିବେକ କୁମାର ସ କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ଜେନା ଓ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି ଉତ୍ସବକୁ କମିଟିର ସଭାପତି ଦୀପକ ରଞ୍ଜନ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ବିବେକ କୁମାର ସ ବିବରଣୀ ପାଠ କରିଥିବା ବେଳେ ଅକ୍ଷୟ କୁମାର ପାଣିଗ୍ରାହୀ ମଞ୍ଚପରିଚାଳନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.