ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ତପସ୍ବୀ ଛାବନୀ ମନ୍ଦିର ଅଯୋଧ୍ୟାର ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବାଂଲାଦେଶରେ ଘଟୁଥିବା ଏହି ଆକ୍ରମଣରେ ଭାରତ ସରକାର ହସ୍ତକ୍ଷେପ କରିବା ଉଚିତ ଏବଂ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ଉଚିତ।
ଆଚାର୍ଯ୍ୟ ପରମହଂସ କହିଛନ୍ତି ଯେ, ସେଠାରେ ହିନ୍ଦୁ ଭଉଣୀ ଏବଂ ଝିଅଙ୍କ ସହ ବଳାତ୍କାର ଘଟଣା ଘଟୁଛି, ଯାହା ଅସହ୍ୟ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ବାଂଲାଦେଶରେ ହିନ୍ଦୁମାନେ ବଞ୍ଚିବେ ନାହିଁ, ତେବେ ଏଠାରେ ଥିବା ମୁସଲମାନ ମାନଙ୍କ ଅବସ୍ଥା ମଧ୍ୟ ଅସୁବିଧାରେ ପଡିପାରେ।
ପରମହଂସ ଆଚାର୍ଯ୍ୟ ବାଂଲାଦେଶ ସରକାର, ପ୍ରଧାନମନ୍ତ୍ରୀ, ଅଦାଲତ ଏବଂ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ଯେ, ସେମାନେ ଠିକ୍ ସମୟରେ ସତର୍କ ରୁହନ୍ତୁ। ସେ କହିଛନ୍ତି ଯେ ଆମେ ମାନବବାଦୀ, କିନ୍ତୁ ଯଦି ସେଠାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ନହୁଏ ତେବେ ପ୍ରତିଶୋଧ ନିଆଯିବ।
ସେ କହିଛନ୍ତି, "ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ଉଚିତ୍। ହିନ୍ଦୁ ଭଉଣୀ ଏବଂ ଝିଅମାନଙ୍କୁ ବଳାତ୍କାର କରାଯାଉଛି । ଯଦି ସେଠାରେ ହିନ୍ଦୁ ମାନଙ୍କୁ ଉଦ୍ଧାର କରାନଯାଏ, ତେବେ ମୁସଲମାନ ମାନଙ୍କୁ ମଧ୍ୟ ରକ୍ଷା କରାଯାଇ ପାରିବ ନାହିଁ। ମୁଁ ବାଂଲାଦେଶ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି । ତେବେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ବଢୁଥିବା ହିଂସା ଏବଂ ଉଗ୍ରବାଦୀ ଭାଷଣକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛି ।