ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯିଏ ଭୋଟ୍ ନଦେବ , ତାକୁ ଦଣ୍ଡ ମିଳିବା ଉଚିତ : ପରେଶ ରାୱଲ

ମୁମ୍ୱାଇ – ବଲିଉଡ୍‌ ଅଭିନେତା ପରେଶ ରାୱଲ ନିର୍ବାଚନରେ ମତଦାନ ନେଇ ଦେଇଛନ୍ତି ମତ। ସେ ସୋମବାର ମୁମ୍ୱାଇରେ ହୋଇଥିବା ଲୋକସଭା ନିର୍ବାଚନରେ ନିଜର ମତଦାନ କରିଛନ୍ତି। ଭୋଟ୍‌ ଦେବା ପରେ ୬୮ ବର୍ଷିୟ ଅଭିନେତା ମତଦାନର ମହତ୍ତ୍ୱ ବିଷୟରେ  ବୁଝାଇଛନ୍ତି ଏବଂ କହିଛନ୍ତି କାହିଁକି ଲୋକଙ୍କୁ ନିଜ ଘରୁ ବାହାରି ଭୋଟ୍ ଦେବା ଜରୁରୀ। ହେରା ଫେରି, ଶହଜାଦା  ଡ୍ରିମ୍‌ଗର୍ଲ-୨ ଭଳି ଫିଲ୍ମର ସଦସ୍ୟ ରହିଥିବା ଅଭିନେତା ପରେଶ ରାୱଲ କହିଛନ୍ତି - ଯେଉଁ ଲୋକ ଭୋଟ୍‌ ଦେଉ ନାହାନ୍ତି, ତାଙ୍କ ଦଣ୍ଡ ମିଳିବା ଉଚିତ୍‌। ମତଦାନ ଦେଉ ନଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ।

ମିଡ଼ିଆ ସହ କଥାବାର୍ତ୍ତା ବେଳେ ପରେଶ ରାୱଲ କହିଛନ୍ତି , ଯେଉଁ ଲୋକ ଭୋଟ ଦିଅନ୍ତି ନାହିଁ , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ, ନୁହେଁ ତ ତାଙ୍କର ଟ୍ୟାକ୍ସ ବଢାଇ ଦିଆଯାଉ … କିଛି ନା କିଛି ଦଣ୍ଡ ତାଙ୍କ ପାଇଁ ହେବା ଉଚିତ୍‌। ପରେଶ ରାୱଲ ମିଡ଼ିଆର ପ୍ରଶ୍ନର ଜବାବ ଦେଇ କହିଛନ୍ତି , ଆପଣ କହିବେ କି ସରକାର ଏହା କରୁ ନାହାନ୍ତି ,ତାହା କରୁନାହାନ୍ତି  ଏବଂ ଯଦି ଆପଣ ଆଜି ମତଦାନ କରିବେ ନାହିଁ ତ ଏଥିପାଇଁ ଦାୟୀ ଆପଣ ହେବେ। ଯିଏ ମତଦାନ କରିବ ନାହିଁ ସେ ହିଁ ଦାୟୀ । ତାଙ୍କ ପାଇଁ ସରକାର ଦାୟୀ ନୁହେଁ। ପରେଶ ରାୱଲଙ୍କର ଏହି ଭିଡ଼ିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। 

କହି ରଖୁଛୁ କି, ପରେଶ ରାୱଲ ଗତ ଦିନରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଥିଲେ କି ଲୋକଙ୍କୁ ଭୋଟ ଦେବା ପାଇଁ ଘରୁ ବାହାରିବା ଉଚିତ। ସେ ନିଜର ଏକ୍ସ ଆକାଉଣ୍ଟରେ ଲେଖିଥିଲେ – ଖରାପ ରାଜନେତା ଜନ୍ମ ନିଅନ୍ତି ନାହିଁ , ତାଙ୍କୁ ତିଆରି କରାଯାଏ। ସେହି ଲୋକଙ୍କ ଦ୍ୱାରା ତାଙ୍କୁ ଚୟନ କରାଯାଏ , ଯେଉଁମାନେ ଭୋଟିଂ ଦିନ ପିକନିକ୍‌ରେ ଚାଲିଯାନ୍ତି। 

ସୂଚନା ଯେ, ମତଦାନ ଦିନ ଛୁଟି ଥିବା ଯୋଗୁଁ ଅନେକ ଲୋକ ଭୋଟ ଦେବା ପରିବର୍ତ୍ତେ ଆଉ କୁଆଡ଼େ ବୁଲିବାକୁ ଯିବାର ନିଷ୍ପତ୍ତି ନିଅନ୍ତି। ଯାହା ବିଷୟରେ ଅନେକ ଥର ଅଲଗା ଅଲଗା ସେଲେବ୍ରିଟିଜ୍‌ ଓ ରାଜନେତାଙ୍କ ଦ୍ୱାରା କୁହାଯାଇ ସାରିଛି। 

ୱାର୍କଫ୍ରଣ୍ଟର କଥା ଯଦି କହିବା ତ ପରେଶ ରାୱଲ ଖୁବ୍‌ ଶୀଘ୍ର ପୁଣି ଥରେ ନିଜର ସୁପରହିଟ୍‌ ଫିଲ୍ମ ହେରା ଫେରିର ସିକ୍ୱେଲ ନେଇ ଫେରିବେ।  ଏହା ଫିଲ୍ମର ୩ୟ ପାର୍ଟ ହେବା , ଯାହାକି ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.