ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ଫିଲ୍ଡକୁ ଓହ୍ଲାଇବେ ‘ଗୋଲ୍ଡେନ ବୟ’ ନୀରଜ, କିଶୋର ପ୍ରଥମେ ଫିଙ୍ଗିବେ

ପ୍ୟାରିସ,୦୬/୦୮: ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରାଙ୍କ ଉପରେ ରହିଛି ୧୪୦ କୋଟି ଭାରତୀୟଙ୍କ ଆଶା ।  ସେ ହିଁ ପଦକ ଦୋହରାଇବେ ଏବଂ ଜାଭେଲିନ ଥ୍ରୋରେ  ଟାଇଟଲ ବଜାୟ ରଖିବେ । ନୀରଜ ଟୋକିଓ ଅଲିମ୍ପିକ୍ସ ଏବଂ ୨୦୨୩ରେ ବିଶ୍ୱ ଚାମ୍ପିଅନସିପ୍‌ରେ ଚାମ୍ପିଅନ ହୋଇଥିଲେ । ତେଣୁ ବିଶ୍ୱ ଚାମ୍ପିଅନଙ୍କ ଠାରୁ ବଡ଼  ପଦକ ଆଶା ତ ରହିବ । 

ମଙ୍ଗଳବାର ପୁରୁଷ ଜାଭେଲିନ ଥ୍ରୋରେ ରହିଛି ଯୋଗ୍ୟତା ପର୍ଯ୍ୟାୟ ।  ନୀରଜ ଓ ଓଡ଼ିଶାର କିଶୋର କୁମାର ଜେନା ୨ ଜଣ ଭାରତୀୟ ଏହି ଇଭେଣ୍ଟରେ ରହିଛନ୍ତି । କିଶୋର ଯୋଗ୍ୟତା ରାଉଣ୍ଡର  ଗ୍ରୁପ୍‌ ଏ’ରେ ଅଛନ୍ତି । ମଙ୍ଗଳବାର ଦିନ ୧ଟା ୫୦ ମିନିଟରୁ  ଏହି ଗ୍ରୁପ୍‌ର ଥ୍ରୋ ଆରମ୍ଭ ହେବ । ତେଣୁ କିଶୋର ପ୍ରଥମେ ଫିଲ୍ଡକୁ ଓହ୍ଲାଇବେ । ଗ୍ରୁପ୍‌ ବି’ରେ ରହିଛନ୍ତି ନୀରଜ । ଏହି  ଗ୍ରୁପ୍‌ର ଥ୍ରୋ ଅପରାହ୍ଣ ୩ଟା ୨୦ ମିନିଟରୁ ଆରମ୍ଭ ହେବ । 

କିଶୋର ଚଳିତ ବର୍ଷ ସେମିତି ସେମିତି ଭଲ ପ୍ରଦର୍ଶନ  କରିପାରି ନାହାନ୍ତି । ଗତ ଦୋହା ଡାଏମଣ୍ଡ ଲିଗ୍‌ରେ କିଶୋର  ୭୬.୩୧ ମିଟର ଫିଙ୍ଗି ନବମ ସ୍ଥାନରେ ଏବଂ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଫେଡେରେସନ୍‌ କପ୍‌ରେ ୭୫.୪୯ ମିଟର  ଫିଙ୍ଗି ଥିଲେ । ପଞ୍ଚକୁଲାରେ ଆୟୋଜିତ ୬୩ତମ ଜାତୀୟ ଅନ୍ତଃ  ଜିଲ୍ଲା ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍‌ ସେ ସିଜନର ପ୍ରଥମ  ଥର ୮୦ ମିଟର ମାର୍କ (୮୦.୮୪) ଅତିକ୍ରମ କରିଥିଲେ । 

ନୀରଜ ପୂର୍ବରୁ ଦୋହା ଡାଏମଣ୍ଡ ଲିଗ୍‌ (୮୮.୩୬  ମିଟର), ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଫେଡେରେସନ୍‌  କପ୍‌ (୮୨.୨୭ ମିଟର)ଏବଂ ଫିନଲାଣ୍ଡରେ ଆୟୋଜିତ  ପାଭୋ ନୁର୍ମି କ୍ରୀଡ଼ାରେ (୮୫.୯୭ ମିଟର) ଭାଗ  ନେଇଥିଲେ । ନୀରଜଙ୍କ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ  ୮୯.୯୪ ମିଟର ଏବଂ କିଶୋରଙ୍କ ୮୭.୫୪ ମିଟର ରହିଛି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.