ପ୍ରମୁଖ ଖବର

ଆର୍‌ବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇପାରେ, ସୁପାରିସ କଲା ଅର୍ଥ ସଂକ୍ରାନ୍ତ ସଂସଦର ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ,୦୬/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇପାରେ । ସେହିଭଳି ଡେପୁଟି ଗଭର୍ଣ୍ଣର ସଂଖ୍ୟା ୬ରୁ ୮କୁ ବଢ଼ିପାରେ । ଅର୍ଥ ସଂକ୍ରାନ୍ତ ସଂସଦର ଷ୍ଟାଣ୍ଡିଂ କମିଟି ଏଭଳି ଏକ ପ୍ରସ୍ତାବକୁ ନେଇ ସୁପାରିସ କରିଛି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ବିଜେପି ଏମ୍‌ପି ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ଗଠିତ ସଂସଦୀୟ କମିଟି ଆର୍‌ବିଆଇକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି । ଡିସେମ୍ବର ୭ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.