ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

‘ଆଉ ସେଭଳି ହେବନି, ଆମେ ଭୁଲ ମାଗୁଛୁ’, ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା ପରେ ବିଜ୍ଞାପନର ଆକାର ବଢାଇ କ୍ଷମା ମାଗିଲେ ରାମଦେବ

ନୂଆଦିଲ୍ଲୀ,୨୪।୪: ଯୋଗଗୁରୁ ବାବା ରାମଦେବ ପୁଣିଥରେ ସାର୍ବଜନୀକ ରୂପରେ ମାଗିଲେ କ୍ଷମା। ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଥିଲେ। କୋର୍ଟ କହିଥିଲେ, ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପ୍ରଶ୍ନ ପଚାରିଥିଲେ। କୋର୍ଟଙ୍କ କଡ଼ା ଭର୍ତ୍ସନା ପରେ ଶେଷରେ ଆଜି ରାମଦେବ  ପତଞ୍ଜଳି ତରଫରୁ ବଡ଼ ଆକାରର କ୍ଷମା ପ୍ରାର୍ଥନା ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶିତ କରିଛନ୍ତି।

‘ନିସର୍ତ୍ତ ସାର୍ବଜନୀକ କ୍ଷମା’ ଶୀର୍ଷକ ଥିବା ଏକ ବିଜ୍ଞାପନ ପତଞ୍ଜଳି ପକ୍ଷରୁ ଦିଆଯାଇଛି। କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ଭାବରେ ଓ ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରି ଆମେ ଯେଉଁ ଭୁଲ କରିଛୁ, ଭବିଷ୍ୟତରେ କେବେ ବି ଭୁଲ ହେବନି । ଆମେଏ ହାର ପ୍ରତିଶ୍ରୁତି ଦେଉଛୁ। 

ଉଲ୍ଲେଖନୀୟ ଯେ, ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ମଙ୍ଗଳବାର ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଜଷ୍ଟିମ୍ ହିମା କୋହଲିଓ ଜଷ୍ଟିସ୍‌ ଏ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଭୟଙ୍କ ଉପରେ ବର୍ଷିଥିଲେ। ପତଞ୍ଜଳି ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ କି ? କ’ଣ ପୁରୁଣା ବିଜ୍ଞାପନ ଭଳି ଏହାର ଫଣ୍ଟ ଓ ସାଇଜ୍ ଥିଲା କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ୩୦ ଅପ୍ରେଲରେ ହେବ। ସେ ପର୍ଯ୍ୟନ୍ତ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ଭାବରେ କୋର୍ଡରେ ହାଜର ହେବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.