ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୃତ ରୋଗୀଙ୍କ ବ୍ଲଡ୍ ଟେଷ୍ଟ ଓ ସିଟି ସ୍କାନ କରିବାକୁ କହିଲ ଡାକ୍ତର! କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲୋକେ

ବାନ୍ଦା : ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ହସ୍ପିଟାଲର ଏକ ଅଜବ କାଣ୍ଡ ସାମନାକୁ ଆସିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଡାକ୍ତର ମୃତ ବ୍ୟକ୍ତିଙ୍କ ପାଇଁ ବ୍ଲଡ୍‌ ଟେଷ୍ଟ ଓ ସିଟି ସ୍କାନ ପରୀକ୍ଷା ପାଇଁ ଲେଖି ଥିଲେ। ଏଥିରେ ପରିବାର ଲୋକେ ଯେବେ ହଙ୍ଗାମା ଆରମ୍ଭ କରି ଦେଲେ , ଡାକ୍ତର ପ୍ରେସକ୍ରିପସନକୁ ଚିରିଦେଇ ସଂପର୍କୀୟଙ୍କୁ ତଡ଼ି ଦେଇଥିଲେ। ସଂପର୍କୀୟଙ୍କ ଅଭିଯୋଗରେ ସିଏମଓ ସହ ସ୍ୱାସ୍ଥ୍ୟ ବିଭାଗର ଅଫିସର ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି। ସିଏମଓର କହିବାନୁସାରେ , ୩ ଦିନରେ ଯାଞ୍ଚ ରିପୋର୍ଟ ଆସିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖନୀୟ ଯେ, ଏହି ପୂରା ମାମଲାଟି ବାନ୍ଦା ଜିଲ୍ଲା ହସ୍ପିଟାଲର ଟ୍ରମା ସେଣ୍ଟରର। ବଦୌସା କ୍ଷେତ୍ର ଦୁବରିଆ ଅଞ୍ଚଳରେ ରହୁଥିବା ୮୨ ବର୍ଷିୟ ଭୋଳା ପାଲଙ୍କର ସୋମବାର ସକାଳେ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା। ପରିବାର ଲୋକେ ତାଙ୍କୁ ସ୍ଥାନୀୟ  ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ପହଞ୍ଚି ଥିଲେ। ସେଠାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ ରେଫର କରି ଦିଆଗଲା। ପରିବାର ସେହି ବୟସ୍କ ବ୍ୟକ୍ତିଙ୍କୁ ନେଇ ଜିଲ୍ଲା ହସ୍ପିଟାଲରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ହୋଇଥିଲା। 

ପରିବାର ଲୋକଙ୍କ କହିବାନୁସାରେ , ଡାକ୍ତର ମୃତ ରୋଗୀଙ୍କୁ ଚେକଅପ୍‌ କଲେ ଏବଂ ତୁରନ୍ତ ବ୍ଲଡ୍‌ ଟେଷ୍ଟ ଓ ସିଟି ସ୍କାନର ପରୀକ୍ଷା ପାଇଁ ଲେଖି ଦେଲେ। ସେମାନେ ତାଙ୍କୁ କହିଥିଲେ ଯେ, ଅସୁସ୍ଥ ଭୋଳା ପାଲଙ୍କ ମୃତ୍ୟୁ ହୋଇ ସାରିଛି। ହେଲେ ଡାକ୍ତର ତାଙ୍କ ଶୁଣି ନଥିଲେ। ଖାଲି ଏତିକି ନୁହେଁ ,ଅଭିଯୋଗ କରାଯାଇଛି ଯେ, ପରୀକ୍ଷା ପାଇଁ ଲେଖିବା ପରେ ତୁରନ୍ତ ପ୍ରାଇଭେଟ୍‌ ଆମ୍ୱୁଲାନ୍ସ ଆସିଗଲା ଏବଂ କର୍ମଚାରୀ ମୃତଦେହକୁ ଉଠାଇ ଆମ୍ୱୁଲାନ୍ସକୁ ନେଇଗଲେ। ଏହି କଥାକୁ ନେଇ ପରିବାର ଲୋକ ହଙ୍ଗାମା କରିବାକୁ ଲାଗିଲେ, ଯାହାର ସୂଚନାରେ ସ୍ୱାସ୍ଥ୍ୟ ବିଭାଗର ଅଫିସର ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ପରିବାର ଲୋକେ ଏହା ମଧ୍ୟ କହିଛନ୍ତି କି ,ସରକାର ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକୁ ନେଇ ପୂରା ଦମ୍‌ରେ ଲାଗିଥିବା ବେଳେ ,ଏଠାରେ ଡାକ୍ତର ଲୁଟିବା କାମ କରୁଛନ୍ତି। ଡାକ୍ତର ମୃତ ବ୍ୟକ୍ତିର କମିଶନ ପାଇବା ଲୋଭରେ ହଜାର ହଜାର ଟଙ୍କାର ପରୀକ୍ଷା ପାଇଁ ଲେଖି ଦେଲେ, ଯାହା ବାହାରେ କରାଇବାର ଥିଲା। ସେମାନେ ଯେତେବେଳେ ଡାକ୍ତରଙ୍କୁ ପ୍ରେସକ୍ରିପସନ ମାଗିଲେ ,ସେ କାଗଜକୁ ଆଉ ନଦେଇ ଧମକ ଦେଇ ତଡ଼ି ଦେଲେ। ବର୍ତ୍ତମାନ ମୃତକ ରୋଗୀର ପରିବାର ଲୋକ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.