ମେଷ : ଶ୍ରୀଚନ୍ଦ୍ର ଯୋଗୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ବ୍ୟବସାୟରେ ବଡ଼ ଚୁକ୍ତି କରିବା ସମୟରେ ଚିନ୍ତା କରନ୍ତୁ, ଶରୀର ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଶରୀରରେ କ୍ଳାନ୍ତ କିମ୍ବା କଷ୍ଟ ଦେଖା ଦେଇପାରେ । ବନ୍ଧୁ ମିଳନ, ଯାନବାହନ କ୍ରୟ କରିପାରନ୍ତି, ଧନ ଲାଭ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ନାଲି ଓ କମଳା ।
ବୃଷ : ଦ୍ୱାଦଶଚନ୍ଦ୍ର, ଘାତବାର ଯୋଗୁ ଅଯଥା ବ୍ୟୟ, ମାନସିକ ଚିନ୍ତା ଲାଗି ରହିବ, ଶରୀରରେ କ୍ଳାନ୍ତି ବଢ଼ିପାରେ, ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, ବାଦବିବାଦରୁ ଦୂରେଇ ରୁହନ୍ତୁ, ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଯାତ୍ରା ନିଷେଧ, ନିବେଶ କରନ୍ତୁ ନାହିଁ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଅସଫଳ ହେବେ । ଶନିଦେବଙ୍କୁ ପୂଜା କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ କ୍ରିମ୍ ।
ମିଥୁନ : ଏକାଦଶ ଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ, ଆର୍ଥିକ ଉନ୍ନତି, ଧନଲାଭ ଯୋଗ, ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ମନ ପ୍ରଫୁଲ ରହିବ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ସ୍ୱାସ୍ଥ୍ୟ ଭଲ ରହିବ, ଶରୀରରେ ଉତ୍ସାହ ଅନୁଭବ କରିବେ, ବନ୍ଧୁଙ୍କ ସହ ଯୋଗ ପ୍ରାପ୍ତି, ଗୃହେ ଆନନ୍ଦ, ଯାନବାହନ କ୍ରୟ କରିପାରନ୍ତି, ନିଜବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଶନିଦେବଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।
କର୍କଟ : ଦଶମଚନ୍ଦ୍ର ଯୋଗୁ ସମାଜରେ ମାନ, ସମ୍ମାନ ବୃଦ୍ଧି, କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ହେବ, କାମରେ ପ୍ରଶଂସା ପାଇବେ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଅଟକି ରହିଥିବା ଅର୍ଥ ପ୍ରାପ୍ତି, ଶୁଭ ଖବର ମିଳିପାରେ, ମନ ପ୍ରଫୁଲ ରହିବ, ଶରୀର ସୁସ୍ଥ ରହିବ, ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ, ଅଧିକ ଆତ୍ମ ବିଶ୍ୱାସ ରଖନ୍ତୁ ନାହିଁ ଓ ଭାବି ଚିନ୍ତି କାମ କରିବେ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ରୂପେଲି ଓ ନୀଳ ।
ସିଂହ : ନବମ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ, ଧାର୍ମିକ କର୍ମରେ ଯୋଗଦାନ ଦେବେ, ଆର୍ଥିକ ସ୍ଥିତି ସାଧାରଣ ରହିବ, କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯୁକ୍ତି ତର୍କ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଯାତ୍ରା ନିଷେଧ, ଶନିଦେବଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଲାଲ ଓ ହଳଦିଆ ।
କନ୍ୟା : ଅଷ୍ଟମଚନ୍ଦ୍ର, ଘାତବାର ଯୋଗୁ ମାନସିକ ଚାପ ଲାଗି ରହିବ, ଅଯଥା ବିବାଦ କରନ୍ତୁ ନାହିଁ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ନିବେଶ କରନ୍ତୁ ନାହିଁ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ, କାର୍ଯ୍ୟ କ୍ଷେତ୍ରରେ ସତର୍କ, ନିଜବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଶରୀରରେ ରକ୍ତ ଚାପ କିମ୍ବା ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ଯାତ୍ରା ନିଷେଧ, ପରିବାରରେ ମନୋମାଳିନ୍ୟ, ଧର୍ଯ୍ୟ ରଖିବେ, ହନୁମାନ ଚାଳିଶାପାଠ କରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।
ତୁଳା : ସପ୍ତମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ବ୍ୟବସାୟିକ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ, ଚାକିରୀ କ୍ଷେତ୍ରରେ ଉନ୍ନତି, ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, ମାନସିକ ଶାନ୍ତି, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ନୂତନ ଯୋଜନା କରିପାରନ୍ତି, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ଗୃହେ ଆନନ୍ଦ, ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।
ଶୁଭ ରଙ୍ଗ : ସିଲ୍ଭର, ଗୋଲାପି ।
ବିଛା : ଷଷ୍ଠଚନ୍ଦ୍ରଯୋଗୁ ବନ୍ଧୁ ମିଳନ, କୋଟକ ଚେରୀ ମାମଲାରେ ବ୍ୟୟ ବୃଦ୍ଧି ପାଇବ, ବାଦବିବାଦରୁ ମୁକ୍ତି ମିଳିବ, ଶତ୍ରୁ ପରାଜିତ ହେବେ, ଋଣ ମୁକ୍ତ, କଠିନ ପରିଶ୍ରମ କରିବେ, ଚାକିରୀ କ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ, ଆର୍ଥିକ ଲାଭ, ଶରୀରରେ ଉତ୍ସାହ ରହିବ, ମାନସିକ ଦୃଢ଼ତା ବଜାୟ ରହିବ, ଗୃହେ ଆନନ୍ଦ, ଯୁକ୍ତି ତର୍କ କରନ୍ତୁ ନାହିଁ । ମା’ ଦୁର୍ଗାଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ମେରୁନ୍, ନାଲି ଓ କମଳା ।
ଧନୁ : ପଞ୍ଚମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ଜ୍ଞାନ ବୃଦ୍ଧି, ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଆର୍ଥିକ କ୍ଷେତ୍ର ସାଧାରଣ ରହିବ, ମାନସିକ ଶାନ୍ତି ରହିବ, ସ୍ୱାସ୍ଥ୍ୟ ଭଲ ରହିବ, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଗୃହେ ଆନନ୍ଦ, ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ, ଅର୍ଥ ନବାଦବାବେଳେ ସତର୍କତା ଅବଲମ୍ବନ କରିବେ, ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସୁନେଲି ଓ ଧଳା ।
ମକର : ଚତୁର୍ଥ ଚନ୍ଦ୍ର ଯୋଗୁ ମନ ଅସ୍ଥିର ରହିବ, ଚାକିରୀ କ୍ଷେତ୍ରରେ ଚାପ ବଢ଼ିପାରେ, ପରିଶ୍ରମ ତୁଳନାରେ ସଫଳତା ସାମାନ୍ୟ ବିଳମ୍ବରେ ମିଳିପାରେ, ନିବେଶ କରନ୍ତୁ ନାହିଁ, ଯାନବାହନ ପ୍ରତି ସତର୍କତା, ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଶରୀରରେ ସାମାନ୍ୟ କ୍ଳାନ୍ତି କିମ୍ବା ମୁଣ୍ଡ ବିନ୍ଧା ଦେଖାଦେଇପାରେ, ସକାଳେ ଶନି ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ନୀଳ ଓ ଧଳା ।
କୁମ୍ଭ : ତୃତୀୟ ଚନ୍ଦ୍ର ଯୋଗୁ ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, କାର୍ଯ୍ୟକ୍ଷେତ୍ରରେ ସାହସ ବଢ଼ିବ, ବ୍ୟବସାୟରେ ଉନ୍ନତି, ଆର୍ଥିକ ଉନ୍ନତି, ଶରୀରରେ ଉତ୍ସାହ ବଢ଼ିବ, ସ୍ୱାସ୍ଥ୍ୟ ସାଧାରଣ ରହିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଯାତ୍ରା କରିପାରନ୍ତି, ପରିବାରର ସହଯୋଗ ପ୍ରାପ୍ତି, ସମ୍ମାନ ବୃଦ୍ଧି, ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ନୀଳ ଓ ଧଳା ।
ମୀନ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ଉନ୍ନତି, ବ୍ୟବସାୟରେ ଉନ୍ନତି, ଚାକିରୀ କ୍ଷେତ୍ରରେ ପଦୋନ୍ନତି, ସ୍ୱାସ୍ଥ୍ୟ ସାଧାରଣ ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, ଗୃହେ ଆନନ୍ଦ, କୌଣସି ଶୁଭ କାର୍ଯ୍ୟ କରିପାରନ୍ତି, ନୂତନ ଦ୍ରବ୍ୟଲାଭ, କାର୍ଯ୍ୟକ୍ଷେତ୍ରରେ ସହଯୋଗ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ସୁନେଲି, ହଳଦିଆ ଓ ଧଳା ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩