ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଅବିରରେ ଖେଳିବାକୁ ଆଗ୍ରହ, ଧଳାବାଘ ମୁଖା କିଣିବାକୁ ଭିଡ଼

ଭୁବନେଶ୍ୱର, ୨୦।୩: ଗୋଲାପୀ ଅବିର କେତେ ଟଙ୍କା ? ୨୫୦ ଗ୍ରାମକୁ ୨୦ଟଙ୍କା । ଗୋଟେ କେଜି ଦିଅନ୍ତୁ । ଖାଲି ଗୋଲାପୀ ନୁହେଁ ଏ କୃଷ୍ଣ ରଙ୍ଗ ବି ପ୍ୟାକ୍‌ କରି ଦିଅନ୍ତୁ । ତା’ସହିଦ ହଳଦୀ, ଲାଲ୍‌, ନୀଳ ରଙ୍ଗର ଅବିର ଦିଅନ୍ତୁ । କେମିକାଲ୍‌ ମିଶି ଥିବା ରଙ୍ଗ ଦେବେନି । ଏମିତି ଭାବେ ଶରୀରରେ କ୍ଷତି ପହଞ୍ଚାଉ ନଥିବା ରଙ୍ଗ କିଣିବାକୁ ଲାଗିଲାଣି ଭିଡ଼ । ତା’ସହ ମନପସନ୍ଦର ମୁଖା ବି କିଣି ନେଉଛନ୍ତି । କିଏ ଧଳା ତ ଆଉ କିଏ ହଳଦିଆ ବାଘମୁଖା କିଣୁଛନ୍ତି । ତା’ସହିତ ଟୋପି ବି ଆସିଛି । ଲାଲ୍‌ ରଙ୍ଗ ଚିକ୍‌ମିକ୍‌ ଟୋପି ଭାରି ପସନ୍ଦ ଆସୁଛି । ଟୋପି ସାଙ୍ଗକୁ ଚଷମା ବି ବିକ୍ରି ହେଉଛି । ଟୋପି ଚଷମା ପିନ୍ଧି ହିରୋ ମାର୍କା ହୋଇ ହୋଲିରେ ରଙ୍ଗ ଖେଳିବାକୁ ଯୋଜନା ସରିଲାଣି । ଦିନ କେଇଟା ପରେ ଆସୁଛି ହୋଲି । ଗାଁ ଗହଳିରୁ ସହର ଯାଏ ରଙ୍ଗରେ ଭିଜିବେ ଆଉ ଭିଜାଇବେ । ହୋଲି ପାଇଁ ଏବେଠାରୁ ଯୋଜନା ଆରମ୍ଭ ହୋଇଗଲାଣି । ହୋଲି ପାଇଁ ବି ରାଜଧାନୀ ବଜାରରେ ରଙ୍ଗର ପସରା ଖୋଲିବା ଆରମ୍ଭ କଲାଣି । କିଛି ବ୍ୟବସାୟୀ ଦୋକାନ ବାହାରେ ଅବିରର ପସରା ଖୋଲିଛନ୍ତି । ମୁଖା ଓ ପିଚ୍‌କାରି ବି ବଜାରକୁ ଆସିଲାଣି । ଖଣ୍ଡଗିରି ଛକରେ ଖୋଲିଥିବା ହୋଲି ଦୋକାନରେ ବିଭିନ୍ନ ରଙ୍ଗର ଅବିର ବିକ୍ରି ହେଉଛି । 

ଅବିର କେଜି ୨୦୦ ଥିବାବେଳେ ୨୫୦ଗ୍ରାମକୁ ୫୦ ଓ ୪୦ ଟଙ୍କାରେ ଦେଉଛନ୍ତି । ସେହିପରି କଲର ବାଣ ଗୋଟାକୁ ୫୦ ଟଙ୍କା, କଲର ସ୍ପ୍ରେ’ ୧୦୦ଟଙ୍କା, ମୁର୍ଗା ରଙ୍ଗ ବା ପାଣି ରଙ୍ଗର ଗୋଟେ ପିସ୍‌ ୧୦ରୁ ୨୦ଟଙ୍କା ରହିଛି । ପେଷ୍ଟ ଆକାରରେ ପ୍ରସ୍ତୁତ ହୋଇଥିବା ମୁର୍ଗା ରଙ୍ଗର ବହୁତ ଚାହିଦା ରହିଛି । ହୋଲି ପାଇଁ ୟୁନିଟ୍‌-୧ ହାଟ, ମାଉସୀ ମା’ଛକ, ଆଇଡି ମାର୍କେଟ ପରି ବିଭିନ୍ନ ଛକରେ ରଙ୍ଗ ସହ ମାସ୍କ, ପିଚକାରୀ, ବିଭିନ୍ନ ରଙ୍ଗର କେଶ ବିକ୍ରି ହେଉଛି । ରଙ୍ଗ ସବୁ ଖୋର୍ଦ୍ଧା, ଜଟଣୀ, କଟକରୁ ଆସୁଛି । କିଛି ଦୋକାନରେ ହର୍ବାଲ୍‌ ହୋଲିର ଷ୍ଟାମ୍ପ ଲଗାଯାଇ ବିକ୍ରି କରାଯାଉଛି । ସେଥିରେ ଚନ୍ଦନ ପାଉଡରଠାରୁ ଆରମ୍ଭ କରି ମୁଲତାନି ମାଟି ମିଳୁଛି । ହଳଦୀ ପାଉଡର ବିକ୍ରି ହେଉଛି । 

ହର୍ବାଲ ହୋଲି ବେବି ପିଙ୍କ୍‌, ହଳଦୀ, ବାଇଗଣି, ନୀଳ ରଙ୍ଗ ବିଭିନ୍ନ ପ୍ୟାକେଟରେ ମିଳୁଛି । ମିଳୁଛି ବିଭିନ୍ନ ପ୍ରକାରର ରଙ୍ଗୀନ ଓ ଷ୍ଟାଇଲିସ୍‌ କେଶ । ଯାହାର ରଙ୍ଗକୁ ନେଇ ଆଲର୍ଜି ଅଛି ସେମାନଙ୍କ ଲାଗି ମୁଖା ବିକ୍ରି ହେଉଛି । ମଣିଷ ମୁଖା, ମୋଟୁପତ୍‌ଲୁ, ବିଭିନ୍ନ କାର୍ଟୁନ ମୁଖା, ମାଙ୍କଡ଼, ଡୋରେମନ୍‌, ରାକ୍ଷାସ, ଭାଲୁ, ଧଳା ବାଘ ମୁଖା ପରି ଅନେକ ମୁଖା ବିକ୍ରି ହେଉଛି । ଯାହା ୮୦ ଟଙ୍କାରୁ ଆରମ୍ଭ । ହୋଲିରେ ଏବେ ନୂଆ ଧଳା ସାର୍ଟ ହେଉକି ଡ୍ରେସ କିମ୍ବା ଶାଢ଼ି କିଣି ପିନ୍ଧିଛନ୍ତି । କାରଣ ହୋଲି ଖେଳ ସାଙ୍ଗକୁ ସେଲଫି ଓ ରିଲ୍‌ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାର ଟ୍ରେଣ୍ଡ ଚାଲିଛି । ସେଥିପାଇଁ ହୋଲିରେ ନୂଆ ଡ୍ରେସ କିଣା ହେଉଛି । ମାର୍କେଟ ବିଲଡିଂ ଓ ବିଭିନ୍ନ ମଲରେ୍‌ ହୋଲି ପାଇଁ ପୋଷାକ ବିକ୍ରି ହେଉଛି । ଅନ୍‌ଲାଇନ୍‌ରେ ହୋଲି ଲାଗି ସ୍ୱତନ୍ତ୍ର ଟି-ସାର୍ଟ ଏବଂ ବିଭିନ୍ନ ଶାଢ଼ି ମଧ୍ୟ ମିଳୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.