ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

NEET ୨୦୨୪ରେ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା, ଓଡ଼ିଶା ଟପ୍ପର ସତ୍ୟଜିତ ପରିଡ଼ା

ଯାଜପୁର, ୦୬/୦୬ : ନିକଟରେ ପ୍ରକାଶ ପାଇଛି NEET ୨୦୨୪ର ଫଳାଫଳ। ଏଥିରେ ବାଜିମାତ କରିଛନ୍ତି ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ଏହି ଶିକ୍ଷାନୁଷ୍ଠାନର ଛାତ୍ର ସତ୍ୟଜିତ ପରିଡ଼ା ମୋଟ ୭୨୦ ରୁ ୭୧୫ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫୩ ନଂ ରାଙ୍କରେ ରହିଛନ୍ତି। ସେହିପରି ଏହି ଶିକ୍ଷାନୁଷ୍ଠାନର ୧୨ ଜଣ ଛାତ୍ରଛାତ୍ରୀ ୭୦୦ ରୁ ଅଧିକ ନମ୍ବର ରଖିଥିବାବେଳେ ୨୯ ଜଣ ୬୯୦ ରୁ ଅଧିକ ଏବଂ ୧୧୮ ଜଣ ୬୫୦ ରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି। ତେବେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଏହି ସଫଳତାକୁ ନେଇ ଅଭିଭାବକ ଓ ଶିକ୍ଷାନୁଷ୍ଠାନ କତୃପକ୍ଷ ବେଶ୍ ଖୁସି ଅଛନ୍ତି। 

ଅନ୍ୟପଟେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଏମସ୍(AIIMS) ରେ ଏବଂ ୧୫୦ ରୁ ୧୬୦ ଜଣ ସରକାରୀ ମେଡିକାଲ କଲେଜରେ MBBS ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ବା ସମ୍ଭାବନା ସୃଷ୍ଟି କରିଥିବା ଆଜି କଲେଜ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ କଲେଜ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଅବସରରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.