ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପରେ ୨୫% ବଢ଼ିବ ମୋବାଇଲ ବିଲ୍, ୨୦୧୯ରୁ ୨୦୨୩ ମଧ୍ୟରେ ତିନି ଥର ବୃଦ୍ଧି ପାଇଛି ଶୁଳ୍କ

ନୂଆଦିଲ୍ଲୀ, ୧୫।୫: ସାଧାରଣ ନିର୍ବାଚନ ପରେ ମୋବାଇଲ ୟୁଜରମାନଙ୍କୁ ମିଳିପାରେ ବଡ଼ ଝଟ୍‌କା  । ସେମାନଙ୍କ ଟେଲିଫୋନ୍‌ ବିଲ୍‌ରେ ପ୍ରାୟ ୨୫% ବୃଦ୍ଧି ଘଟିବାକୁ ଯାଉଛି । ଟେଲିକମ୍‌ କମ୍ପାନିଗୁଡ଼ିକ ଇତିମଧ୍ୟରେ ଟାରିଫ୍‌ରେ ଚତୁର୍ଥ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ହେଉଥିବା ଏକ ସୂତ୍ରରୁ ଜଣାପଡ଼ିଛି । ୨୦୧୯ରୁ ୨୦୨୩ ମଧ୍ୟରେ କମ୍ପାନିଗୁଡ଼ିକ ତିନି ଥର ଟାରିଫ୍‌ ବଢ଼ାଇଛନ୍ତି । ଏବେ ଆଉ ଏକ ବୃଦ୍ଧି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାଦ୍ୱାରା ଟେଲିକମ୍‌ କମ୍ପାନିଗୁଡ଼ିକର ୟୁଜର ପିଛା ହାରାହାରି ରାଜସ୍ୱ(ଏଆର୍‌ପିୟୁ) ବଢ଼ିବ ।  ବ୍ରୋକରେଜ୍‌ କମ୍ପାନି ଏକ୍ସିସ୍‌ କ୍ୟାପିଟାଲ୍‌ର ଏକ ରିପୋର୍ଟ ଅନୁସାରେ, କମ୍ପାନିଗୁଡ଼ିକ ଖୁବ୍‌ଶୀଘ୍ର ଟାରିଫରେ ଉଲ୍ଲେଖନୀୟ ବୃଦ୍ଧି କରିପାରନ୍ତି । ଏମାନେ ୫ଜିରେ ବିପୁଳ ନିବେଶ କରିଛନ୍ତି ଏବଂ ଏବେ ସେମାନଙ୍କୁ ନିଜର ଲାଭ ବଢ଼ାଇବାକୁ ପଡ଼ିବ । 

ଉକ୍ତ କ୍ରମରେ ଟାରିଫ୍‌ ବୃଦ୍ଧି କରିବା ପାଇଁ କମ୍ପାନିଗୁଡ଼ିକ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।   ମୋବାଇଲ ଟାରିଫ୍‌ ବଢ଼ିବା ଦ୍ୱାରା ସହରୀ ପରିବାରଗୁଡ଼ିକ ପାଇଁ ଟେଲକମ୍‌ କ୍ଷେତ୍ରରେ ଗ୍ରାହକ ପିଛା ଖର୍ଚ୍ଚ ମୋଟ ବ୍ୟୟର ୩.୨%ରୁ ବଢ଼ି ୩.୬% ହୋଇଯିବ । ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ଏହା ୫.୨%ରୁ ବଢ଼ି ୫.୯% ହେବ । ଏକ୍ସିସ୍‌ କ୍ୟାପିଟାଲ୍‌ର ଅନୁମାନ ମୁତାବକ ଟାରିଫରେ ପ୍ରାୟ ୨୫% ବୃଦ୍ଧି ଦ୍ୱାରା ଟେଲିକମ୍‌ କମ୍ପାନିଗୁଡ଼ିକର ଏଆର୍‌ପିୟୁରେ ୧୬% ବୃଦ୍ଧି ଘଟିବ । ଭାରତୀ ଏୟାର୍‌ଟେଲ ପାଇଁ ଏହା ୨୯ ଟଙ୍କା ଏବଂ ଜିଓ ପାଇଁ ୨୬ ଟଙ୍କା ହେବ । ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନି ଜିଓ ମାର୍ଚ୍ଚ ତ୍ରୟମାସରେ ୧୮୧.୭ ଟଙ୍କାର ଏଆର୍‌ପିୟୁ ହାସଲ କରିଛି । ଡେଲୋଏଟ୍‌ର ଦକ୍ଷିଣ ଏସିଆ ଟିଏମ୍‌ଟି(ଟେକ୍ନୋଲୋଜି, ମିଡିଆ ଏବଂ ଟେଲିକମ୍‌) ଇଣ୍ଡଷ୍ଟ୍ରି ଲିଡର ପୀୟୂଷ ବ୍ୟାଶ କୁହନ୍ତି, ଟେଲିକମ୍‌ ଅପରେଟର ଟାରିଫ୍‌ ବଢ଼ାଇ ୫ଜିରେ ନିଜର ପୁଞ୍ଜିଗତ ନିବେଶର ମନେଟାଇଜେସନ୍‌ କରିପାରନ୍ତି । 

ଅର୍ଥାତ୍‌ ୫ଜି ବାବଦରେ ସେମାନେ ଯାହା ବ୍ୟୟ କରିଛନ୍ତି ତାହାକୁ ଆଦାୟ କରିବେ । ସେ ଆହୁରି କହିଛନ୍ତି ଯେ, ଚଳିତ କ୍ୟାଲେଣ୍ଡର ବର୍ଷର ଶେଷ ସୁଦ୍ଧା ଏଆର୍‌ପିୟୁରେ ୧୦ରୁ ୧୫% ବୃଦ୍ଧି ଘଟିପାରେ । ଏହା ଗ୍ରାହକ ପିଛା ହାରାହାରି ୧୦୦ ଟଙ୍କା ହେବ । ଏଥିପାଇଁ କମ୍ପାନିଗୁଡ଼ିକ ୪ଜି ଏବଂ ୫ଜି ଟାରିଫ୍‌ ବଢ଼ାଇବେ ଏବଂ କିଛି କମ୍‌ ମୂଲ୍ୟଯୁକ୍ତ ପ୍ୟାକ୍‌କୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦେବେ । ବ୍ୟାଶ କହିଛନ୍ତି ଯେ, ଏହି ଟାରିଫ୍‌ ବୃଦ୍ଧି ଯୋଗୁ ଗ୍ରାହକ ସଂଖ୍ୟା କମିବା ନେଇ ଆଦୌ ଆଶଙ୍କା ନାହିଁ । ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଗ୍ରାହକଙ୍କୁ ହାଇସ୍ପିଡ୍‌ କନେକ୍ଟିଭିଟି ମିଳୁଥିବ, ଉପଭୋକ୍ତା ଦୂରସଞ୍ଚାର ସେବା ପାଇଁ ଉଚ୍ଚ ଦେୟ ଦେବା ନିମନ୍ତେ ପ୍ରସ୍ତୁତ ରହିବେ । ବିଶେଷଜ୍ଞଙ୍କ ଅନୁମାନ ଯେ, ୱେର୍‌ଲେସ୍‌ ପ୍ୟାକ୍‌ ଦର ବଢ଼ିବା ଫଳରେ ଭାରତୀ ଏୟାର୍‌ଟେଲ ଏବଂ ଜିଓକୁ ସବୁଠୁ ଅଧିକ ଲାଭ ମିଳିବ । କୋଟାକ ଇନ୍‌ଷ୍ଟିଟ୍ୟୁସ୍‌ନାଲର ଏକ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୩ ମଧ୍ୟରେ ଏହି ଦୁଇ କମ୍ପାନି ସେମାନଙ୍କ ଏଆର୍‌ପିୟୁରେ ଯଥାକ୍ରମେ ୫୮% ଏବଂ ୩୩% ବୃଦ୍ଧି କରିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.