ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସ୍ୱତନ୍ତ୍ର ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଭୌତିକ ଓ ମୌଳିକ ଶିକ୍ଷା : ବିଦ୍ୟାଳୟରେ ଖୋଲାଗଲା ବ୍ୟାଙ୍କ, ହସ୍ପିଟାଲ, ପଞ୍ଚାୟତ ଅଫିସ ଓ ଥାନା

Published By : Prameya | November 8, 2024 8:34 PM

ମାଲକାନଗିରି/କାଲିମେଳା : ବିଦ୍ୟାଳୟରେ ସ୍ୱତନ୍ତ୍ର ଶୈଳୀରେ ପାଠପଢା। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଯବାନପାଲୀ ବିଦ୍ୟାଳୟରେ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କୁ ଭୌତିକ ଓ ମୌଳିକ ଶିକ୍ଷା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ସହିତ ଅନ୍ୟ କିଛି ଆବଶ୍ୟକୀୟ ଜ୍ଞାନଓ ଅଭିଜ୍ଞତା ହାସଲ ପାଇଁ ବିଦ୍ୟାଳୟରେ ବ୍ୟାଙ୍କ, ହସ୍ପିଟାଲ, ପଞ୍ଚାୟତ ଅଫିସ ଖୋଲିବା ସହ ହାଟ ବସା ଯାଇଛି।

ଆଜିର ସମୟରେ ପିଲାଙ୍କୁ କେବଳ ବିଦ୍ୟାଳୟର ଚାରି କାନ୍ଥ ଭିତରେ ବସି ପୁସ୍ତକର ପାଠ ପଢାଇଲେ ଯଥେଷ୍ଟ ହେବ ନାହି । ବରଂ ସେମାନଙ୍କୁ ଆବଶ୍ୟକ ରହିଛି ଭୌତିକ ଓ ମୌଳିକ ଶିକ୍ଷା। ତେବେ ଆମ ଶିକ୍ଷା ବ୍ୟବସ୍ଥାରେ ଏଭଳି କିଛି ନିତି ନିୟମ ନଥିବା ବେଳେ ଉପାନ୍ତ ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷକ ନିଜସ୍ବ ପ୍ରୟାସରେ ଆଦିବାସୀ ପିଲାଙ୍କୁ ଦେଉଛନ୍ତି ଭୌତିକ ଶିକ୍ଷା। ପୁର୍ବରୁ ବିଦ୍ୟାଳୟ ପରିସର ଭିତରେ କୁତ୍ରିମ ହାଟ ବଜାର କରି ଚର୍ଚ୍ଚାରେ ଆସିଥିବା କାଲିମେଳା ବ୍ଲକର ଜବାନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପୁଣି ଦେଖିବାକୁ ମିଳିଛି କୁତ୍ରିମ ବ୍ୟାଙ୍କ, ମେଡିକାଲ, ପୋଲିସ ଥାନା, କୃଷି ଓ ପଞ୍ଚାୟତ କାର୍ଯ୍ୟାଳୟ। 

କିଛି ଛାତ୍ରଛାତ୍ରୀ ଏଠାରେ କର୍ମଚାରୀ ଭାବେ ଦାୟିତ୍ବ ତୁଳାଇଥିବା ବେଳେ ଆଉ କିଛି ହିତାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ବାହାରେ ଲେଖା ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜବାନପାଲି ଆଉ ଭିତରେ ଶାଖା ପରିଚାଳନା ମଧ୍ୟ ହେଉଛି। ବ୍ୟାଙ୍କ ଭିତରେ ସିକ୍ୟୁରିଟି ଗାର୍ଡ ଠାରୁ ଆରମ୍ଭ କରି ସିସି ଟିଭି କ୍ୟାମେରା ମଧ୍ୟ ଲାଗିଛି। ବ୍ୟାଙ୍କ ଭିତରେ କିଛି କର୍ମଚାରୀ ନିଜ ନିଜ ଦାୟିତ୍ବରେ ରହିଥିବା ବେଳେ ହିତାଧିକାରୀ ମାନେ ଏଠାରେ ଲାଇନ ଲଗାଇଛନ୍ତି ଟଙ୍କା ଲେଣ ଦେଣ କରିବା ପାଇଁ। କ୍ୟାସ କାଉଣ୍ଟର ସହ ରହିଛି ଋଣ ବିଭାଗ । ଆଉ ମ୍ୟାନେଜର ମଧ୍ୟ ରହିଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଯେ ଏହା କୌଣସି ଅସଲି ବ୍ୟାଙ୍କ ନୁହେଁ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଜବାନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏପରି ଏକ କୁତ୍ରିମ ବ୍ୟାଙ୍କ ତିଆରି କରାଯାଇଛି ଛାତ୍ରଛାତ୍ରୀ ମାନଙ୍କୁ ଭୌତିକ ଶିକ୍ଷା ପ୍ରଦାନ କରିବା  ପାଇଁ। ପୁର୍ବରୁ ଏହି ବିଦ୍ୟାଳୟରେ କୃତ୍ରିମ ହାଟ ବଜାର କରି ଚର୍ଚ୍ଚାରେ ଆସିଥିଲା ଜବାନପାଲି ସ୍କୁଲ। ପିଲାଙ୍କୁ ଭୌତିକ ଶିକ୍ଷା ପ୍ରଦାନ କରିବା ଲାଗି ଏପରି ପ୍ରୟାସ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ମଲ୍ଲିକ।

ବିଦ୍ୟାଳୟର ପାରିପାର୍ଶ୍ୱିକ ବିକାଶ ଓ ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ତାଙ୍କୁ ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳି ସାରିଛି। କେବଳ କୁତ୍ରିମ ବ୍ୟାଙ୍କ ନୁହେଁ ଏଠାରେ ଦେଖିବାକୁ ମିଳିଛି କୃତ୍ରିମ ମେଡିକାଲ, ପୋଲିସ ଥାନା, କୃଷି ଓ ପଞ୍ଚାୟତ କାର୍ଯ୍ୟାଳୟ ପରି ସରକାରଙ୍କ ଅନେକ ବ୍ୟବସ୍ଥା। ମେଡିକାଲ ଭିତରେ ପଞ୍ଜୀକରଣ ବ୍ୟବସ୍ଥା ରହିଛି। ଏଠାରୁ ଟିକଟ କରି ରୋଗୀ ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ସେଠାରେ ଡାକ୍ତରଙ୍କୁ ଦେଖାଇ ରକ୍ତ ପରୀକ୍ଷା କରୁଛନ୍ତି। ପରେ ଔଷଧ ନେଇ ଘରକୁ ଯାଉଛନ୍ତି ରୋଗୀ।

ଆବଶ୍ୟକ ସ୍ଥଳେ ମେଡିକାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ପୁଣି ବେଡରେ ଏପରି ଚିକିତ୍ସା କରାଯାଉଛି। ନର୍ସ ରୋଗୀକୁ ସାଲାଇନ ଲଗାଉଥିବା ବେଳେ ଡାକ୍ତର ହାର୍ଟ ବିଟ୍ ଦେଖୁଛନ୍ତି। କେବଳ ଏତିକି ନୁହେ , ଚାଷ ଉପରେ କିପରି ନିର୍ଭରଶୀଳ ହୋଇ ପାରିବେ ଲୋକେ, ସେଥିଲାଗି ଏଠାରେ କୃଷି କାର୍ଯ୍ୟାଳୟ ମଧ୍ୟ ରହିଛି। ମୁଗ, ବିରି ଶୁଆଁ ଠାରୁ ଆରମ୍ଭ କରି ଦେଶୀ ଧାନ ଅମଳ କରି ଚାଷୀ ମାନେ କେମିତି ଲାଭବାନ ହୋଇ ପାରିବେ , ସେନେଇ ଶିକ୍ଷା ଦିଆ ଯାଉଛି ଏଠାରେ।

ପୁଣି ପଞ୍ଚାୟତରାଜ ବ୍ୟବସ୍ଥା ଓ ପୋଲିସ ଥାନାର କାହିଁକି ଆବଶ୍ୟତା ପଡିଥାଏ ,ତାହା ମଧ୍ୟ କୃତ୍ରିମ ପଞ୍ଚାୟତ ଅଫିସ ଓ ଥାନା ମାଧ୍ୟମରେ ପିଲାଙ୍କୁ ବୁଝା ଯାଉଛି । କିଛି ଛାତ୍ରଛାତ୍ରୀ ଏଠାରେ କର୍ମଚାରୀ ଭାବେ ଦାୟୀତ୍ବ ତୁଳାଇଥିବା ବେଳେ ଆଉ କିଛି ହିତାଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଯାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ ଲାଭଦାୟକ ହେବ ବୋଲି ପିଲାଏ କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଛୋଟ ଛୋଟ ପିଲାଙ୍କୁ ଏପରି ଭୌତିକ ଶିକ୍ଷା ଦେଇ ସେମାନଙ୍କୁ ଭବିଷ୍ୟତରେ ଜଣେ କର୍ମଜୀବୀ ମଣିଷ ତିଆରି କରିବା ଲାଗି ଏପରି ଏକ ଅଭିନବ ପ୍ରୟାସ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ମଲ୍ଲିକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.