ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ମହାକାଶରୁ ମଧ୍ୟ ଦେଖିପାରିବେ ନିଜ ଘର ଓ ଅଗଣାର ସ୍ପଷ୍ଟ ଫଟୋ, କରିବାକୁ ହେବ କେବଳ ଏତିକି ...

ନୂଆଦିଲ୍ଲୀ,୯।୭: ମହାକାଶରୁ ଆମ ପୃଥିବୀ କେଉଁ ଭଳି ଦେଖାଯାଏ ? ଏହାର ଫଟୋ ତ ଆପଣ ନିହାତି ଦେଖିଥିବେ। ହେଲେ କେବେ ଦେଖିବାକୁ ଚେଷ୍ଟା କରିଛନ୍ତି ମହାକାଶରୁ ଆପଣଙ୍କ ଘର କିଭଳି ଦେଖାଯାଏ? ପୂର୍ବରୁ ଏହି କାମ କଷ୍ଟକର ଥିଲା, କିନ୍ତୁ ଏବେ କେବଳ କିଛି ଟଙ୍କା ଖର୍ଚ୍ଚ କରି ଆପର ନିଜ ଘର ଓ ଅଗଣାର ସାଟେଲାଇଟ୍ ଫଟୋ ମହାକାଶରୁ ଉଠାଇ ପାରିବେ। ଯଦି ଆପଣ ଘରର ଏଭଳି ଫଟୋ ଚାହାନ୍ତି, ତେବେ କ’ଣ କରିବାକୁ ହେବ ଜାଣି ନିଅନ୍ତୁ। 

ଆପଣଙ୍କ ଘରର ଫଟୋ ଉଠାଇବ ବେଙ୍ଗାଲୁରର ଏକ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ପିକ୍ସଲ। ଏହି କମ୍ପାନୀ ଏଭଳି ଏକ ଅନଲାଇନ୍ ସପ୍ଟଓ୍ବେର ନେଇକି ଆସୁଛି , ଯାହା ସାହାଯ୍ୟରେ  ଆପଣ ନିଜ ଘରର ସାଟେଲାଇଟ୍ ଫଟୋ ଦେଖିପାରିବେ।  ତେବେ ଏହା ହେଉଛି ପେଡ୍ ସର୍ଭିସ୍‌ । ଏଥିପାଇଁ ଆପଣଙ୍କୁ ଦେବାକୁ ପଡିବ କିଛି ଟଙ୍କା। କମ୍ପାନୀର ସହ ସଂସ୍ଥାପକ ଅଭେସ୍ ଅହମ୍ମଦ କହିଛନ୍ତି, ଏଭଳି ଫଟୋ ଜଣେ ସାଧାରଣ ଲୋକ କମ୍ ମୂଲ୍ୟରେ ଯେପରି ପାଇପାରିବେ ସେଥିପାଇଁ ଚେଷ୍ଟା କରାଯାଉଛି।

ସର୍ଭିସ କେବେ ଆରମ୍ଭ ହେବା ନେଇ ଯଦି କଥା ହେବା ତେବେ ଏହା ବର୍ଷ ଶେଷରେ ଆରମ୍ଭ ହୋଇପାରେ। ପିକ୍ସଲର ଏହି ସଫ୍ଟଓ୍ବେର ଆରୋରା ସାଟେଲାଇଟ୍‌ରୁ ନିଆଯାଇଥିବା ପୃଥିବୀର ହାଇପରସ୍ପେକଟ୍ରଲ ଫଟୋକୁ ସହଜରେ ଦେଖାଇ ପାରିବ।ଏହା ଗୁଗୁଲ ଆର୍ଥ ଭଳି ସହଜ ହେବ ଓ ଆପଣ ଏହାର ବ୍ୟବହାର କରି ନିଜ ଘରର ଭଲ ଫଟୋ ପାଇ ପାରିବେ।

କମ୍ପାନୀର ସହ ସଂସ୍ଥାପକ ଅଭେସ ଅହମ୍ମଦ କହିଛନ୍ତି, ଯଦି ଆପଣ ଦେଶର କୌଣସି ଅଞ୍ଚଳରେ ରୁହନ୍ତି ଓ ଆପଣଙ୍କ ଘର କିମ୍ବା ଅଗଣାର ଫଟୋ ଚାହାନ୍ତି ତେବେ କମ୍ପାନୀକୁ କୁହନ୍ତୁ। କମ୍ପାନୀ ସାଟେଲାଇଟ୍ ମାଧ୍ୟମରେ ଆପଣଙ୍କ ଘର ଓ ଅଗଣାର ଫଟୋ ନେବ। ଏହାପରେ ଯେତେବେଳେ ଫଟୋ ପାଇଁ ପୁରା ପେମେଣ୍ଟ କରିବେ, ଫଟୋ ଭଲ କ୍ବାଲିଟିରେ ଆପଣଙ୍କୁ ଦିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.