ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜୁନ୍ ୨୧ରେ ଜମ୍ମୁକାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଦେଖାଇ ପାରନ୍ତି ଶକ୍ତ ଆଭିମୂଖ୍ୟ....

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ ଏବଂ ଜୁନ୍ ୨୧ ରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସକୁ ଯୋଗ ମହୋତ୍ସବ ୨୦୨୪ ଭାବରେ ପାଳନ କରାଯିବ। ଯାହାର ବିଷୟବସ୍ତୁ 'ମହିଳା ସଶକ୍ତିକରଣ ପାଇଁ ଯୋଗ' ହେବ । 

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଜୁନ୍ ୨୦ ରେ କାଶ୍ମୀରରେ ପହଞ୍ଚି ସେଠାରେ ରାତି ରହଣି କରିବେ ଏବଂ ପରଦିନ ସକାଳେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଯଦିଓ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଅନ୍ତିମ ସ୍ଥାନ ଏବେ ସ୍ଥିର ହୋଇନାହିଁ, ତଥାପି ସୂତ୍ରରୁ ଜଣାପଡିଛି ଯେ, ଏହି କାର୍ଯ୍ୟକ୍ରମ ଶ୍ରୀନଗରର ସୁନ୍ଦର ଡାଲ ହ୍ରଦ ଏବଂ ଜବରୱାନ୍ ପାହାଡ଼ ଉପରେ ଏସକେଆଇସିସିର ସୁନ୍ଦର ସ୍ଥାନରେ ହେବାର ସମ୍ଭାବନା ରହିଛି । 

ଏହି ପଦକ୍ଷେପ କାଶ୍ମୀରକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ପାଇଁ ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଂଶ । ପିଏମ ମୋଦୀ ଦୈନନ୍ଦିନ ଜୀବନରେ ଯୋଗକୁ ସମର୍ଥନ କରିଆସୁଛନ୍ତି, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି । ଯୋଗ ମହୋତ୍ସବ ୨୦୨୪ ଯୋଗକୁ ଏକ ବ୍ୟାପକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ମହିଳାଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ତଥା ବିଶ୍ବ ସ୍ୱାସ୍ଥ୍ୟ ଏବଂ ଶାନ୍ତି ଉପରେ ଅଗ୍ରଗତି ହେବ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ପ୍ରମାଣ ଭିତ୍ତିକ ଅନୁସନ୍ଧାନ ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା । 

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀର ପ୍ରଶାସନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ହାଇ ଆଲର୍ଟ କରାଯାଇଛି । ଏଥି ସହିତ ଯୋଗ ଦିବସ କାର୍ଯ୍ୟକ୍ରମର ବ୍ୟବସ୍ଥା ତଦାରଖ କରିବାକୁ ଜାମ୍ମୁ କାଶ୍ମୀର କ୍ରୀଡ଼ା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁ କାଶ୍ମୀର କ୍ରୀଡ଼ା ପରିଷଦ ଏହାର ବିଭିନ୍ନ କ୍ରୀଡା ପକ୍ଷକୁ ୩ ହଜାର ଖେଳାଳିଙ୍କୁ ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ନିର୍ଦ୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.