ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସ୍ବିପର୍, ମାଳି, ଡ୍ରାଇଭରଙ୍କ ପିଲାମାନଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୋଦି, ସେୟାର କଲେ ଭିଡିଓ…

ନୂଆଦିଲ୍ଲୀ ୧୧/ ୦୮: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ନରେନ୍ଦ୍ର ମୋଦି । ଛୋଟ ଛୋଟ ଶିଶୁଙ୍କ ଗହଣରେ ରହି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ପିଏମ୍‌ ମୋଦି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ କାର୍ଯ୍ୟରତ କର୍ମଚାରୀ ଯେପରିକି ସ୍ବିପର୍, ବଗିଚାର ମାଳି, ଡ୍ରାଇଭରଙ୍କ ପିଲାମାନଙ୍କ ଠାରୁ ରାକ୍ଷୀ ବାନ୍ଧିଛନ୍ତି । ପିଏମଓ ପକ୍ଷରୁ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଯେଉଁଥିରେ କୁନି କୁନି ଝିଅମାନେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍‌ କରି, ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହିତ କ୍ୟାପସନରେ ଲେଖିଛନ୍ତି 'ୟଙ୍ଗଷ୍ଟରମାନଙ୍କ ସହିତ ସ୍ବତନ୍ତ୍ର ରକ୍ଷା ବନ୍ଧନ'। ପ୍ରାୟ ୨୦ରୁ ୨୫ ଜଣ କୁନି ଶିଶୁମାନେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ କଥା ହେଉଛନ୍ତି । ଜଣେ ପରେ ଜଣେ ରାକ୍ଷୀ ବାନ୍ଧୁଛନ୍ତି । ଏହା ପରେ ସମସ୍ତେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ସହିତ କିଛି କଥା ହେଉଥିବା ଦେଖିବାକୁ ମିଳୁଛି ।

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.