ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ବେଳେ ଆୟୁଷ୍ମାନ ’ଭାରତ ଭୟ ବନ୍ଦନ’ କାର୍ଡ ବୟସ୍କ ଲାଭାର୍ଥୀଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ଆୟୁଷ୍ମାନ ଯୋଜନାର ନୂତନ ପର୍ଯ୍ୟାୟର ଆରମ୍ଭ ହୋଇଛି। ଏବେ ୭୦ ବର୍ଷରୁ ଅଧିକ ବୟସର ଦେଶର ସବୁ ଲୋକଙ୍କୁ ଆୟୁଷ୍ମାନ ଯୋଜନା ଅନୁସାରେ ମାଗଣାରେ ଚିକିତ୍ସା ଦିଆଯିବ। ଏହା ଅନ୍ତର୍ଗତ ତାଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଏହି ସମୟରେ ୧୨୮୫୦ କୋଟି ଟଙ୍କାର ବହୁ ସ୍ବାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ୟୁବେଦରେ ଆୟୋଜିତ କରାଯାଇଥିଲା।

ଏହି ସ୍କିମ୍ ଅନୁସାରେ, ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ହେଲଥ୍ କଭରେଜ୍ ମିଳିବ। ଏହି ସୁବିଧା ଯେ କୌଣସି ଆୟ ବର୍ଗର ଲୋକଙ୍କୁ ମିଳିବ। ଏହାଦ୍ବାରା ଦେଶର ପ୍ରାୟ ୪.୫ କୋଟି ପରିବାର ୬ କୋଟିରୁ ଅଧିକ ବୟସ୍କଙ୍କୁ ଲାଭ ମିଳିବ। ଏପର୍ଯ୍ୟନ୍ତ ଏହି ସ୍କିମ୍‌ରେ ଦୁର୍ବଳ ଆୟବର୍ଗ ଓ ପରିବାରକୁ ସାମିଲ କରାଯାଇଛି। କିନ୍ତୁ ଏବେ ବୟସ୍କଙ୍କୁ ନେଇ ଏଭଳି କୌଣସି ଆୟ ଲିମିଟ୍‌ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ଆୟୋଜନ ବେଳେ ବହୁ ବୟସ୍କଙ୍କୁ କାର୍ଡ ପ୍ରଦାନ କରିଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ବହୁ ଅନ୍ତ୍ରମନ୍ତ୍ରୀ ଓ ଅଫିସର ମଧ୍ୟ ଉପସ୍ଥିତ ଥିଲେ।

ବୟସ୍କଙ୍କୁ ଏହି ସୁବିଧା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB PM-JAY) ଅନ୍ତର୍ଗତ ମିଳିବ। ଏହାକୁ କ୍ୟାବିନେଟ୍‌ ୧୧ ସେପ୍ଟେମ୍ବର ୨୦୨୪ ରେ ମଞ୍ଜୁରୀ ଦେଇଥିଲା। ଏହା ଅନୁସାରେ, ଦେଶର ସବୁ ବୟସ୍କଙ୍କୁ ଏହି ଯୋଜନାର ଲାଭ ମିଳିବ, ଯାହାଙ୍କର ବୟସ ୭୦ ବର୍ଷରୁ ଅଧିକ ହେବ। ଏହି ଯୋଜନାର ଲାଭାର୍ଥୀଙ୍କୁ ଅଲଗା ଭାବରେ କାର୍ଡ ପ୍ରଦାନ କରାଯିବ। ଏହି ପରିବାର ଆୟୁଷ୍ମାନ ପ୍ଲାନଠାରୁ ଅଲଗା ହେବ। ଏହାଛଡା ଯେଉଁ ପରିବାର ପୂର୍ବରୁ ଏହି ଯୋଜନାର ଲାଭ ମିଳୁଛି, ତାଙ୍କୁ ଅଲଗା ଭାବରେ ୫ ଲକ୍ଷ ଟଙ୍କାର ଟପ୍‌ ଅପ୍ ପରିବାରର ବୟସ୍କ ଲୋକଙ୍କୁ ପ୍ରତିବର୍ଷ ମିଳିବ। ଏହି ଟପ୍‌ ଅପ୍‌ରୁ କେବଳ ବୟସ୍କ ଲୋକମାନେ ହିଁ ଚିକିତ୍ସା ହେବେ ଓ ପରିବାରର ଅନ୍ୟ କୌଣସି ବ୍ୟକ୍ତି ଏହି ଅର୍ଥରେ ଚିକିତ୍ସା ହୋଇପାରିବେନି। ସେଭଳି ପ୍ରାଇଭେଟ୍‌ କିମ୍ବା ଅନ୍ୟ ସରକାରୀ ଯୋଜନା, କେନ୍ଦ୍ର କର୍ମଚାରୀଙ୍କ ପାଇଁ ଚାଲିଥିବା ହେଲଥ୍ ଯୋଜନାର ଲାଭ ନେଉଥିବା ବୟସ୍କ ବ୍ୟକ୍ତିଙ୍କ ପାଖରେ ବିକଳ୍ପ ରହିବ। ତାହା ହେଲା ଆୟୁଷ୍ମାନ କାର୍ଡ ନିଅ ନଚେତ ପୂର୍ବରୁ ଚାଲୁଥିବା ସ୍କିମ୍‌ରେ ସାମିଲ ରୁହନ୍ତୁ। କେବଳ ସେତିକି ନୁହେଁ ହେଲଥ୍ ଇନ୍ୟୁରାନ୍ସ ଯୋଜନା ଓ ଇଏସଫ୍‌ଇ ସ୍କିମ୍‌ର ଫାଇଦା ନେଉଥିବା ଲୋକଙ୍କୁ ମଧ୍ୟ ଏହା ଅନ୍ତର୍ଗତ କଭର କରାଯିବ।